Shukraditya Yog: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ଆସନ୍ତା ୧୪ ତାରିଖ ସକାଳ ୮ଟା ୫୦ ମିନିଟ୍ ସମୟରେ ବୃଷ ରାଶିକୁ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ ଚଳନ କରିବେ। ୧୯ ତାରିଖରେ ଶୁକ୍ର ମଧ୍ୟ ସେହି ରାଶିକୁ ଗମନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ -ଶୁକ୍ରଙ୍କ ମିଳନ ଶୁକ୍ରାଦିତ୍ୟ ଯୋଗ (Shukraditya yog 2024) ସୃଷ୍ଟି କରୁଛି। ଏହି ଯୋଗ ଦିର୍ଘ ୧୦ ବର୍ଷ ପରେ ପଢୁଛି। ଶୁକ୍ର ଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଉଥିବା ବେଳେ ସୂର୍ଯ୍ୟଙ୍କୁ ପ୍ରାଣ ଓ ସକରାତ୍ମକ ପ୍ରତୀକର କାରକ ବୋଲି କୁହାଯାଏ । ଏହି ଦୁଇ ଗ୍ରହଙ୍କ ମିଳନ କିଛି ରାଶିର ଭାଗ୍ୟରେ ବଡ଼ ପରିବରର୍ତ୍ତନ ଆଣିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ :Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର ,ଜାଣନ୍ତୁ ଆଜିର ରାଶିଫଳ


ଲାଭବାନ୍ ହେବେ ଏହି ସବୁ ରାଶି:


ବୃଷ: ଶୁକ୍ରାଦିତ୍ୟ ଯୋଗ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ଏହି ଏବଧି ମଧ୍ୟରେ ଏହି ରାଶିର ବ୍ୟକ୍ତିମାନେ କୌଣସି ଶୁଭ ଖବର ଶୁଣିପାରନ୍ତି। ବିଶେଷ କରି, ବ୍ୟବସାୟୀଙ୍କ ପାଇଁ ସମୟ ଭଲ ରହିବ । କୌଣସି ଏକ ବଡ଼ ଡିଲ୍ ପାଇନାଲ୍  ହୋଇପାରେ। ଯେଉଁଥିରୁ ଆପଣ ଅଧିକ ଲାଭ ମଧ୍ୟ ପାଇବେ। ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଅଟକି ଥିବା ଟଙ୍କା ଫେରସ୍ତ ପାଇପାରିବେ। ପୁରୁଣା ରୋଗରୁ ମୁକ୍ତି ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 


ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରଦିତ୍ୟ ଯୋଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ।  ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଦିର୍ଘ ଦିନର ଆଶା ପୂରଣ ହେବ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କଲେ ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ। ସଫଳତା ନିଶ୍ଚିତ ମିଳିବ। ଆଶାୟୀଙ୍କୁ ଭଲ ଚାକିରି ଅଫର ମିଳିପାରେ। କାର୍ଯ୍ୟାଳୟରେ ପଦୋନ୍ନତି ପାଇପାରନ୍ତି। ଆକସ୍ମିକ ଧନଲାଭର ଯୋଗ ରହିଛି। 


ସିଂହ: ଏହି ରାଶିଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି।  କାହିଁକିନା  ସିଂହ ରାଶିର ଅଧିପତି ହେଉଛନ୍ତି ସୂର୍ଯ୍ୟ। ତେଣୁ ଶୁକ୍ରାଦିତ୍ୟ ଯୋଗ ଏହି ରାଶି ପାଇଁ ବେଶ୍ ମଙ୍ଗଳମୟ ରହିବ। କ୍ୟାରିୟରେ ନେଇ କୌଣସି ଖୁସି ଖବର ମିଳିପାରେ। ପଦୋନ୍ନତି ସହ ଦରମା ବୃଦ୍ଧି ହୋଇପାରେ। ବ୍ୟବସାୟ କରୁଥିବା ଲୋକମାନେ ଲାଭବାନ ହେବେ। ପୁଞ୍ଜି ନିବେଶ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ। ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)