Health Tips: ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ଡେଙ୍ଗୁ ରୋଗ (dengue disease) ନେଇ ଆତଙ୍କ ଖେଳିଯାଇଛି । ଡେଙ୍ଗୁ ହେବା ପରେ ଶରୀରରେ ପ୍ଲେଟଲେଟ୍ କମିଯାଇଥାଏ ତେଣୁ ରୋଗୀଙ୍କୁ ଅନେକ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଆମ ରାଜ୍ୟର କଟକ ଭୁବନେଶ୍ୱର ସମେତ ବିଭିନ୍ନ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ଭିଡ ଦେଖିବାକୁ ମିଳୁଛି । କେବଳ ଓଡ଼ିଶା ନୁହେଁ ଉତ୍ତରପ୍ରେଦଶ ସମେତ ଦେଶର ବିଭିନ୍ନ ସହରରେ ଥିବା ଚିକିତ୍ସାଳୟରେ ଡେଙ୍ଗୁ ରୋଗୀ (dengue patient)ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଡେଙ୍ଗୁ ରୋଗରୁ ରକ୍ଷା କରିବା ପାଇଁ ଲୋକମାନେ ଔଷଧ ଅପେକ୍ଷା ଅମୃତଭଣ୍ଡା ପତ୍ର ରସ, ପଇଡ ପାଣି ଏବଂ କ୍ଷୀର ଅଧିକ ପରିମାଣରେ ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ଲୋକ ସେଗୁଡିକୁ ନିର୍ଦ୍ଦିଷ୍ଟ ପରିମାଣରେ ବ୍ୟବହାର କରିବା ବଦଳରେ ଭୁଲ୍ ମାତ୍ରାର ବ୍ୟବହାର କରୁଛନ୍ତି । ଯେଉଁ କାରଣରୁ ସେମାନେ କୌଣସି ଲାଭ ପାଇବା ପରିବର୍ତ୍ତେ ଅଧିକ ଅସୁସ୍ଥ ହୋଇପଡନ୍ତି । ଆବଶ୍ୟକତାଠାରୁ ଅଧିକ ଚାହିଦା କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଡେଙ୍ଗୁ ପାଇଁ ଅତ୍ୟାବଶକୀୟ ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି ।


COMMERCIAL BREAK
SCROLL TO CONTINUE READING

ଲକ୍ଷ୍ନୌ ସ୍ଥିତ ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁଯାୟୀ, ଲୋକମାନଙ୍କ ମନରେ ଏହା ଧାରଣା ଥାଏ ଯେ, ଅମୃତଭଣ୍ଡା ରସ, ନଡିଆ ପାଣି ଏବଂ କ୍ଷୀର ସବୁ ସ୍ୱାଭାବିକ ପାନୀୟ ପରି । ଆପଣ ଯେତେ ଚାହିଁବେ ପିଇପାରିବେ, ଏହା କୌଣସି କ୍ଷତି କରିବ ନାହିଁ ବୋଲି ଲୋକଙ୍କ ମନରେ ଧାରଣା ଥାଏ । କିନ୍ତୁ ପ୍ରତ୍ୟେକ ଜିନିଷ ସେବନ କରିବାର ନିର୍ଦ୍ଦିଷ୍ଟ ପରିମାଣ ଥାଏ । ଏହାକୁ ଉପଯୁକ୍ତ ପରିମାଣର ସେବନ କଲେ ଆପଣଙ୍କୁ ଲାଭ ଦେଇଥାଏ । ଡାକ୍ତର ଏହା ମଧ୍ୟ କହିଛନ୍ତି ଯେ, ଯଦି ଡେଙ୍ଗୁ ରୋଗୀ ଅମୃତଭଣ୍ଡା ପତ୍ର ରସକୁ ସକାଳେ ୫ ଏମଏଲ ଏବଂ ସନ୍ଧ୍ୟାରେ ୫ ଏମଏଲ ସେବନ କରନ୍ତି ତେବେ ସେ ନିଶ୍ଚିତ ଭାବରେ ଡେଙ୍ଗୁ ରୋଗରୁ ମୁକ୍ତି ପାଇପାରିବେ। ଏପରି କରିବା ଦ୍ୱାରା ଶରୀରରେ ପ୍ଲେଟଲେଟ୍ କମିବ ନାହିଁ । କିନ୍ତୁ ଏହାକୁ ବାଦ୍ ଦେଇ ଯଦି କେହି ଦିନରେ ବାରମ୍ବାର ଅମୃତଭଣ୍ଡା ରସ ସେବନ କରୁଛନ୍ତି ତେବେ ଏହାଦ୍ୱାରା ବାନ୍ତି ହୋଇପାରେ । ଅତ୍ୟଧିକ ସେବନ ଦ୍ୱାରା ରୋଗୀକୁ ଡାଇରିଆ ହୋଇପାରେ । ଏହା ଆପଣଙ୍କ ଯକୃତ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ ।


ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି କେହି ଡେଙ୍ଗୁ ରୋଗ ପାଇଁ ଛେଳି କ୍ଷୀର ସେବନ କରୁଛନ୍ତି ତେବେ ତାହାକୁ ସୀମିତ ପରିମାଣରେ ସେବନ କରିବା ଉଚିତ । ସକାଳେ ମାତ୍ର ୧୫ ଏମଏଲ ଓ ସନ୍ଧ୍ୟାରେ ୧୫ ଏମଏଲ ନେବା ଉଚିତ୍। ଦିନସାରା ପିଇବାର କୌଣସି ଆବଶ୍ୟକତା ନାହିଁ । ଯଦି ଆପଣ ଅଧିକ ସେବନ କରିବେ ତେବେ ଏହା ଆପଣଙ୍କ ଯକୃତ ଉପରେ କୁପ୍ରଭାବ ପକାଇପାରେ । କେବଳ ସେତିକି ନୁହେଁ ବରଂ ପେଟ ସମ୍ବନ୍ଧୀୟ ଅନେକ ରୋଗ ହୋଇପାରେ ।


ଡାକ୍ତର କହିଛନ୍ତି ଯେ, ଯଦି ଡେଙ୍ଗୁ ରୋଗୀମାନେ ପଇଡ ପାଣିକୁ ଔଷଧ ଭାବରେ ସେବନ କରିବା ଉଚିତ୍ । ସକାଳେ ୧୫ ଏମଏଲ ଏବଂ ସନ୍ଧ୍ୟାରେ ୧୫ ଏମଏଲ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ । ଲୋକମାନେ ପଇଡ ପାଣିକୁ ପ୍ରାକୃତିକ ବୋଲି ଭାବି ସାରା ଦିନ ଏହାକୁ ସେବନ କଲେ ପେଟ ସମ୍ବନ୍ଧୀୟ ଅନେକ ରୋଗରେ ପୀଡିତ ହୋଇପାରନ୍ତି । ଏହାର ଅତ୍ୟଧିକ ସେବନ ଉଭୟ କିଡନୀ ଏବଂ ଯକୃତ ଉପରେ ପ୍ରଭାବ ପକାଇପାରେ ।


Also Read- Google Pay: ଗୁଗୁଲ୍ ପେରେ ମିଳିବ ଲୋନ୍, ଆକାଉଣ୍ଟରେ ବାଲାନ୍ସ ନଥିଲେ ବି କରିପାରିବେ ପେମେଣ୍ଟ


Also Read- Expensive Alcohol: ୧୧ କୋଟି ଟଙ୍କାରେ ଗୋଟିଏ ବୋତଲ ମଦ, ଆସନ୍ତା ମାସରେ ନିଲାମ