Surya Gochar Effect: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ଆସନ୍ତା ୧୬ ତାରିଖ ସକାଳ ୮ଟା ୨୦ ମିନିଟ୍ ସମୟରେ କର୍କଟ ରାଶିକୁ ଚଳନ କରିବେ। ତେବେ, ସୂର୍ଯ୍ୟଙ୍କ ଏହି ଚଳନକୁ 'କର୍କଟ ସଂକ୍ରାନ୍ତି' ବୋଲି କୁହାଯାଇଥାଏ।  ଯାହା ପ୍ରତ୍ୟକ ବର୍ଷ ଜୁଲାଇ ୧୬ରେ ହୋଇଥାଏ। ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ତେବେ ସୂର୍ଯ୍ୟଙ୍କ ଏହି ଗୋଚର ବା ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିଙ୍କ ପାଇଁ ବିପଦ ଡାକି ଆଣିବ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ଚଳନ ବା କର୍କଟ ସଂକ୍ରାନ୍ତିରେ କେଉଁ ସବୁ ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।


COMMERCIAL BREAK
SCROLL TO CONTINUE READING

ALSO READ: Career Horoscope Today: କର୍ମକ୍ଷେତ୍ରରେ କର୍କଟ-କନ୍ୟା ସହ ସତର୍କ ରୁହନ୍ତୁ ଏହି ୫ ରାଶିର ଲୋକେ, ସହକର୍ମୀଙ୍କ ସହ ଦେଖାଦେଇପାରେ ବିବାଦ!


ଧନବାନ୍ ହେବେ ଏହି ସବୁ ରାଶି:


ମେଷ: ସୂର୍ଯ୍ୟଙ୍କ ଚଳନ ଏହି ରାଶିକୁ ଧନବାନ୍ କରାଇବ । ଏହି ଅବଧି ମଧ୍ୟରେ ସୂର୍ଯ୍ୟଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ବିଶେଷକରି କ୍ୟାରିୟରରେ ଅଗ୍ରଗତି କରିବେ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।  


ବୃଷ: ବୃଷ ରାଶିର ତୃତୀୟ ଘରେ ସୂର୍ଯ୍ୟ ଚଳନ କରିବେ।  ଏହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଭଲ ଫଳାଫଳ ମିଳିପାରେ। ଅଫିସରେ ପଦୋନ୍ନତି ସହ ଦରମା ବୃଦ୍ଧି ହୋଇପାରେ। ଆୟର ନୂତନ ଉତ୍ସ ଖୋଲିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପ୍ରେମ ଜୀବନରେ ମଧୁରତା ଭରିବ। ଭଲ ପାଉଥିବା ଜୀବନ ସାଥୀଙ୍କ ସହ ବିବାହ ହୋଇପାରେ। ନିଜ ସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। 


ମିଥୁନ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ଦ୍ବିତୀୟ ଘରେ ସୂର୍ଯ୍ୟ ଗମନ କରିବାକୁ ଯାଉଛନ୍ତି। ଏହି ସମୟ ମଧ୍ୟରେ ନୂଆ ନିଯୁକ୍ତି ଅଫର ପାଇପାରନ୍ତି । ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କୁ କାର୍ଯ୍ୟାଳୟରେ କୌଣସି ବଡ଼ ଦାୟିତ୍ବ ମିଳିପାରେ। ସ୍ବାସ୍ଥ୍ୟ ଭଲ ରହିବା। ପୁରୁଣା ରୋଗରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। 


ସିଂହ:  ସିଂହ ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟ। ତେଣୁ ସୂର୍ଯ୍ୟଙ୍କ ଏହି ଗୋଚର ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ବ୍ୟବସାୟୀଙ୍କ ପାଇଁ ଏହି ସମୟ ଭଲ ରହିବ। କିନ୍ତୁ ବ୍ୟବସାୟରେ ଏହି ସମୟରେ କୌଣସି ପ୍ରକାର ଇନଭେଷ୍ଟମେଣ୍ଟ କରନ୍ତୁ ନାହିଁ । କ୍ଷତି ସହିବେ। ଯେଉଁମାନେ ବିଦେଶ ଯାତ୍ରା କରି କୌଣସି ପ୍ରକାର ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। 


ବିଛା:  ସୂର୍ଯ୍ୟଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଏହା ଶୁଭ ସମୟ । ଚେଷ୍ଟା ଜାରି ରଖନ୍ତୁ ଭଲ ଚାକିରି ଅଫର ପାଇବେ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ମନ ଜିତିବେ। ପଦୋନ୍ନତିର ସହ ଦରମା ବୃଦ୍ଧି ହେବ। ଆମଦାନୀ ଓ ରାପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ଦ୍ବି-ଗୁଣିତ ଲାଭ ପାଇବେ। କିନ୍ତୁ ଦାମ୍ପତ୍ୟ ଜୀବନ ଏତେ ଖାସ୍ ରହିବ ନାହିଁ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ଲାଗି ରହିବ। ଯାହାକୁ ନେଇ ଚାପରେ ରହିବ। 



(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )