Vipreet Rajyog: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଛାୟା ଗ୍ରହ ରାହୁ ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଅପ୍ରିଲ୍ ୨୩ ତାରିଖରେ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ଶୁକ୍ର-ରାହୁଙ୍କ ମିଳନ ଭିପ୍ରିତ୍ ରାଜଯୋଗ (Vipreet Rajyog) ସୃଷ୍ଟି କରୁଛି।  ଏହି   ଭିପ୍ରିତ୍ ରାଜଯୋଗ (Vipreet Rajyog) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟ ଫିଟିବାକୁ ଯାଉଛି...


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଏହି ସବୁ ରାଶିଙ୍କୁ ରହିଛି ଅକସ୍ମାତ୍ ଧନପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର ?


ଲାଭବାନ୍ ହେବେ ଏହି ସବୁ ରାଶି:


ବୃଷ: ଭିପ୍ରିତ୍ ରାଜଯୋଗ (Vipreet Rajyog)ଏ-ହି ରାଶିର ଭାଗ୍ୟ ଫିଟାଇବ।  ଆକସ୍ମିକ ଧନଲାଭର ଯୋଗ ରହିଛି। ଆୟ ବଢିବା ସହ ପୁରୁଣା ବିନିଯୋଗରୁ ଲାଭ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ଷ୍ଟକ୍ ମାର୍କେଟ୍ ରୁ ଭଲ ଆୟ କରିପାରିବେ। ବୈବାହିକ ଜୀବନ ସୁଖମୟ ହେବ।  


ମିଥୁନ: ଭିପ୍ରିତ୍ ରାଜଯୋଗ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଚାକିରି ଖୋଜୁଥିବା ଲୋକଙ୍କୁ ମନ ପସନ୍ଦର ଏକ ଚାକିରି ମିଳିବ। ଯେଉଁମାନେ ଆଇଟି କ୍ଷେତ୍ରରେ ଜଡିଚ । ସେମାନଙ୍କୁ ବିଦେଶରୁ ଚାକିରି ଅଫର ଆସିପାରେ। କ୍ୟାରିୟରରେ ଅଗ୍ରସର ପାଇଁ ଏହି ସମୟ ଅନୁକୂଳ ରହିଛି। ବ୍ୟବସାୟୀମାନେ ନିଜ ବେପାର ବଣିଜରେ ଅଧିକ ଲାଭ ପାଇବେ। ଏହି ଅବଧି ମଧ୍ୟରେ ଆପଣ ଏକ କାର କିମ୍ବା କୌଣସି ଜମି କ୍ରୟ କରିବାର ସମ୍ଭାବନା ରହିଛି। 


ମୀନ: ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ ଭିପ୍ରିତ୍ ରାଜଯୋଗ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ। ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ସହ ଧାର୍ମିକ ଯାତ୍ରା କରିପାରନ୍ତି।  ଏହି ଅବଧି ମଧ୍ୟରେ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ପାଇବ। ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ବା ପ୍ଲାନ୍ ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ସହଯୋଗ କରିବ । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ବଢିବ। 



(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)