Lucky Zodiac Sign On Holi 2024: ହିନ୍ଦୁ କ୍ୟାଲେଣ୍ତର ଅନୁଯାୟୀ, ଚଳିତ ଥର ହୋଲି ମାର୍ଚ୍ଚ ୨୫ ରେ ପାଳନ କରାଯିବ। ହୋଲି ଦିନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମଧ୍ୟ ହେବାକୁ ଯାଉଛି।  ଦିର୍ଘ ୧୦୦ ବର୍ଷ ପରେ, ହୋଲି ଦିନ ଚନ୍ଦ୍ର ଗ୍ରହଣ ପଡୁଛି। ଫଳରେ ଏହି ଦୁର୍ଲଭ ସଂଯୋଗ ୧୨ ରାଶି ଉପରେ ପ୍ରଭାବ ପକାଇବ । କେତେକ ରାଶିକୁ ଶୁଭଫଳ ମିଳିବାକୁ ଥିବା ବେଳେ ଆଉ କିଛି ରାଶିକୁ ସାବଧାନ୍ ରହିବାକୁ ପଡି଼ବ। ତେବେ, ଆସନ୍ତୁ ଜାଣିବା ଏହି ହୋଲି ଦିନ ପଡୁଥିବା ଚନ୍ଦ୍ରଗ୍ରହଣ କେଉଁ ରାଶି ପାଇଁ ବେଶ୍ ଲାଭଦାୟୀ ହେବାକୁ ଯାଉଛି।  


COMMERCIAL BREAK
SCROLL TO CONTINUE READING

ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ:


ମେଷ ରାଶି: ହୋଲି ଦିନ ପଡୁଥିବା ଚନ୍ଦ୍ରଗ୍ରହଣ ଏହି ରାଶି ପାଇଁ ବେଶ୍ ଫଳପ୍ରଦ ହେବାକୁ ଯାଉଛି।  ହୋଲି ଦିନ ଠାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଭାଗ୍ୟର ପୂର୍ଣ୍ଣ ସମର୍ଥନ ଆପଣଙ୍କୁ ମିଳିବ। ଆକସ୍ମିକ ଧନଲାଭର ଯୋଗ ରହିଛି। ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ଭଲ ଖବର ପାଇ ପାରନ୍ତି। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବୃଦ୍ଧି ପାଇବ। ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। 


ତୁଳା ରାଶି: ହୋଲିରେ ପଡୁଥିବା ଏ-ହି ଦୁର୍ଲଭ ସଂଯୋଗ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଫିଟାଇବ। ଏହି ଅବଧି ମଧ୍ୟରେ ନୂତନ ସମ୍ପତ୍ତି କ୍ରୟ କରିପାରନ୍ତି। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତିର ଯୋଗ ରହିଛି । କ୍ୟାରିୟରକୁ ନେଇ କୌଣସି ଭଲ ଖବର ପାଇ ପାରନ୍ତି। କିନ୍ତୁ ମନେ ରଖନ୍ତୁ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ନଚେତ୍ ହେବାକୁ ଥିବା କାମ ମଧ୍ୟ ବିଗିଡି ଯିବ।ଏହି ସମୟ ମଧ୍ୟରେ ଆପଣଙ୍କର ବ୍ୟାଙ୍କ୍ ବାଲାନ୍ସ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। 


କୁମ୍ଭ ରାଶି:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ହୋଲି ଠାରୁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି।  ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଚାକିରି କରୁଥିବା ଲୋକେ ବେଶ୍ ପ୍ରଶଂସିତ ହେବେ। ମନଲାଖି ଚାକିରି ଅଫର ବି ପାଇପାରନ୍ତି। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ବେଶ୍ ଭଲ ହେବ। ଆପଣ ପରିବାର ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବେ । ବୈବାହିତ ଜୀବନ ମଧ୍ୟ ସୁଖମୟ ହେବେ।  ଯେଉଁମାନେ ରାଜନୀତି କ୍ଷେତ୍ରରେ ସକ୍ରିୟ । ସେମାନେ ଏହି ସମୟରେ ଦଳ ବଦଳ କଲେ ବେଶ୍ ଲାଭରେ ରହିବେ।


​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)