ଆମର ଭାରତୀୟ ସଂସ୍କୃତିରେ ପିଲାମାନଙ୍କୁ ସର୍ବଦା ଶିକ୍ଷା ଦିଆଯାଏ ଯେ ସେମାନେ ସର୍ବଦା ଗୁରୁଜନମାନଙ୍କୁ ପ୍ରଣାମ କରିବା ଉଚିତ୍ । ଗୁରୁଜନମାନଙ୍କୁ ସମ୍ମାନ କରିବା ଓ ସେମାନଙ୍କୁ ଇଜ୍ଜଜ ଦେବା ଉଚିତ୍ । କିନ୍ତୁ ସର୍ବଦା ପ୍ରଣାମ କରିବା ଠିକ୍ ନୁହେଁ । କାରଣ ବାସ୍ତୁ ଅନୁଯାୟୀ, ଏପରି କିଛି ସ୍ଥାନରେ କିମ୍ବା ସମୟରେ ପ୍ରଣାମ କରିବା ଆମର ଦୁର୍ଭାଗ୍ୟକୁ ଆମନ୍ତ୍ରଣ ଦେଇଥାଏ । ତେବେ ଆସନ୍ତୁ କହିବା କେଉଁ ସ୍ଥାନରେ ଆପଣ ପ୍ରଣାମ କରିବା ଉଚିତ୍ ନୁହେଁ...


COMMERCIAL BREAK
SCROLL TO CONTINUE READING

୧. ଏପରି ଲୋକ ଯିଏ ଅନ୍ୟମାନଙ୍କ ସହ ଖରାପ ବ୍ୟବହାର କରନ୍ତି, ଅନ୍ୟ କୌଣସି ରୂପରେ ଅନ୍ୟର କ୍ଷତି କରନ୍ତି, କଷ୍ଟ ପ୍ରଦାନ କରନ୍ତି । ଏପରି ଲୋକଙ୍କୁ ପ୍ରଣାମ କରି ସମ୍ମାନ ଦେବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।


୨. ଯିଏ କାହାର ଅନ୍ତିମ ସଂସ୍କାରରୁ ଆସୁଛନ୍ତି କିମ୍ବା ଅନ୍ତିମ ସଂସ୍କାରରୁ ଯାଉଛନ୍ତି, ତାଙ୍କୁ ଅପବିତ୍ର ବୋଲି ଧରାଯାଏ । ଶାସ୍ତ୍ର ଓ ଧର୍ମ ଗ୍ରନ୍ଥ ଅନୁଯାୟୀ, ଜଣେ ଅପବିତ୍ର ବ୍ୟକ୍ତିଙ୍କୁ କଦାପି ପ୍ରଣାମ କରିବା ଉଚିତ୍ ନୁହେଁ ।


୩. ବ୍ୟକ୍ତି ସ୍ନାନ କରୁଥିବା ବ୍ୟକ୍ତିଙ୍କୁ କଦାପି ପ୍ରଣାମ କରିବା ଉଚିତ୍ ନୁହେଁ, ଏହା ଆମର ଶିଷ୍ଟାଚାରର ବିରୁଦ୍ଧରେ । ଏପରି କରିବା ଦ୍ୱାରା ସ୍ନାନ କରୁଥିବା ବ୍ୟକ୍ତି ଅସହଜ ହୋଇପାରନ୍ତି ।


୪. କୌଣସି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କୁ କଦାପି ପ୍ରଣାମ କରିବା ଉଚିତ୍ ନୁହେଁ । ପ୍ରଥମ ତ ଏପରି ବ୍ୟକ୍ତିଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଦ୍ୱିତୀୟତଃ ତାଙ୍କ କାର୍ଯ୍ୟ ରୋକି ଯାଇଥାଏ । ଏହି କାରଣରୁ ତାଙ୍କର କାର୍ଯ୍ୟ ସଫଳ ହୁଏ ନାହିଁ ।


ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେ ନା ଏକନାଥ ସିନ୍ଦେ କାହାର ହେବ ଶିବସେନା? ଆବେଦନ ଉପରେ ସୁପ୍ରିମକୋର୍ଟ ଦେଲେ ଏହି ରାୟ


ଏହା ବି ପଢ଼ନ୍ତୁ:-ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଗଦୀପ ଧନଖର ନେଲେ ଏହି ପଦକ୍ଷେପ


ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତିଙ୍କୁ ମିଳି ନଥାଏ SPG ଓ NSG ସୁରକ୍ଷା, ଜାଣନ୍ତୁ କିଏ ମହାମହିମଙ୍କୁ ପ୍ରଦାନ କରନ୍ତି ସୁରକ୍ଷା?


 


୫. ମୂର୍ଖ, ଅସଦାଚରଣ କିମ୍ବା ମାନସିକ ରୂପରେ କପଟ ଲୋକଙ୍କୁ ପ୍ରଣାମ କରିବା କେବଳ ଆପଣଙ୍କ ସମ୍ମାନକୁ କ୍ଷତି ପହଞ୍ଚାଏ ନାହିଁ, ବରଂ ଏପରି କରିବାରୁ ଆପଣଙ୍କ ଭାଗ୍ୟକୁ ମଧ୍ୟ ପ୍ରଭାବିତ ହୋଇଥାଏ ।