ଭୁବନେଶ୍ୱର: ଓଡ଼ିଶା ପୋଲିସରେ (Odisha Police) ସାମିଲ ହେବାପାଇଁ ଇଚ୍ଛୁକ ଥିବା ପାର୍ଥୀମାନଙ୍କ ପାଇଁ ଏକ ଭଲ ଖବର ଅଛି । ଚୁକ୍ତିଭିତ୍ତିକ ଭିତ୍ତିରେ ଓଡ଼ିଶା ପୋଲିସ୍ ସିଗନାଲ୍ ସେବା (Odisha Police Signal Services) ସହିତ ନିୟୋଜିତ ହେବା ପାଇଁ ୨୪୪ କନଷ୍ଟେବଳ ପଦବୀ (Constable posts) ନିଯୁକ୍ତି ପାଇଁ ଓଡିଶା ପୋଲିସ ଚୟନ ବୋର୍ଡ (Odisha Police Selection Board) ଏକ ବିଜ୍ଞପ୍ତି ଜାରି କରିଛି ।


COMMERCIAL BREAK
SCROLL TO CONTINUE READING

ବିଜ୍ଞପ୍ତି ଅନୁଯାୟୀ ଟ୍ରାନ୍ସଜେଣ୍ଡର (Transgender) ପ୍ରାର୍ଥୀମାନେ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ତେବେ PWD ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ ।


ଅଧିକ ପଢ଼ନ୍ତୁ: ମୋଦି ସରକାରଙ୍କ କୃଷକମାନଙ୍କୁ ଗିଫ୍ଟ! ବୃଦ୍ଧି ହେଲା ରବି ଫସଲ ପାଇଁ MSP


ଯୋଗ୍ୟ ତଥା ଆଗ୍ରହୀ ଆବେଦନକାରୀମାନେ ଏହି ପଦବୀ ପାଇଁ ୧୩ ସେପ୍ଟେମ୍ବର ୨୦୨୧ ରୁ ଓଡିଶା ପୋଲିସର ଅଫିସିଆଲ୍ ୱେବସାଇଟରେ (https://odishapolice.gov.in) ଭିଜିଟ କରି ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୪ ଅକ୍ଟୋବର ୨୦୨୧ ରହିଛି ।


ଗୁରୁତ୍ୱପୂର୍ଣ୍ଣ ତାରିଖ
ଅନଲାଇନ୍ ଆବେଦନ ଆରମ୍ଭ ତାରିଖ: ୧୩ ସେପ୍ଟେମ୍ବର ୨୦୨୧


ଅନଲାଇନ୍ ଆବେଦନ ଦାଖଲ ପାଇଁ ଶେଷ ତାରିଖ: ୪ ଅକ୍ଟୋବର ୨୦୨୧



ପଦବୀ ସଂଖ୍ୟା  
ମୋଟ ପଦବୀ ସଂଖ୍ୟା - ୨୪୪


ଅଧିକ ପଢ଼ନ୍ତୁ: ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରାଇବା ପାଇଁ ନାବାଳିକା ଝିଅମାନଙ୍କୁ ଉଲଗ୍ନ କରି ବୁଲାଇଲେ ଗ୍ରାମବାସୀ


ଚୟନ ପକ୍ରିୟା
ପ୍ରାର୍ଥୀମାନଙ୍କର ଶାରୀରିକ ଓ ଲିଖିତ ପରୀକ୍ଷା ଅନୁସାରେ ଚୟନ ପକ୍ରିୟା କରାଯିବ । ଏଥିପାଇଁ ସମସ୍ତ ତଥ୍ୟ ଜାରି ହୋଇଥିବା ବିଜ୍ଞପ୍ତିରେ ବିସ୍ତୃତ ଭାବରେ ଦିଆଯାଇଛି । ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିକୁ ଭଲଭାବେ ପଢିବାକୁ କୁହାଯାଇଛି ।