ଭୁବନେଶ୍ୱର: ପୁଣି ଥରେ ଚର୍ଚ୍ଚାରେ ସବ୍ୟସାଚୀ ମିଶ୍ର। ଜଣେ ଯୁବତୀଙ୍କୁ ତାମିଲ ନାଡ଼ୁରୁ ଉଦ୍ଧାର କରିବା ସହିତ ତାର ବାହାଘର ମଧ୍ୟ କରାଇଛନ୍ତି। କେବଳ ସେତିକି ନୁହନ୍ତି, ତାଙ୍କ ବାହାଘରରେ ମଧ୍ୟ ଭିଡ଼ିଓ କଲରେ ସାମିଲ ହୋଇ ଆଶିର୍ବାଦ ଦେଇଛନ୍ତି। ଘଟଣାଟି ଘଟିଛି ଚୌଦ୍ୱାର ଅଞ୍ଚଳରେ। 


COMMERCIAL BREAK
SCROLL TO CONTINUE READING

ଚୌଦ୍ୱାର ଅଞ୍ଚଳର ଯୁବତୀ କଳ୍ପନା ପଟ୍ଟନାୟକ। ତାମିଲନାଡ଼ୁରେ ରହି କାର୍ଯ୍ୟ କରି ଆସୁଥିଲେ। ମାତ୍ର ଲକଡାଉନ କାରଣରୁ ସେ କାର୍ଯ୍ୟ କରୁଥିବା କମ୍ପାନୀ ବନ୍ଦ ହୋଇ ଯାଇଥିଲେ। ଆର୍ଥିକ ସଂକଟ ସହ ସମସ୍ୟାରେ ପଡ଼ିଥିଲେ କଳ୍ପନା। ସେଠାରୁ ଓଡ଼ିଶା ଫେରିବା ପାଇଁ ପ୍ରୟାସ କରିଥିଲେ। ମାତ୍ର ସେ ଫେରିପାରିନଥିଲେ। ସେପଟେ ତାଙ୍କର ବାହାଘର ମଧ୍ୟ ଠିକ ହୋଇ ଯାଇଥିଲା। ଜୁନ ୧୦ ତାରିଖରେ ତାଙ୍କର ବାହାଘର ତାରିଖ ଧାର୍ଯ୍ୟ ହୋଇଥିଲା। ମାତ୍ର ସେ ଧାର୍ଯ୍ୟ ସମୟ ପୂର୍ବରୁ ଫେରିପାରିନଥିଲେ। 


ଫଳରେ ସେ ଓଡ଼ିଶା ଫେରିବା ପାଇଁ ଓଡ଼ିଆ ତାରକା ସବ୍ୟସାଚୀଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇଥିଲେ। ଏହି ସୂଚନା ପାଇବା ପରେ ସବ୍ୟସାଚୀ ମଧ୍ୟ ଉଦ୍ୟମ ଆରମ୍ଭ କରିଦେଇଥିଲେ। ଉଭୟ ତାମିଲନାଡ଼ୁ ଓ ଓଡ଼ିଶା ସରକାର, ରାଜ୍ୟ କୋଭିଡ଼ କଣ୍ଟ୍ରୋଲ ରୁମ ସହିତ ଆଲୋଚନା କରିଥିଲେ। ପରେ କଳ୍ପନାଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଦେଇଥିଲେ। ଉଭୟ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ତାଙ୍କୁ ଫେରାଇ ଆଣିଥିଲେ ଓଡ଼ିଶାକୁ। 


ତେବେ ଜୁନ ୧୭ ତାରିଖରେ ଓଡ଼ିଶାରେ ପହଞ୍ଚିଥିଲେ। ଓଡ଼ିଶାରେ ପହଞ୍ଚିବା ପରେ କୋଭିଡ଼ ନିୟମ ଅନୁଯାୟୀ ସମସ୍ତ ନିୟମକୁ ପାଳନ କରିଥିଲେ କଳ୍ପନା। ପରେ ସେ ତାଙ୍କ ଘରକୁ ଚୌଦ୍ୱାରକୁ ଯାଇଥିଲେ। ତେବେ ଘରେ ପହଞ୍ଚିବା ପରେ ନିକଟରେ ସେ ପୂର୍ବରୁ ଧାର୍ଯ୍ୟ ପୁଅକୁ ବିବାହ ମଧ୍ୟ କରିଛନ୍ତି। ସମସ୍ତ କୋଭିଡ଼ ନିୟମ ମଧ୍ୟରେ ବିବାହ ସମାପନ ହୋଇଛି। ଏହି ସମସ୍ତର ଶ୍ରେୟ ସବ୍ୟସାଚୀଙ୍କୁ ଦେଇଛନ୍ତି। ଏପରିକି ବିବାହ ପରେ ସବ୍ୟସାଚୀଙ୍କୁ ଭିଡ଼ିଓ କଲ କରି କଥାହୋଇଛନ୍ତି। 


କଥା ହେବା ପରେ ସବ୍ୟସାଚୀ ମଧ୍ୟ ତାଙ୍କର ଖୁସି ସାବ୍ୟସ୍ତ କରିଛନ୍ତି। ସେ କହିଛନ୍ତି କି, ଏହି ବାହାଘର ପାଇଁ ତୁମକୁ ଅଶେଷ ଅଶେଷ ଶୁଭେଚ୍ଛା। କଳ୍ପନାଙ୍କୁ ଭଲରେ ଭଲରେ ଓଡ଼ିଶା ଫେରାଇ ଆଣିଥିବା ନେଇ ସବ୍ୟସାଚୀ ବେଶ ଖୁସି ଥିବା ଜୀ ଓଡ଼ିଶାକୁ ପ୍ରକାଶ କରିଛନ୍ତି।