ଉଦ୍ଧବ ଠାକରେ ନା ଏକନାଥ ସିନ୍ଦେ କାହାର ହେବ ଶିବସେନା? ଆବେଦନ ଉପରେ ସୁପ୍ରିମକୋର୍ଟ ଦେଲେ ଏହି ରାୟ
Advertisement

ଉଦ୍ଧବ ଠାକରେ ନା ଏକନାଥ ସିନ୍ଦେ କାହାର ହେବ ଶିବସେନା? ଆବେଦନ ଉପରେ ସୁପ୍ରିମକୋର୍ଟ ଦେଲେ ଏହି ରାୟ

ସୂଚନାଯୋଗ୍ୟ, ବିଗତ ଦିନରେ ଏକନାଥ ସିନ୍ଦେ ଓ ଅନ୍ୟ ୩୯ ଜଣ ବିଧାୟକ ଶିବସେନା ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ କରିଥଲେ । ଯାହା ଫଳରେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (MVA) ସରକାରର ପତନ ଘଟିଥିଲା ।

ଉଦ୍ଧବ ଠାକରେ ନା ଏକନାଥ ସିନ୍ଦେ କାହାର ହେବ ଶିବସେନା? ଆବେଦନ ଉପରେ ସୁପ୍ରିମକୋର୍ଟ ଦେଲେ ଏହି ରାୟ

ନୂଆଦିଲ୍ଲୀ: Maharashtra Politics: ଶିବସେନା (Shiv Sena) କାହାର ହେବ? ଏନେଇ ଉଦ୍ଧବ ଠାକରେ (Uddhav Thackeray) ଓ ଏକନାଥ ସିନ୍ଦେ (Eknath Shinde) ଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି । ସେପଟେ ସୁପ୍ରିମକୋର୍ଟ (Supreme Court) ଅଗଷ୍ଟ ୧ରେ ଉଦ୍ଧବ ଠାକରଙ୍କ ନେତୃତ୍ୱାଧୀନ ଶିବସେନାର ନୂଆ ଆବେଦନ ଉପରେ ଶୁଣାଣି କରିବେ । ଯେଉଁଥିରେ ଏକନାଥ ସିନ୍ଦେ ଗୋଷ୍ଠୀ (Shinde Camp) ତରଫରୁ 'ପ୍ରକୃତ' ଶିବସେନାର ପ୍ରତିନିଧିତ୍ୱ କରିବା ମାନ୍ୟତା ଉପରେ  ଭାରତୀୟ ନିର୍ବାଚନ ଆୟୋଗ (ECI) ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ରୋକ ଲଗାଇବାର ଦାବି କରାଯାଇଥିଲା । ବାସ୍ତବରେ, ଶିବସେନାର ଉଦ୍ଧବ ଗୋଷ୍ଠୀ (Thackeray Camp) ର ଦାବି ହେଉଛି ଯେ ଦଳର ଚିହ୍ନ କାହାକୁ ମିଳିବ ଉଚିତ, ତାହା ଉପରେ ନିଷ୍ପତ୍ତି ନିଆଯିବା ପୂର୍ବରୁ ବିଧାୟକଙ୍କ ଯୋଗ୍ୟତା ଉପରେ ନିଷ୍ପତ୍ତି ନିଆଯିବା ଉଚିତ । ବର୍ତ୍ତମାନ ସୁପ୍ରିମକୋର୍ଟ ଉଦ୍ଧବ ଗୋଷ୍ଠୀର ନୂତନ ଆବେଦନ ଶୁଣିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ପ୍ରକୃତ ଶିବସେନାକୁ ଚିହ୍ନଟ କରିବା ପାଇଁ ନିର୍ବାଚନ ଆୟୋଗରେ ଚାଲିଥିବା ପ୍ରକ୍ରିୟା ବିରୋଧରେ ଉଦ୍ଧବ ଗୋଷ୍ଠୀର ଆବେଦନକୁ କପିଲ ସିବଲ ସୁପ୍ରିମ କୋର୍ଟଙ୍କ ପ୍ରଧାନ ବିଚାରପତି (CJI) ଙ୍କ ନିକଟରେ ରଖିଛନ୍ତି । ଯାହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ମହାରାଷ୍ଟ୍ର ମାମଲା ସହ ଜଡିତ ଅନ୍ୟାନ୍ୟ ଆବେଦନ ସହିତ ଏହାର ଶୁଣାଣି କରିବେ । ଉଦ୍ଧବ ଠାକରେ ଗୋଷ୍ଠୀ କହିଛି ଯେ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ।

