Shani Shukra Mangal Transit: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ମାସ ୧୯ ତାରିଖ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କିଛି ଖାସ୍ ହେବାକୁ ଯାଉଛି । କାହିଁକିନା,ଜ୍ୟୋତିଶ ଶାସ୍ତ୍ର ଅନୁସାରେ, କୁମ୍ଭ ରାଶିରେ ଶନି ଥିବା ବେଳେ ମଙ୍ଗଳ ସେହି ରାଶିକୁ ଗତକାଲି ସକାଳ ୫ଟା ୪୫ ମିନିଟ୍ ସମୟରେ ଚଳନ କରିଛନ୍ତି । ଆଉ ଶୁକ୍ର ମଧ୍ୟ ଏହି ରାଶିକୁ ଆସନ୍ତାକାଲି ସକାଳ ୮ଟା ୪୫ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ତିନି ଗ୍ରହଙ୍କ ମିଳିନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା, ଏହି ତାଲିକାରେ କେଉଁ ସବୁ ରାଶି ସାମିଲ୍ ଅଛି।... 


COMMERCIAL BREAK
SCROLL TO CONTINUE READING

ALSO READ: Lucky Zodiac: ୧୮ ବର୍ଷ ପରେ ସୂର୍ଯ୍ୟ-ରାହୁଙ୍କ ମହାମିଳନ, ଫିଟିବ ଏହି ସବୁ ରାଶିଙ୍କ ଭାଗ୍ୟ!


ମାଲେମାଲ୍ ହେବେ ଏହି ସବୁ ରାଶି:


ମେଷ ରାଶି: କୁମ୍ଭ ରାଶିରେ ଶନି-ମଙ୍ଗଳ-ଶୁକ୍ରଙ୍କ ମହା ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ତେବେ, ଆପଣ ଏହି ସମୟରେ ବିନିଯୋଗ କଲେ ଲାଭ ପାଇବେ। ଚାକିରି ଖୋଜୁଥିବା ଲୋକେଙ୍କୁ ମନଲାଖି ଚାକିରି ମିଳିବ। କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ।


 
ବୃଷ  ରାଶି: ଏହି ସମୟ ବୃଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ୍ ଦେବ। ଆପଣ ନିଜ ପିଲାମାନଙ୍କ ଠାରୁ କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି । ବିବାହିତ ଲୋକଙ୍କ ଜୀବନରେ ଆସୁଥିବା ଅସୁବିଧା ଦୂର ହେବ । ଆର୍ଥିକ ସ୍ଥିତିରେ ସୁଦୃଢ ହେବେ। ଆପଣଙ୍କୁ ବାହାର ଖାଇବା ଠାରୁ ଦୂରେଇ ରହିବାକୁ ପଡିବ । ନଚେତ୍ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ। କୌଣସି ଛୋଟ ରୋଗକୁ ଅଣଦେଖା କରନ୍ତୁ ନାହିଁ। 


ମକର  ରାଶି: ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆପଣ ନିଜ ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। କ୍ୟାରିୟରରେ ଅଗ୍ରଗତି କରିବେ। ନୂତନ ଆୟର ଉତ୍ସ ସୃଷ୍ଟି ହେବ, ଯାହା ଆର୍ଥିକ ସ୍ଥିତିକୁ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ କରିବ । ବ୍ୟବସାୟୀମାନେ ନୂତନ ଡିଲ୍ ଫାଇନାଲ୍ କରି ପାଇପାରିବେ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଆପଣଙ୍କୁ ପେଟ ଜନିତ ରୋଗରେ ପୀଡିତ ହେବାକୁ ପଡିପାରେ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)