Shani Sade Sati 2024: ନ୍ୟାୟର ଦେବତା ହେଉଛନ୍ତି ଶନି ମହାରାଜ୍। ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ  ଅଢେଇ ବର୍ଷ ସମୟ ନେଇଥାଆନ୍ତି। ଅର୍ଥାତ୍ ନ୍ୟାୟର ଦେବତା ଧିର ଗତିରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଶନିଦେବଙ୍କ ରାଶି ଚକ୍ର ଅତିକ୍ରମ କରିବା ପାଇଁ ୩୦ ବର୍ଷ ସମୟ ଲାଗିଥାଏ। ଏ-ହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି।  ଏବଂ ୨୦୨୫,  ମାର୍ଚ୍ଚ ୨୯ରେ ଶନି ମୀନ ରାଶିକୁ ଚଳନ କରିବା ମାତ୍ରେ ତିନି ରାଶିଙ୍କର  ଶନି ସାଢ଼େ ସତୀ ଦଶା ଆରମ୍ଭ ହେବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ଆସନ୍ତା ବର୍ଷ ଶନି ସାଢ଼େ ସତୀ ଦଶା ଭୋଗ କରିବେ।


COMMERCIAL BREAK
SCROLL TO CONTINUE READING

ALSO READ: Budh Uday 2024: ଆସନ୍ତାକାଲି ଠୁ ଏହି ରାଶିର ଆରମ୍ଭ ହେବ ଖରାପ ସମୟ, ବ୍ୟବସାୟରେ କ୍ଷତି ସହ ମନ ରହିବ ଭାରାକ୍ରାନ୍ତ


 ଏହି ସବୁ ରାଶି ଉପରେ ପଡି଼ବ ଶନିଙ୍କ କୋପଦୃଷ୍ଟି:


ମେଷ : ୨୦୨୫ ମସିହାରୁ ଏହି ରାଶିର ଶନି ସାଢ଼େ ସତୀ ଦଶା ଆରମ୍ଭ ହେବ। ଆର୍ଥିକ ସ୍ଥିତି ବିଗିଡି ଯିବ। ବ୍ୟବସାୟରେ କିଛି ବଡ଼ ଧରଣର କ୍ଷତି ସହିବାର ସମ୍ଭାବନା ରହିଛି।  ଆୟ ଠାରୁ ବ୍ୟୟ ଖୁବ୍ ଅଧିକ ହେବ। ବିଶେଷକରି କ୍ୟାରିୟରରେ ଅସଫଳତାର ସାମ୍ନା କରିବେ। ପୁରୁଣା ରୋଗ ଯନ୍ତ୍ରଣା ଦେବ। ଏକ ବଡ଼ ଦୁର୍ଘଟଣାର ମଧ୍ୟ ଶୀକାର ହୋଇପାରନ୍ତି। ତେଣୁ ଜଗି ରଖି ଚଳନ୍ତୁ। ଜୀବନ ସାଥୀଙ୍କ ସହିତ ବି ମତଭେଦ ହୋଇପାରେ। ପାରିବାରିକ ଜୀବନରେ ଝଡ଼ ଉଠିପାରେ। ବିବାହ ବିଚ୍ଛେଦ ବି ହୋଇପାରେ।


କୁମ୍ଭ : ଏହି ରାଶିରେ ଶନି ସାଢ଼େ ସତୀର ଶେଷ ପର୍ଯ୍ୟାୟ ଚାଲିଛି। ଋଣ ବା କରଜରେ ବୁଡି ପାରନ୍ତି। ବୈବାହିକ ଜୀବନରେ ବିବାଦ ଦେଖାଦେବ। କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ ମତଭେଦ ଦେଖାଦେବା କାରଣରୁ ଆଇନର ଜାଲରେ ଫସିପାରନ୍ତି। କଠିନ ପରିଶ୍ରମ କରିବେ। କିନ୍ତୁ ଏହାର ଫଳ ପାଇବେ ନାହିଁ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ବ୍ୟବସାୟୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ ନାହିଁ। 


ମୀନ:  ଏହି ରାଶିରେ ଶନି ସାଢ଼େ ସତୀର ଦ୍ବିତୀୟ ପର୍ଯ୍ୟାୟ ଚାଲିଛି। ଧନହାନୀ ଓ ପ୍ରାଣ ପୀଡାର ଯୋଗ ରହିଛି। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବିଭିନ୍ନ କ୍ଷେତ୍ରରେ ଅସଫଳତାର ସାମ୍ନା କରିବେ। ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ । ବ୍ୟବସାୟରେ ବଡ଼ କ୍ଷତି ହୋଇପାରେ । ଚାକିରି ଖୋଜୁଥିବା ଆଶାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)