Carrot Benefits: ଗାଜର ଖାଇବାକୁ ଅଧିକାଂଶ ଲୋକଙ୍କୁ  ଭଲଲାଗେ। ଏହି ପରିବା ଶୀତଦିନେ ଅଧିକ ବଜାରରେ ମିଳିଥାଏ। ଗାଜର ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ ହିତକର ହୋଇଥାଏ। ଗାଜର ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ପୋଟାସିୟମ୍, କ୍ୟାଲସିୟମ୍ ସହିତ ଅନେକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ । ଗାଜରକୁ ସାଲାଡ଼ ଭାବରେ ଖାଇ ପାରିବେ । ତେବେ ଆସନ୍ତୁ ଜାଣିବା ଗାଜର ଖାଇବା ଦ୍ବାରା କଣ ସବୁ ଲାଭ ମିଳିଥାଏ। 


COMMERCIAL BREAK
SCROLL TO CONTINUE READING

 ହାର୍ଟ ପାଇଁ ଲାଭଦାୟକ : 
ହାର୍ଟକୁ ଶକ୍ତିଶାଳୀ ରଖିବା ଏବଂ ହୃଦରୋଗର ଆଶଙ୍କା କମାଇବା ପାଇଁ ଗାଜରକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ଏଥିରେ ଥିବା ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଗାଜରରେ ଫାଇବର ଥାଏ।  ଯାହା କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।


ଆଖି ପାଇଁ ବେଶ୍ ଲାଭଦାୟକ:
ଖରାପ୍ ଜୀବନ ଶୈଳୀ ପାଇଁ ଦୃଷ୍ଟିଶକ୍ତି ମଧ୍ୟ କମିବାରେ ଲାଗିଛି। ଆଜିକାଲି ଛୋଟ ପିଲାମାନେ ମଧ୍ୟ ଆଖିରେ ଚଷମା ପିନ୍ଧୁଛନ୍ତି। ପ୍ରତିଦିନ ଗାଜର ଖାଇଲେ ଦୃଷ୍ଟିଶକ୍ତି ବଢିଥାଏ । ଏଣୁ ପ୍ରତିଦିନ ଆପଣ ନିଜ ଡାଏଟରେ ଗାଜରକୁ ସାମିଲ୍ କରନ୍ତୁ।


ପେଟ ରୋଗ ଦୂର ହୋଇଥାଏ:
ପେଟ ସମ୍ବନ୍ଧୀୟ ରୋଗରେ ପୀଡିତ ଲୋକଙ୍କ ପାଇଁ ଗାଜର ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ। ଏଥିରେ ପ୍ରଚୁର ପରିମାଣର ଫାଇବର ଥାଏ । ଯାହା ପେଟ ସମ୍ବନ୍ଧୀୟ ରୋଗକୁ  ଓ କୋଷ୍ଠକାଠିନ୍ୟରୁ ବି ଉପଶମ ଦେଇଥାଏ।


ଚର୍ମ ପାଇଁ ବେଶ୍ ଭଲ :
ଗାଜରରେ ବିଟା କାରୋଟିନ୍, ଲ୍ୟୁଟିନ୍, ଲାଇକୋପିନ୍ ଭଳି ଉପାଦାନ ରହିଥାଏ । ଯାହା ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ | ଚର୍ମ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଗାଜର ଖାଇବା ଉଚିତ୍ । କଞ୍ଚା ଗାଜର ଚର୍ମ ପାଇଁ ବହୁତ ଲାଭଦାୟକ ଅଟେ ।


(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)