Sun Zodiac Change 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Surya Gochar 2024) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକରାତ୍ମକ ହୋଇଥାଏ ।  ଏହି କ୍ରମରେ ସୂର୍ଯ୍ୟ ବର୍ତ୍ତମାନ ମୀନ ରାଶିରେ ଥିବା ବେଳେ  ଏପ୍ରିଲ୍ ୧୩ ତାରିଖ ଅର୍ଥାତ୍ ପଣା ସଂକ୍ରାନ୍ତି (Pana Sankranti) ଦିନ ମେଷ ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ଚଳନ ତିନି ରାଶି ପାଇଁ ଅତ୍ୟନ୍ତ ଫଳଦାୟୀ ରହିବ।


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Budh Asta 2024: ବୁଧଙ୍କ ଅସ୍ତ ୫ ରାଶି ପାଇଁ ଆଣିବ ବଡ଼ ସଙ୍କଟ, ଅଟକିବ ହେବାକୁ ଥିବା ପ୍ରମୋସନ୍, ଆୟ ତୁଳନାରେ ବଢିବ ବ୍ୟୟ


ଶୁଭଫଳ ପାଇବେ ଏହି ସବୁ ରାଶି :


ମେଷ ରାଶି: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ସୂର୍ଯ୍ୟ ମେଷ ରାଶିର ସପ୍ତମ ଘରେ ପ୍ରବେଶ କରିବାରୁ ଏହି ରାଶିର ବ୍ୟକ୍ତଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବା ସହ ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ। ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। ବିଶେଷକରି ବ୍ୟବସାୟୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। କୌଣସି ବଡ଼ ଡିଲ୍ ବି ବ୍ୟବସାୟ ପାଇଁ ଫାଇନାଲ୍ ହୋଇପାରେ। ଦିର୍ଘ ଦିନର ଆଶା ପୂରଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାରରେ ମଧୁରତା ଭରିବ।



ମିଥୁନ ରାଶି: ସୂର୍ଯ୍ୟଦେବଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ୍ ଦେବେ। ଆୟ ବଢିବା ସବ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ।  ଏହି ସମୟରେ, ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ।  ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ ।


ତୁଳା ରାଶି :  ସୂର୍ଯ୍ୟଙ୍କ ଗୋଚର ଏହି ରାଶି ପାଇଁ ବେଶ ଲାଭଦାୟୀ ରହିବ। ବ୍ୟବସାୟ ସହିତ ଜଡିତ ଲୋକେ ଏହି ସମୟରେ ଲାଭବାନ ହେବେ । ଯାନବାହାନ, ଜାଗା ବାଡ଼ି ବା ଅନ୍ୟ କୌଣସି ମୂଲ୍ୟବାନ ଜିନିଷ କିଣିବା ନେଇ ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ଅବଧିରେ ଲାଭ ପାଇପାରିବେ। ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଉଚ୍ଚ ପଦବୀରେ ରହିବାର ସୁଯୋଗ ପାଇବେ । ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ସରକାରୀ ଚାକିରିଆ ବିଶେଷ ଭାବେ ଉପକୃତ ହେବେ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)