Odisha Exit Poll: ଓଡ଼ିଶାରେ ୧୫ରୁ ୧୭ ଲୋକସଭା ଆସନ ନେବ ବିଜେପି!
Advertisement
Article Detail0/zeeodisha/odisha2273799

Odisha Exit Poll: ଓଡ଼ିଶାରେ ୧୫ରୁ ୧୭ ଲୋକସଭା ଆସନ ନେବ ବିଜେପି!

Odisha Exit Poll: ଇଣ୍ଡିଆ ଟିଭିରେ ପ୍ରକାଶିତ ମତ ଅନୁସାରେ  ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିବା ଜଗତସିଂହପୁର ଲୋକସଭା ଆସନରେ ମଧ୍ୟ ବିଜେପି ସମ୍ଭାବନା ରହିଛି। ଏହି ଆସନକୁ ବିଜେପି ଆଗୁଆ  ସି ’ବର୍ଗର ଆସନ ବୋଲି ଭାବିଥିଲେ। 

 

Odisha Exit Poll 2024

ଭୁବନେଶ୍ୱର: ଇଣ୍ଡିଆ ଟିଭି ଏକଜିଟ୍‍ ପୋଲ୍‍ ଓଡ଼ିଶାରେ ବିଜେପିକୁ ଅଧିକ ଆସନ ଆଣିବାର ସଙ୍କେତ  ଦେଇଛି। ୨୧ଟି ଲୋକସଭା ଆସନରୁ ୧୫ରୁ ୧୭ ଆସନ ବିଜେପି ନେବ ବୋଲି ଆକଳନ କରିଛି ଇଣ୍ଡିଆ ଟିଭି। କିନ୍ତୁ ପୁରୀରେ ଏକ ଶକ୍ତ ଲଢ଼େଇକୁ ଏଠାରେ ଆଶଙ୍କା କରାଯାଇଛି। 

ଗତ ୨୦୧୯ ନିର୍ବାଚନରେ ଓଡ଼ିଶାରେ ବିଜେପି ୮ଟି ଆସନ ଜିତିଥିଲା। ଏଗୁଡ଼ିକ ହେଲା, ଭୁବନେଶ୍ୱର, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର,  ମୟୁରଭଞ୍ଜ, ବାଲେଶ୍ୱର, ବଲାଙ୍ଗୀର, କଳାହାଣ୍ଡି ଲୋକସଭା ଆସନ। ଏଠାରେ ଥିବା ବିଧାନସଭା ଆସନ ପ୍ରାୟତଃ ବିଜେଡି ଅକ୍ତିଆରରେ ଥିଲେ ମଧ୍ୟ ବିଜେପିକୁ ଲୋକେ କେନ୍ଦ୍ରରେ ଦନେଖିବାକୁ ପସନ୍ଦ କରିଥିଲେ। ଏଥର ପ୍ରବାହିତ ହୋଇଥିବା ବିଜେପି ହାଓ୍ୱା ଏବଂ  ବିଜେଡିର ଷ୍ଟାର କ୍ୟାମ୍ପେନର ପାଣ୍ଡିଆନ୍‍ ବିରୋଧି ମତବାଦ ରାଜ୍ୟରେ ଅଧିକ ବିଜେପି ଆସନ ଆଣିବାରେ ସକ୍ଷମ ହେବ ବୋଲି ଏକ୍ଜିଟ ପୋଲରେ ମତ ପ୍ରକାଶ ପାଇଛି। 

ଇଣ୍ଡିଆ ଟିଭିରେ ପ୍ରକାଶିତ ମତ ଅନୁସାରେ  ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିବା ଜଗତସିଂହପୁର ଲୋକସଭା ଆସନରେ ମଧ୍ୟ ବିଜେପି ସମ୍ଭାବନା ରହିଛି। ଏହି ଆସନକୁ ବିଜେପି ଆଗୁଆ  ସି ’ବର୍ଗର ଆସନ ବୋଲି ଭାବିଥିଲେ। କିନ୍ତୁ ଏଠାରେ ଲୋକଙ୍କ ସମାଗମକୁ ଦେଖି ବିଜେପି ତାହାକୁ ବିଜୟ ସଙ୍କେତ ବୋଲି ଗ୍ରହଣ କରିଥିଲା। ଏହାପରେ ଏଠାରେ ପ୍ରଚାରକୁ ଅଧିକ ଦୃଢ଼ କରାଯାଇଥିଲା। 

ବିଜେଡିର ଗଡ଼ ଭାବେ ଉପକୂଳ ଓଡ଼ିଶାରେ ଏଥର ବିଜେପିର ପଦ୍ମଫୁଲ ଫୁଟିବା ସମ୍ଭାବନା ଅଧିକ ରହିଛି। ପୁରୀରେ ସମ୍ବିତ ପାତ୍ରଙ୍କ ପାଇଁ ବିଜୟ ସଙ୍କେତ କିନ୍ତୁ ଦ୍ୱନ୍ଦ୍ୱରେ ପଡ଼ିଛି। ନିର୍ବାଚନ ପୂର୍ବରୁ ତାଙ୍କୁ ନେଇ ଆସିଥିବା ବିବାଦ ତାଙ୍କୁ କଡ଼ା ମୁକାବିଲାରେ ପକାଇପାରେ। ଗତ ନିର୍ବାଚନରେ କୋରାପୁଟ ସଂସଦୀୟ ଅଞ୍ଚଳ କଂଗ୍ରେସର ଏକମାତ୍ର ଆସନ ହୋଇ ଓଡ଼ିଶାରେ ଥିଲା। ଏଥର ସେଠାରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ରହିଛି। ଏଠାରେ ବିଜେଡି ତୃତୀୟ ନମ୍ବରରେ ରହିବା ସମ୍ଭାବନା ଅଛି।