Ajwain Water: ଆଜିକାଲି ଲୋକମାନେ ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ସେମାନଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବାକୁ ସକ୍ଷମ ନୁହଁନ୍ତି । ଜୀବନର ଦୈନନ୍ଦିନ ବ୍ୟସ୍ତତା ଯୋଗୁଁ ଲୋକମାନେ ବ୍ୟାୟାମ ଏବଂ ଯୋଗଠାରୁ ଦୂରେଇ ଯାଉଛନ୍ତି । ଏପରି ପରିସ୍ଥିତିରେ ଅନେକ ରୋଗ ଲୋକଙ୍କୁ ଘେରି ରହିଥାଏ । ଆଜିକାଲିର ଶୈଳୀ ପାଇଁ ଲୋକମାନେ ଦୂରାରୋଗ୍ୟରେ ପୀଡିତ ହେଉଛନ୍ତି। ଯଦିଓ ସମସ୍ତ ରୋଗର ଚିକିତ୍ସା ପାଇଁ ବଜାରରେ ଔଷଧ ଉପଲବ୍ଧ, କିନ୍ତୁ ଆୟୁର୍ବେଦିକ ଚିକିତ୍ସା ସବୁଠାରୁ ଭଲ ବୋଲି ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା ଆମ ଘର ରୋଷେଇ ଘରେ ଥିବା ଜୁଆଣି ଆମର କେତେ ଦରକାରୀ। ଏବଂ ଜୁଆଣି ପାଣି ଶରୀର ପାଇଁ କେତେ ଉପଯୋଗୀ।


COMMERCIAL BREAK
SCROLL TO CONTINUE READING

ଜୁଆଣି ପାଣି ବା ଅଜୱାଇନ ପାଣି ଆପଣଙ୍କ ପେଟକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ମେଟାବୋଲିଜିମ୍ ହ୍ରାସ କରିଥାଏ ଏବଂ ଅନେକ ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ। ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଥିବାବେଳେ ଏହାକୁ ଗ୍ରହଣ କରିବା ଆହୁରି ଭଲ । ଜିରା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ଏବଂ ମେଟାବୋଲିକ୍ ହାରକୁ ବୃଦ୍ଧି କରିଥାଏ। ପ୍ରତିଦିନ ଜୁଆଣି ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏଥିପାଇଁ ଏକ ଚାମଚ ଜୁଆଣିକୁ ଏକ ଗ୍ଲାସ ପାଣିରେ ପକାନ୍ତୁ ଏବଂ ଏହାକୁ ହାଲୁକା ଗରମ କରିବା ପରେ ପିଇନିଅନ୍ତୁ।


କିଛି ମହିଳାଙ୍କର ଋତୁସ୍ରାବ ସମୟରେ ପେଟ ସହ ମୁଣ୍ଡ ମଧ୍ୟ ବିନ୍ଧିଥାଏ । ତେବେ ଯଦି ସେ ମହିଳା ପ୍ରତିଦିନ ଜୁଆଣି ପାଣି ପିଅନ୍ତି ତେବେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଜୁଆଣି ପାଣି ପିଇବା ଦ୍ୱାରା ଯନ୍ତ୍ରଣା ହ୍ରାସ ପାଇଥାଏ।ଏଥିପାଇଁ ଖାଦ୍ୟ ଖାଇବା ପରେ ଆପଣ ଅଳ୍ପ ଉଷୁମ ଜୁଆଣି ପାଣି ପିଇବା ଉଚିତ୍ । ଏକ କପ୍ ପାଣିରେ ଅଧା ଚାମଚ ଜୁଆଣି ମିଶାଇ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ପାଣିକୁ ଫୁଟାନ୍ତୁ। ତା’ପରେ ଏହି ପାଣିକୁ ହାଲୁକା ଗରମ ପିଅନ୍ତୁ,ଯାହା ପିରିୟଡ୍ସ ଯନ୍ତ୍ରଣାରେ ଆରାମ ଦାୟକ ହେବ।


ଗୋଟିଏ ଚାମଚ ଜୁଆଣିକୁ ଏକ ଗ୍ଲାସ ପାଣିରେ ରଖନ୍ତୁ ଏବଂ ଏହାକୁ ରାତିରେ ଭିଜାଇ ରଖନ୍ତୁ। ସକାଳେ ଏହି ପାଣିକୁ ପିଅନ୍ତୁ । ପ୍ରତିଦିନ ସକାଳେ ଜୁଆଣି ପାଣି ପିଇବା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଜୁଆଣି ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିପାଇଁ ଜୁଆଣିକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଏହି ପାଣିକୁ ପିଅନ୍ତୁ। 


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)


Also Read: Amla Side Effects: ଏହି ୬ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲରେ ବି ଖାଆନ୍ତୁ ନାହିଁ ଅଁଳା, ଲାଭ ବଦଳରେ ହେବ କ୍ଷତି


Also Read: Men Health: ଯୌନ ସମସ୍ୟା ଯୋଗୁଁ ଚିନ୍ତାରେ ଥିବା ପୁରୁଷ ଏହି ୩ଟି ଜିନିଷ ସହିତ କରିନିଅନ୍ତୁ ବନ୍ଧୁତା, ମିଳିବ ଅନେକ ଆଶ୍ଚର୍ଯ୍ୟଜନକ ଲାଭ


Also Read: Vastu Tips: ସକାଳୁ ଉଠିବା ମାତ୍ରେ କରନ୍ତୁ ଏହିସବୁ କାମ, ଜୀବନରେ ହେବ ନାହିଁ କୌଣସି ଅସୁବିଧା