ଉଲ୍ଲେଖନୀୟ କଥା ହେଉଛି, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗତକାଲି (ମଙ୍ଗଳବାର) ଦଳର ବିଦ୍ରୋହୀ ନେତାମାନଙ୍କୁ ଗଛର 'ପଚା ପତ୍ର' ସହିତ ତୁଳନା କରିଛନ୍ତି । ଉଦ୍ଧବ ଠାକରେ କହିଛନ୍ତି ଯେ, ନିର୍ବାଚନ ପରେ ଲୋକମାନେ କାହାକୁ ସମର୍ଥନ କରନ୍ତି ତାହା ଜଣାପଡ଼ିଯିବ । ସାମାନାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଉଦ୍ଧବ ଠାକରେ କହିଛନ୍ତି ଯେ ତାଙ୍କ ଦଳର କିଛି ନେତାଙ୍କ ଉପରେ ଅତ୍ୟଧିକ ବିଶ୍ୱାସ କରିବା ତାଙ୍କର ଭୁଲ ଥିଲା ।

ସୂଚନାଯୋଗ୍ୟ, ବିଗତ ଦିନରେ ଏକନାଥ ସିନ୍ଦେ ଓ ଅନ୍ୟ ୩୯ ଜଣ ବିଧାୟକ ଶିବସେନା ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ କରିଥଲେ । ଯାହା ଫଳରେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (MVA) ସରକାରର ପତନ ଘଟିଥିଲା । ଉଦ୍ଧବ ଠାକରେ କହିଛନ୍ତି ଯେ, ଏହି ବିଦ୍ରୋହୀମାନେ ଗଛର ପଚା ପତ୍ର ପରି ଓ ସେମାନେ ନିଶ୍ଚୟ ଝଡ଼ିବେ । ଏହା ଗଛ ପାଇଁ ଭଲ, କାରଣ ଏହା ପରେ ନୂଆ ପତ୍ର ଆସିଥାଏ । ଏହି ବିଦ୍ରୋହ ପାଇଁ କାହାକୁ ଦାୟୀ କରାଯାଇପାରେ ବୋଲି ପଚରାଯିବାରୁ ଉଦ୍ଧବ କହିଛନ୍ତି ଯେ, ଲାଗୁଛି ଯେ ମୁଁ କିଛି ଦଳର କର୍ମୀ ଓ ନେତାଙ୍କ ଉପରେ ଅତ୍ୟଧିକ ବିଶ୍ୱାସ କରିନେଇଥିଲି । ଏତେ ଲମ୍ୱା ସମୟ ପର୍ଯ୍ୟନ୍ତ ତାଙ୍କ ଉପରେ ବିଶ୍ୱାସ କରିବା ମୋର ଭୁଲ ଥିଲା ।

ଏହା ବି ପଢ଼ନ୍ତୁ:-ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଗଦୀପ ଧନଖର ନେଲେ ଏହି ପଦକ୍ଷେପ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତିଙ୍କୁ ମିଳି ନଥାଏ SPG ଓ NSG ସୁରକ୍ଷା, ଜାଣନ୍ତୁ କିଏ ମହାମହିମଙ୍କୁ ପ୍ରଦାନ କରନ୍ତି ସୁରକ୍ଷା?

ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କୁ ହେପାଜତକୁ ନେଲା ପୋଲିସ

 

ସୂଚନାଯୋଗ୍ୟ, ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ଘଟଣାକ୍ରମ ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅନେକ ଶିବସେନା ବିଧାୟକ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକମାନେ ପ୍ରଥମେ ଗୁଜୁରାଟର ସୁରଟକୁ ଯାଇ ଆସାମର ଗୁଆହାଟୀରେ ପହଞ୍ଚିଥିଲେ । ଅନେକ ଦିନର ଉତ୍ତେଜନା ପରେ ଯେତେବେଳେ ରାଜ୍ୟପାଳ ଭାଗବତ ସିଂ କୋଶୟାରି ଉଦ୍ଧବ ଠାକରେଙ୍କୁ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିଥିଲେ ସେତେବେଳେ ସେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳି ନଥିଲା । ଏହା ପରେ ସେ ଇସ୍ତଫା ଦେଇଥିଲେ । ତା’ପରେ ଏକନାଥ ସିନ୍ଦେ ବିଜେପି ସହାୟତାରେ ସରକାର ଗଠନ କରିଥିଲେ ।