Mar And Shani Effect On Zodiac Sign: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିନ୍ତି।  ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନି ବର୍ତ୍ତମାନ କୁମ୍ଭ ରାଶିରେ ଥିବା ବେଳେ ସେହି ରାଶିକୁ ମଙ୍ଗଳ ଆସନ୍ତାକାଲି ସକାଳ ୮ଟା ୪୦ ମିନିଟ୍ ସମୟରେ ଚଳନ କରିବେ।  ଗୋଟିଏ ରାଶିରେ ଶନି-ମଙ୍ଗଳଙ୍କ ମିଳନ ଅଙ୍ଗାର୍କ (Angarak Yoga 2024) ଯୋଗ ଗଠନ କରୁଛି । ଏହି ଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଫଳରେ କିଛି ରାଶିଙ୍କୁ ଏପ୍ରିଲ୍ ୨୨ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ।


COMMERCIAL BREAK
SCROLL TO CONTINUE READING

ALSO READ: Guru Gochar 2024: ଆସନ୍ତା ମାସରେ ତୁଳା ରାଶିକୁ ଚଳନ କରିବେ ଦେବଗୁରୁ ବୃହସ୍ପତି, ବଦଳିବ ଏହି ତିନି ରାଶିଙ୍କ ଭାଗ୍ୟ


ଶୁଭଫଳ ପାଇବେ ଏହି ସବୁ ରାଶି:


ମେଷ ରାଶି: ଅଙ୍ଗାର୍କ ଯୋଗ ଏ-ହି ରାଶି ପାଇଁ ଲାଭଦାୟୀ ପ୍ରମାଣିତ ହେବ। ବିଶେଷ କରି,କ୍ୟାରିୟରରେ ସଫଳତା ପାଇବେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି । ବିଦେଶରୁ ଚାକିରି ଅଫର ବି ଆସିପାରେ। କିନ୍ତୁ ମନେ ରଖନ୍ତୁ କୌଣସି ଏକ ଛୋଟ କଥାକୁ ନେଇ ନିଜ ପରିବାର ଲୋକଙ୍କ ସହ ବିବାଦ ଦେଖାଦପାରେ। ତେଣୁ ଜଗିରଖି ଚଳିବାକୁ ପଡି଼ବ। ପ୍ରେମ ବ୍ୟାପାରରେ ବି ଫାଟ ସୃଷ୍ଟି ହୋଇପାରେ।


କର୍କଟ ରାଶି:  ଅଙ୍ଗାର୍କ ଯୋଗ ଏ-ହି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।  ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଦୂରଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି। କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ କୌଣସି ଛୋଟ କଥାକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ। 


ସିଂହ ରାଶି: ଅଙ୍ଗାର୍କ ଯୋଗ ଏହି ରାଶିକୁ ମିଶ୍ରିତ ଫଳ ପ୍ରଦାନ କରିବ। କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।  ଅଭାବ ଅନାଟନରେ ଦିନ କଟିବ । ଧାର କରଜ କରିପାରନ୍ତି। ଅଯଥା ଖର୍ଚ୍ଚ ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି। ଏଥି ସହ ମଧ୍ୟ ଘରେ ବିତର୍କର ପରିସ୍ଥିତି ଉପୁଜିପାରେ। ଆପଣଙ୍କର ବକ୍ତବ୍ୟରେ ମଧୁରତା ବଜାୟରଖନ୍ତୁ। ଆପଣଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିପାରେ। 


ମକର ରାଶି: ଅଙ୍ଗାର୍କ ଯୋଗ ଏହି ରାଶିକୁ ବିପଦରେ ପକାଇପାରେ। ଏପରି ପରିସ୍ଥିତିରେ ବ୍ୟକ୍ତିଙ୍କୁ ନିଜ ପ୍ରିୟଜନ ଏବଂ ବନ୍ଧୁମାନଙ୍କ ପ୍ରତି ସତର୍କ ରହିବାକୁ ପଡିବ। ଏଥି ସହ ଏହି ଯୋଗ ଗଠନ ସମୟରେ ବ୍ୟକ୍ତି ଜଣକ ବନ୍ଧୁମାନଙ୍କ ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି। ଏଥି ସହ ଜୀବନରେ ଅନେକ ପ୍ରକାରର ସମସ୍ୟା ମଧ୍ୟ ଉପୁଜିପାରେ। ନିଜ ଗର୍ବ ହିଁ ଆପଣଙ୍କୁ ବିପଦରେ ପକାଇପାରେ। ସମ୍ପର୍କୀୟମାନଙ୍କ ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି।


କୁମ୍ଭ ରାଶି:  ମାନସିକ ଅବସ୍ଥା ଖରାପ ହୋଇପାରେ। ଯାହା ଫଳରେ ଆପଣ ଚାପରେ ରହିବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।  ଆର୍ଥିକ ସ୍ଥିତି ମଧ୍ୟ ବିଗିଡିପାରେ। ପ୍ରେମ ବ୍ୟାପାରରେ ଝଡ଼ ସୃଷ୍ଟି ହୋଇପାରେ। ବୈବାହିକ ଜୀବନ ଏତେ ଖାସ୍ ରହିବ ନାହିଁ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)