ଭୁବନେଶ୍ୱର: ସରିଛି ପିପିଲି ଉପନିର୍ବାଚନ । ରାତି ପାହିଲେ ବାହାରିବ ଫଳାଫଳ । ଜଣାପଡ଼ିବ କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ । ଯେଉଁଥିପାଇଁ ରାଜ୍ୟ ରାଜନୀତି ସରଗରମ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପିପିଲି ଫାଇଟ୍‌ ରେଜଲ୍ଟ ଉପରେ ରହିିଛି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନଜର । କିଏ କେତେ ଭୋଟରେ ଜିତିବ ଆଉ କିଏ ବାଜି ମାରିବ ତାହା ଉପରେ ସାରା ରାଜ୍ୟବାସୀଙ୍କ ନଜର । 


COMMERCIAL BREAK
SCROLL TO CONTINUE READING

ଷ୍ଟ୍ରଙ୍ଗରୁମରେ ରହିଛି ଇଭିଏମ୍‌ ମେସିନ୍ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ୩୪୮ଟି ବୁଥର ଇଭିଏମରେ କଏଦ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ରବିବାର ସକାଳ ୮ରୁ ଆରମ୍ଭ ହେବ ଭୋଟ ଗଣତି । ୮ଟାରୁ-୮ଟା୩୦ ପର୍ଯ୍ୟନ୍ତ ପୋଷ୍ଟାଲ ଭୋଟ୍‌ ଓ ୮ଟା ୩୦ରୁ ଇଭିଏମ୍‌ ଭୋଟ ଗଣତି ହେବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବଚାନ ଅଧିକାରୀ ସୁଶିଲ ଲୋହାନୀ । ୨ଟି ହଲ୍‌ରେ ଇଭିଏମ୍‌ ଓ ଗୋଟିଏ ହଲ୍‌ରେ ପୋଷ୍ଟାଲ ବାଲାଟ ଗଣତି ହେବ । ଭୋଟ୍‌ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ଲୋହାନୀ । ମୋଟ୍ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ହେବ, ଏଥିପାଇଁ ୬୨ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଗଣତି ଶେଷ ହେବା ପରେ ଭିଭିପାଟ ଏବଂ ଇଭିଏମ ଫଳାଫଳକୁ ମେଳ କରାଯିବ । ତାପରେ ଫଳାଫଳ ଘୋଷଣା କରାଯିବ । 


ଏହା ବି ପଢ଼ନ୍ତୁ: ରାହୁଲ-ପ୍ରିୟଙ୍କାଙ୍କ ସହିତ ସବୁବେଳେ ରହିବି, ଜାଣନ୍ତୁ ଏଭଳି କାହିଁଁକି କହିଲେ ସିଦ୍ଧୁ 


ସୂଚନାଯୋଗ୍ୟ, ଚଳିତ ପିପିଲି ଉପ-ନିର୍ବାଚନରେ ୭୮.୨୪% ହୋଇଛି ମତଦାନ। ଅର୍ଥାତ୍ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ପ୍ରାୟ ୨ ପ୍ରତିଶତ ଅଧିକ ଭୋଟ୍ ପଡ଼ିଛି । ଗତ ନିର୍ବାଚନରେ ୧୫ ହଜାର ୭୮୭ ଭୋଟ୍ ବ୍ୟବଧାନରେ ବିଜେଡିର ପ୍ରଦୀପ ମହାରଥୀ ଜିତିଥିଲେ । ଯେହେତୁ ଚଳିତଥର ଅଧିକ ପ୍ରତିଶତ ମତଦାନ ହୋଇଛି, ତେଣୁ ଭୋଟ୍ କାହାର ବଢିବ ଆଉ କାହାର କମିବ, ତାର ଏକ ବଡ଼ ସଙ୍କେତ ରାଜ୍ୟ ରାଜନୀତିକୁ ମିଳିବ ।