Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି। ଯାହାକି ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇଥାଏ। ଏ-ହି କ୍ରମରେ, ବର୍ତ୍ତମାନ ଗ୍ରହମାନଙ୍କ ରାଜକୁମାର ବୁଧ ମେଷ ରାଶିରେ ବିରାଜମାନ ଥିବା ବେଳେ ମେ ୧୦ ତାରିଖ ଦିନ ସକାଳ ୧୦ ଟା ୨୦ ମିନିଟ୍ ସମୟରେ ସେହି ରାଶିକୁ ସୂର୍ଯ୍ୟଦେବ ଚଳନ କରିବେ।  ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି। ଅକ୍ଷୟ ତୃତୀୟାରେ ବୁଦ୍ଧାଦିତ୍ୟ ରାଜଯୋଗ ବା ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟାରେ କେଉଁ ସବୁ ରାଶିର ଭାଗ୍ୟରେ ପରିବର୍ତ୍ତନ ଆସିବ।...


COMMERCIAL BREAK
SCROLL TO CONTINUE READING

ALSO READ: Shukraditya Yog: ୩ ରାଶିଙ୍କ ଭାଗ୍ୟ ବଦଳାଇବ ଶୁକ୍ରାଦିତ୍ୟ ଯୋଗ, କୋଟିପତି ହେବା ସହ ଏମାନଙ୍କୁ ମିଳିବ ମନ ଲାଗି ସାଥୀ !


ମାଲେମାଲ୍ ହେବେ ଏହି ସବୁ ରାଶି:


ମେଷ: ଅକ୍ଷୟ ତୃତୀୟାରେ ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକାଇବ। ବିଶେଷ କରି, କ୍ୟାରିୟରେ ଅଭୁତ ପୂର୍ବ ସଫଳତା ପାଇବେ। କାର୍ଯ୍ୟାଳୟରେ ପଦୋନ୍ନତିର ସମ୍ଭାବନା ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।  କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ । ଆପଣ ଅଧିକ ଲାଭ ପାଇବେ।  ବିଗିଡ଼ି ଯାଇଥିବା କାର୍ଯ୍ୟର ସମୂର୍ଣ୍ଣ ହେବ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । 


ମିଥୁନ: ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଏହି ସମୟ ବେଶ ଖାସ୍ ହେବାକୁ ଯାଉଛି ।  ଚାକିରି ସନ୍ଧାନରେ ଥିବା ଲୋକମାନଙ୍କୁ ନିଯୁକ୍ତି ମିଳିବ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ନେଇ ସମୟ ଅନୁକୂଳ ରହିବ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ବ୍ୟବସାୟରୁ ଲାଭବାନ ହେବେ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ଯୋଡି଼ ହେବା ସହ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 


ସିଂହ: ଅକ୍ଷୟ ତୃତୀୟାରେ ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳାଇବ।  ସିଂହ ରାଶି ପାଇଁ ମଧ୍ଯ ଏହି ସମୟ ଅନୁକୂଳ ରହିବ। ଏହି ଅବଧି ମଧ୍ୟରେ ଆୟ ବୃଦ୍ଧି ପାଇବା ସହ ନୂତନ ଆୟର ଉତ୍ସ ସୃଷ୍ଟି ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଗ୍ରଗତି ହେବ । ବୈବାହିକ ଜୀବନ ସୁଖମୟ ହେବ। ନିବେଶରୁ ହଠାତ୍ ଲାଭ ମିଳିବ । କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଶେଷ କରି ବାହାର ଖାଦ୍ୟ ଖାଇବାରୁ ନିବୃତ୍ତ ରୁହନ୍ତୁ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)