Mercury direct in Pisces 2024: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ରାଜକୁମାର ବୁଧଙ୍କୁ ବକ୍ତବ୍ୟ, ବୁଦ୍ଧି, ଧନ ଓ ବ୍ୟବସାୟର କାରକ ବୋଲି କୁହାଯାଏ। ଜାତକରେ ବୁଧଙ୍କର ସ୍ଥିତି ବ୍ୟକ୍ତିଙ୍କୁ ବିଶେଷକରି ବ୍ୟବସାୟ ,ଚାକିରିରେ ସଫଳତା ପ୍ରଦାନ କରିଥାଏ । ଯଦି ଜାତକରେ ବୁଧଙ୍କ ସ୍ଥିତି ଦୁର୍ବଳ ତେବେ, ଆପଣଙ୍କୁ ଏସବୁ କ୍ଷେତ୍ରରେ ଅଫଳତାର ସାମ୍ନା କରିବାକୁ ପଡ଼ିପାର। ଏହି କ୍ରମରେ ବୁଧ ନିଜର ମୂଳ ରାଶି ମକର ରାଶି ଛାଡି଼ ଏପ୍ରିଲ ୨୫ ତାରିଖ ସକାଳ ୭ଟା ୩୦ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ ବା ମାର୍ଗି (Budh Margi 2024) ହେବେ ।  ବୁଧଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କୁ ବୁଧ ଧନବାନ୍ କରିବାକୁ ଯାଉଛନ୍ତି।


COMMERCIAL BREAK
SCROLL TO CONTINUE READING

ଲାଭବାନ୍ ହେବେ ଏହି ସବୁ ରାଶି: 
  
ବୃଷ: ବୁଧଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ଅକସ୍ମାତ୍ ଧନଲାଭର ଯୋଗ ବି ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ନୂଆ ଗାଡି କିମ୍ବା ଘର କିଣି ପାରିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନେ ସଫଳତା ପାଇପାରିବେ। ଯେଉଁମାନେ ଆମଦାନୀ ଏବଂ ରପ୍ତାନି ବ୍ୟବସାୟରେ ଅଛନ୍ତି ସେମାନେ ଲାଭାନ୍ୱିତ ହୋଇପାରିବେ।


କର୍କଟ:  ଏହି ରାଶିର ଲୋକଙ୍କ ଉପରେ ବୁଧ ଧନ ବର୍ଷା କରିବେ। ସମସ୍ତ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ।  ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନ ପସନ୍ଦର ଚାକିରି ଅଫର ମିଳିବ। ସେହିପରି, ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବେ।  ଯଦି ଆପଣ କୌଣସି ପୁରୁଣା ବିନିଯୋଗ କରିଛନ୍ତି, ତେବେ ଆପଣ ଏଥିରୁ ଉପକୃତ ହୋଇପାରିବେ। ବ୍ୟବସାୟରେ ସଫଳତା ପାଇବ। ଖାସ୍ କରି,  ଋଣ ଭାରରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ଜୀବନରେ ମଧୁରତା ବଢିବ।


କୁମ୍ଭ: ବୁଧଙ୍କ ରାଶି ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ଏହି ଅବଧି ମଧ୍ୟରେ ସମସ୍ତ ଆଶା ପୂରଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ଏହି ସମୟରେ ବ୍ୟବସାୟରେ ବଡ଼ ଲାଭ ପାଇପାରନ୍ତି। ଅଟକି ରହିଥିବା ଟଙ୍କା ପୂରଣ ହେବ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ଖୁସି ଖବର ପାଇ ପାରନ୍ତି। ବୈବାହିକ ଜୀବନରେ ସମସ୍ୟା ଶେଷ ହେବ । ସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । 



(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)