ଦାଦାର ପିକଅପ ଭ୍ୟାନ ଚୋରି ଘଟଣାରେ ନୂଆ ମୋଡ, ପୁତୁରାକୁ ବାନ୍ଧିଲା ପୋଲିସ
ଦାଦାର ପିକଅପ ଭ୍ୟାନ(Pickup Van) ଚୋରି ଘଟଣାର ତଦନ୍ତ କରି ପୁତୁରା ସମେତ ୩ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧା ଟାଉନ ପୋଲିସ(Khordha Town Police)। ସାନଭାଇ ଓ ବଡଭାଇ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ସୁଯୋଗ ଦେଖି ବଡଭାଇର ପୁଅ ଓ ତାର କେତେକ ସାଥି ମିଶି ନିଜ ଦାଦାର ପିକଅପ ଭ୍ୟାନ ଚୋରି କରିଥିଲେ।
Khordha Pickup Theft Case: ଦିନକୁ ଦିନ ରାଜଧାନୀ ଭୁବନେଶ୍ବର(Bhubaneswar)ରେ ଚୋରି ଛିନ୍ତାଇ ସଂଖ୍ୟା ବଢିଚାଲିଥିବା ବେଳେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଅନେକ ସମୟରେ ପୋଲିସର ଅପରାଧୀଙ୍କ ପ୍ରତି ଥିବା ଉଦାସିନତା ମନୋଭାବ ମଧ୍ୟ ଅପରାଧ ବଢିବାର ମୂଳ କାରଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଥାଏ। ଏକ ଚୋରି ଘଟଣାର(Theft Incident) କିଛିଦିନ ପରେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ମିଳିଛି ସଫଳତା। ଦାଦାର ପିକଅପ ଭ୍ୟାନ(Pickup Van) ଚୋରି ଘଟଣାର ତଦନ୍ତ କରି ପୁତୁରା ସମେତ ୩ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧା ଟାଉନ ପୋଲିସ(Khordha Town Police)। ସାନଭାଇ ଓ ବଡଭାଇ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ସୁଯୋଗ ଦେଖି ବଡଭାଇର ପୁଅ ଓ ତାର କେତେକ ସାଥି ମିଶି ନିଜ ଦାଦାର ପିକଅପ ଭ୍ୟାନ ଚୋରି କରିଥିଲେ। ତେବେ ଖୋର୍ଦ୍ଧା ପୋଲିସ ଚୋରି ହୋଇଥିବା ଗାଡିକୁ ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏଥିସିତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି।
ସୂଚନା ଅନଯାୟୀ, ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଟାଙ୍ଗିଆପଡା ଗ୍ରାମର ଦୁଇଭାଇ ଅକ୍ଷୟ ବେହେରା ଓ ଦୁଃଖିଶ୍ୟାମ ବେହେରାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଯାହାର କୌଣସି ସମାଧାନ ଏପର୍ଯ୍ୟନ୍ତ ହୋଇନଥିବା ବେଳେ ଚଳିତ ବର୍ଷ ଫେବୃଆରୀ ମାସ ୧ ତାରିଖରେ ସାନଭାଇ ଅକ୍ଷୟଙ୍କ ଏକ ପିକଅପ ଭ୍ୟାନ ତାଙ୍କ ଘର ନିକଟରୁ ଭୋର ସମୟରେ ଚୋରି ହୋଇଥିଲା। ସେହି ସମୟରେ ଅକ୍ଷୟ ନିଜର ବଡଭାଇ ଓ ପୁତୁରାକୁ ସନ୍ଦେହ କରି ଖୋର୍ଦ୍ଧା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ପୋଲିସ ୫୪/୨୦୨୨ ନମ୍ବରରେ ଏକ ମକଦମା ରୁଜ୍ଜୁ କରି ତାର ତଦନ୍ତ କରିବା ସହିତ ସେହିଦିନ ଠାରୁ ଅକ୍ଷୟଙ୍କ ପୁତୁରାକୁ ଟ୍ରାକରେ ରଖିଥିଲା। ଗତକାଲି ରାତିରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ବୁଗୁଡ଼ାର ଅରବିନ୍ଦ ନଗର ଲେନ ୪ ନିକଟରେ ଥିବା ତପନ ସାହୁଙ୍କ ଘରୁ ଉକ୍ତ ବୋଲେରୋ ପିକଅପ(Pickup) ଗାଡିକୁ ଜବତ କରିଥିଲା। ଭ୍ୟାନର ପଞ୍ଜିକରଣ ନମ୍ବର ଓ ଚେଚିସ ନମ୍ବରକୁ ମଧ୍ୟ ପରିବର୍ତନ କରାଯାଇଥିଲା। ତପନକୁ ପୋଲିସ ପଚରାଉଚରା କରିବା ପରେ ଦୁଃଖିଶ୍ୟାମଙ୍କ ପୁଅ ଅଭୟ ଓରଫ ଗୁନିଆ ଓ ଦିଶନେସ ବେହେରା ଗାଡିଟିକୁ ଚୋରିକରି ଆଣି ତାଙ୍କୁ ବିକ୍ରି କରିଥିବା ସ୍ୱୀକାର କରିଥିଲେ। ପୋଲିସ ଗାଡିଟିକୁ ଜବତ କରିବା ସହ ୩ ଅଭିଯୁକ୍ତ ତପନ, ଅଭୟ ଓ ଦିଶନେସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ଡି.ଏସ.ପି ସଞ୍ଜୟ ପଟ୍ଟନାୟକ କହିଛନ୍ତି।