Ratna Bhandar: ପୁରୀ ରତ୍ନ ଭଣ୍ଡାରରେ ଗୁପ୍ତ ସୁଡଙ୍ଗ କିମ୍ବା କିଛି ଗୁପ୍ତ କୋଠରୀ ରହିବା ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ ଆଇନ୍ ମନ୍ତ୍ରୀ ଏକ ବଡ ବୟାନ ଦେଇଛନ୍ତି ।  ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ । ପ୍ରାଥମିକ ଆଲୋଚନାରୁ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନଥିବା ଜଣାପଡ଼ିଛି । ଏନେଇ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହାର ପରେ ସୁଡଙ୍ଗ ଚର୍ଚ୍ଚା ଅଧିକ ସ୍ପଷ୍ଟ ହେବ ।"


COMMERCIAL BREAK
SCROLL TO CONTINUE READING

ରତ୍ନଭଣ୍ଡାର ମରାମତି ନେଇ ମଧ୍ୟ ଆଇନ୍ ମନ୍ତ୍ରୀ ଅପଡେଟ୍ ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି "କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭିଡ଼ ରହିଛି। ଏହାପରେ ମରାମତି କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରାୟ ଦେଢମାସ ଭିତରେ ମରାମତି କାର୍ଯ୍ୟ ସରିବ। ମରାମତି କାର୍ଯ୍ୟ ସମାପ୍ତ ହେବା ପରେ ନୂଆ ବର୍ଷରେ ମୂଲ୍ୟବାନ ସାମଗ୍ରୀ ଗଣନା ଆରମ୍ଭ ହେବ।"


ସେ ଆହୁରି ମଧ୍ୟ କହିଛନ୍ତି ଯେ ନିରାପତ୍ତା ତଥା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତଙ୍କ ବିଶ୍ୱାସକୁ ଦୃଷ୍ଟିରେ ରଖି ରତ୍ନ ଭଣ୍ଡାର ଭିତରେ ମୂଲ୍ୟବାନ ସାମଗ୍ରୀର ଗଣନା କରାଯିବ।


Also read: Bibek Debroy passes away: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ବିବେକ ଦେବରାୟଙ୍କ ପରଲୋକ, ଦୁଃଖ ପ୍ରକାଶ କଲେ ପିଏମ୍