ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (H&FW) ବିଭାଗ ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡ଼ିକରେ ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଥିବାକୁ ନେଇ ସୋମବାର ଦିନ ଏକ ବିଜ୍ଞପ୍ତିରେ ସୂଚିତ କରିଛି ।


COMMERCIAL BREAK
SCROLL TO CONTINUE READING

ଏହି ମେଡିକାଲ କଲେଜଗୁଡ଼ିକରେ ଥିବା ହାଉସ୍ ସର୍ଜନମାନେ ବର୍ତ୍ତମାନ ବିଭାଗର ୨୯ ଜାନୁୟାରୀ ୨୦୨୧ ର ଚିଠି ନମ୍ବର-2744 / H ଅନୁଯାୟୀ ଷ୍ଟାଇପେଣ୍ଡ ଗ୍ରହଣ କରୁଛନ୍ତି । ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡର ବୃଦ୍ଧି ପାଇଁ କରାଯାଇ ଅସୁଥିବା ଅଭିଯୋଗକୁ ଯତ୍ନର ସହ ବିଚାର କରି, ରାଜ୍ୟ ସରକାର ହାଉସ୍ ସର୍ଜନଙ୍କ ସପକ୍ଷରେ ଏକ ଗତିଶୀଳ ଷ୍ଟାଇପେଣ୍ଡ ଲାଗୁ କରିଛନ୍ତି ଏଂବ OMHS କ୍ୟାଡର ଅଧୀନରେ ଆସିଷ୍ଟାଣ୍ଟ ସର୍ଜନମାନଙ୍କୁ ପ୍ରଦାନ କରାଯାଉଥିବା ଷ୍ଟାଇପେଣ୍ଡରେ ୫୦% ବୃଦ୍ଧି କରିଛନ୍ତି ।


"ଏହାକୁ ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହେବ ବୋଲି ସରକାରୀ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ଅର୍ଥ ବିଭାଗ ସେମାନଙ୍କ ଫାଇଲ No-FIN-SOS3-BT-0045-2017 ରେ ଏକମତ ହୋଇଛି ।


ଶେଷଥର ପାଇଁ ବୃଦ୍ଧି ୧ ଜାନୁୟାରୀ ୨୦୨୧ ରୁ ଲାଗୁ ହୋଇଥିଲା । ବର୍ତ୍ତମାନର ସରକାରୀ ସେବାରେ ପ୍ରବେଶ କରିବା ସମୟରେ OMHS କ୍ୟାଡର ଅଧୀନରେ ଆସିଷ୍ଟାଣ୍ଟ ସର୍ଜନମାନଙ୍କୁ ଦିଆଯାଇଥିବା ପାରିଶ୍ରମିକର ୫୦% ରେ ହାଉସ ସର୍ଜନଙ୍କ ସପକ୍ଷରେ ଏକ ଗତିଶୀଳ ଷ୍ଟାଇପେଣ୍ଡ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।