ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରାଇବା ପାଇଁ ନାବାଳିକା ଝିଅମାନଙ୍କୁ ଉଲଗ୍ନ କରି ବୁଲାଇଲେ ଗ୍ରାମବାସୀ
Advertisement

ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରାଇବା ପାଇଁ ନାବାଳିକା ଝିଅମାନଙ୍କୁ ଉଲଗ୍ନ କରି ବୁଲାଇଲେ ଗ୍ରାମବାସୀ

ଖବର ଅନୁସାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (NCPCR) ମଧ୍ୟ ଦାମୋହ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଜାବେରା ପୋଲିସ ଷ୍ଟେସନ ଅଞ୍ଚଳର ବାନିଆ ଗ୍ରାମରେ ଘଟିଥିବା ଘଟଣା ସମ୍ପର୍କରେ ଦାମୋହ ଜିଲ୍ଲା ପ୍ରଶାସନ ପକ୍ଷରୁ ରିପୋର୍ଟ ମାଗିଛି । 

ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରାଇବା ପାଇଁ ନାବାଳିକା ଝିଅମାନଙ୍କୁ ଉଲଗ୍ନ କରି ବୁଲାଇଲେ ଗ୍ରାମବାସୀ

ଭୋପାଳ: ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର (Damoh district) ଏକ ଗ୍ରାମରେ ଅତି କମରେ ଛଅ ଜଣ ନାବାଳିକାଙ୍କୁ ଉଲଗ୍ନ କରି ପ୍ୟାରେଡ୍ କରାଯାଇଛି ।କୁହାଯାଉଛି ଯେ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଓ ମରୁଡ଼ି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ଏହା ଏହି ଗ୍ରାମ ରୀତିନୀତିର ଏକ ଅଂଶ ଅଟେ । ସରକାରୀ ଅଧିକାରୀମାନେ ଏହାର ସୂଚନା ଦେଇଛନ୍ତି ।

ଖବର ଅନୁସାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (NCPCR) ମଧ୍ୟ ଦାମୋହ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଜାବେରା ପୋଲିସ ଷ୍ଟେସନ ଅଞ୍ଚଳର ବାନିଆ ଗ୍ରାମରେ ଘଟିଥିବା ଘଟଣା ସମ୍ପର୍କରେ ଦାମୋହ ଜିଲ୍ଲା ପ୍ରଶାସନ ପକ୍ଷରୁ ରିପୋର୍ଟ ମାଗିଛି । 

NCPCR କୁ ଦିଆଯିବ ଏହାର ରିପୋର୍ଟ: ଜିଲ୍ଲା ଅଧିକାରୀ
ଦାମୋହ ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଏସପି) ଡି.ଆର ଟେନିୱାର କହିଛନ୍ତି ଯେ ସ୍ଥାନୀୟ ରୀତିନୀତି ଅନୁଯାୟୀ ତଥା ଇନ୍ଦ୍ର ଦେବତାଙ୍କୁ ଖୁସି କରିବା ପାଇଁ କିଛି ଯୁବତୀଙ୍କୁ ଉଲଗ୍ନ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି । ଯଦି ଏହା ଜଣାପଡେ ଯେ ଝିଅମାନଙ୍କୁ ଉଲଗ୍ନ କରିବାକୁ ବାଧ୍ୟ କରାଯାଉଛି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।' 

ଅଧିକ ପଢ଼ନ୍ତୁ: MBBS ରେ ପଢ଼ାଯିବ 'ହିନ୍ଦୁତ୍ୱ'ର ଶିକ୍ଷା, ଏହି ରାଜ୍ୟର ଶିକ୍ଷା ମନ୍ତ୍ରୀ କଲେ ଘୋଷଣା 

ବିଶ୍ୱାସ ଅନୁଯାୟୀ, ଛୋଟ ଝିଅମାନେ କାଠ ଛତା ଧରି ଉଲଗ୍ନ ଚାଲିବାକୁ ବାଧ୍ୟ ହୁଅନ୍ତି, ଏହିସମୟରେ ବେଙ୍ଗକୁ ବେକରେ ମାଳ କରି ପିନ୍ଧାଯାଏ । ଗ୍ରାମବାସୀ କହିଛନ୍ତି ଯେ ଏହି ଝିଅମାନଙ୍କ ସହିତ ଯାଉଥିବା ମହିଳାମାନେ ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରାଇବା ପାଇଁ ସ୍ତୁତି ଗାନ କରନ୍ତି । ଏହା କରିବାଦ୍ୱାରା ବର୍ଷା ହୋଇପାରେ । 

