ଆଜି ସଂଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ, ଏହି ସବୁ ପ୍ରସଙ୍ଗ ଉପରେ ହେବ ଆଲୋଚନା
Advertisement
Article Detail0/zeeodisha/odisha2532031

ଆଜି ସଂଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ, ଏହି ସବୁ ପ୍ରସଙ୍ଗ ଉପରେ ହେବ ଆଲୋଚନା

Chatishanijoga meeting today: ଡିସେମ୍ବର ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ। ପୁରୀ ଗସ୍ତରେ ଆସି ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦର୍ଶକ ଓ ପର୍ଯ୍ୟଟକ ପେଣ୍ଠକଟା ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ଏହି ସୋ ଦେଖିପାରିବେ। ଏଥିପାଇଁ ସମୁଦ୍ର କୂଳରେ ବିଭିନ୍ନ ସେକ୍ଟର କରାଯାଇଛି।

ଆଜି ସଂଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ, ଏହି ସବୁ ପ୍ରସଙ୍ଗ ଉପରେ ହେବ ଆଲୋଚନା

ପୁରୀ: ଆଜି ସଂଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ। ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ। ଏଥିରେ ବିଶେଷ କରି ରତ୍ନଭଣ୍ଡାର ମରାମତି ସଂପର୍କରେ ବିସ୍ତୃତ ଆଲୋଚନା ହେବା ସହ ପୁରୀ ଗସ୍ତରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଲୋଚନା ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି କିଭଳି ଶୃଙ୍ଖଳିତ କରାଯିବ ସେନେଇ ମଧ୍ୟ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ। 

ଅନ୍ୟପଟେ ଖାସ୍‌ କରି ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତ ଦର୍ଶନ ଯେଭଳି ପ୍ରଭାବିତ ନହେବ, ସେ ଉପରେ ଦୃଷ୍ଟି ଦେବା ଉପରେ ଆଲୋଚନା ହେବ। ଏହାବ୍ୟତୀତ କେଉଁ ସମୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବ ଆଲୋଚନା କରାଯିବ। 

ଡିସେମ୍ବର ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ। ପୁରୀ ଗସ୍ତରେ ଆସି ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦର୍ଶକ ଓ ପର୍ଯ୍ୟଟକ ପେଣ୍ଠକଟା ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ଏହି ସୋ ଦେଖିପାରିବେ। ଏଥିପାଇଁ ସମୁଦ୍ର କୂଳରେ ବିଭିନ୍ନ ସେକ୍ଟର କରାଯାଇଛି।

ସେହିପରି ଡିସେମ୍ବର ୪ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡିସେମ୍ବର ୪ତାରିଖରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମହାପ୍ରଭୁଙ୍କ ନୀତି କାନ୍ତି କିଭଳି ଶୃଙ୍ଖଳିତ କରାଯିବ ସେନେଇ ମଧ୍ୟ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ।