ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଥିବା ସବୁଠାରୁ ବଡ଼ ହସ୍ପିଟାଲ AIIMS ରୁ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଖବର ଅନୁସାରେ AIIMS ଭୁବନଶ୍ୱରରୁ  (Bhubaneswar) ପୁଲିସ ୧୪ ଦଲାଲଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗିରଫ ହୋଇଥିବା ଅଭିଯୁକ୍ତ ଟିକେଟ ଦଲାଲ କରୁଥିଲେ । ଏହି ଅଭିଯୋଗରେ ୧୪ ଜଣ ଦଲାଲଙ୍କୁ ଖଣ୍ଡଗିରି ପୋଲିସ (Khandagiri Police) ଥାନାକୁ ଉଠାଇ ଆଣିଛି । କୁହାଯାଉଛି ଯେ ଏମାନେ ଦୀର୍ଘଦିନ ଧରି ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ । ଦୂର ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ବେ ଅନେକ ଲୋକ ଟିକେଟ ନ ପାଇ ଅନେକ କଷ୍ଟ ସହୁଥିଲେ । କିନ୍ତୁ ଏହି ଦଲାଲମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ କଡା ଦରରେ ବିକ୍ରି କରି ସେମାନଙ୍କ ଠାରୁ ଶୋଷଣ କରୁଥିଲେ ।


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ଟିକେଟ ଦଲାଲ ଖଣ୍ଡଗିରି ଥାନା ପୁଲିସ ସୂଚନା ପାଇଥିଲା । ଯାହାକୁ ଭିତ୍ତି କରି ଆଜି AIIMS ଭୁବନଶ୍ୱରରେ ଚଢାଉ କରିଥିଲା । ଏହି ସମୟରେ ୧୪ ଜଣଙ୍କୁ ଟିକେଟ ଦଲାଲ କରିବା ଅଭିଯୋଗରେ ଗିରଫ କରିଥିବା ବେଳେ, ଏବେବି ଧରପଗଡ଼ ଜାରି ରହିଛି । ସେଠାରେ ଉପସ୍ଥିତ ରୋଗୀଙ୍କ ଅନୁସାରେ ଏପରି ଅନେକ ଦଲାଲ ରହିଛନ୍ତି । ଯେଉଁମାନେ ଏପରି କାମ କରୁଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଖଣ୍ଡଗିରି ପୋଲିସ ଏହି ମାମଲାରେ ନିଜର ତଦନ୍ତ ଜାରି ରଖିଛି ।


ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ଚାଲିଥିବା ସ୍ପେଶାଲ ଡ୍ରାଇଭ ଦ୍ୱାରା ଏହି ଦଲାଲ ମାନଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ ମଧ୍ୟ ସମାନ ଭାବରେ ଚଢ଼ାଉ କରଯାଇ କଟକ ବଡ଼ ମେଡିକାଲରୁ (SCB) ଅନେକ ଦଲାଲଙ୍କୁ ଗିରଫ କରଯାଇଥିଲା । ଏହି ଦଲାଲ ମାନେ ରୋଗୀଙ୍କୁ ସହାୟତା ଆଳରେ ଲୁଟ୍ କରିଥିଲେ । ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ରୋଗୀଙ୍କୁ ଟିକେଟ ପାଇବା ପାଇଁ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥିଲା । କିନ୍ତୁ ଏହି ଟିକେଟ ଦଲାଲ ମାନେ ପୂର୍ବରୁ ଟିକେଟ କରି ସେମାନଙ୍କୁ ଡାକ୍ତରଙ୍କୁ ଆଗୁଆ ଦେଖାଇ ଦେବାର ଆଳ ଦେଖାଇ ହରିଲୁଟ କରି ଚାଲିଥିଲେ ।


ଟିକେଟ ଦଲାଲ ମାନେ କେବଳ ରାଜ୍ୟର କୌଣସି ଗୋଟିଏ କିମ୍ବା ଦୁଇଟା ହସ୍ପିଟାଲରେ ନାହାଁନ୍ତି ବରଂ ଅନେକ ହସ୍ପିଟାଲରେ ରହି ଲୁଟୁଥିବା ପୂର୍ବରୁ ଅନେକ ଅଭିଯୋଗ ଆସିଛି । ପ୍ରଶାସନ ଯଦି ଏହିପରି ପ୍ରତ୍ୟକ ସରକାରୀ ହସ୍ପିଟାଲରେ ଚଢ଼ାଉ କରି ଟିକେଟ ଦଲାଲ ମାନଙ୍କ ଠାରୁ ହସ୍ପିଟାଲକୁ ମୁକ୍ତ କରିବେ ତେବେ ଯାଇ ରୋଗୀଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ମିଳିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


ଏହା ବି ପଢ଼ନ୍ତୁ: Lord Jagannath: ଆଜିଠୁ ପବିତ୍ର ପଞ୍ଚୁକ ବ୍ରତର ଅୟମାରମ୍ଭ, ପାଞ୍ଚ ଦିନ ଏହି ସବୁ ବେଶରେ ଦର୍ଶନ ଦେବେ ବଡ଼ଠାକୁର