ଦାମୋହ କଲେକ୍ଟର ଏସ କୃଷ୍ଣ ଚୈତନ୍ୟ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ଏ ବାବଦରେ ଏନସିପିସିଆର ପାଖରେ ଏକ ରିପୋର୍ଟ ଦାଖଲ କରିବ । ସେ କହିଛନ୍ତି ଯେ ଏହି ଝିଅମାନଙ୍କର ପିତାମାତା ମଧ୍ୟ ଏହି ଘଟଣାରେ ଜଡିତ ଅଛନ୍ତି ଓ ସେମାନେ ଏପରି ଅନ୍ଧବିଶ୍ୱାସର ବିଶ୍ୱାସ କରନ୍ତି ।

ଜିଲ୍ଲା କଲେକ୍ଟର କହିଛନ୍ତି ଯେ ଏହି 'ରୀତିନୀତି' ଉପରେ କୌଣସି ଗ୍ରାମବାସୀ ଅଭିଯୋଗ କରିନାହାଁନ୍ତି । ସେ କହିଛନ୍ତି, “ଏପରି ପରିସ୍ଥିତିରେ ପ୍ରଶାସନ କେବଳ ଗ୍ରାମବାସୀଙ୍କୁ ଏପରି ଅନ୍ଧବିଶ୍ୱାସର ଅସାରତା ବିଷୟରେ ଅବଗତ କରାଇପାରିବ ଓ ସେମାନଙ୍କୁ ବୁଝାଇପାରେ ଯେ, ଏପରି ଅଭ୍ୟାସ ଇଚ୍ଛାକୃତ ଫଳାଫଳ ଦିଏନାହିଁ ।

ଅଧିକ ପଢ଼ନ୍ତୁ: ଚହଲ ଓ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ହେଲା ପ୍ରବଳ ଝଗଡ଼ା; ଭାଇରାଲ ହେଉଛି ଭିଡ଼ିଓ, ଧାୱନ ବି ଦେଲେ ପ୍ରତିକ୍ରିୟା

ଏହି ଘଟଣାର ଦୁଇଟି ଭିଡିଓ ସାମ୍ନାକୁ ଆସିଛି 
ପ୍ରଥମ ଭିଡିଓ କ୍ଲିପରେ, ବିନା ପୋଷାକରେ ଝିଅମାନେ (ପ୍ରାୟ ୫ ବର୍ଷ ବୟସର ଦେଖାଯାଉଛନ୍ତି) ଏକ କାଠ ଛତା ଧରି ବେକରେ ବେଙ୍ଗକୁ ମାଳ ପରି ପିନ୍ଧି ଯାଉଥିବାର ଦେଖାଯାଏ । ସ୍ତୁତି ଗାନ କରୁଥିବା ମହିଳାମାନଙ୍କର ଏକ ଦଳ ଏହି ଶୋଭାଯାତ୍ରା ଅନୁସରଣ କରୁଥିବାର ଦେଖାଯାଏ ।

ଅନ୍ୟ ଏକ ଭିଡିଓରେ କିଛି ମହିଳାଙ୍କ ଠାରୁ ଏହା ଶୁଣିବାକୁ ମିଳେ ଯେ ବର୍ଷା ଅଭାବରୁ ଧାନ ଫସଲ ଶୁଖିଯାଉଥିବାରୁ ଏହି ରୀତିନୀତି କରାଯାଇଥିଲା । ସେମାନେ କହୁଛନ୍ତି, “ଆମେ ବିଶ୍ୱାସ କରୁ ଯେ ବର୍ଷା ହେବ ।” ଏହି ମହିଳାମାନେ କହିଛନ୍ତି ଯେ ସେମାନେ ଶୋଭାଯାତ୍ରା ସମୟରେ ଗ୍ରାମବାସୀଙ୍କଠାରୁ କଞ୍ଚା ପନିପରିବା ସଂଗ୍ରହ କରିବେ ଓ ପରେ ସ୍ଥାନୀୟ ମନ୍ଦିରରେ 'ଭଣ୍ଡାରା' (ଭୋଜି) ପାଇଁ ଖାଦ୍ୟ ରାନ୍ଧିବେ ।