Trigrahi Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ବୃଷ ରାଶିରେ ଦେବଗୁରୁ ବୃହସ୍ପତି ଓ ସୂର୍ଯ୍ୟଦେବ ବର୍ତ୍ତମାନ ବିରାଜମାନ ଥିବା ବେଳେ ଆସନ୍ତାକାଲି ସେହି ରାଶିକୁ ଶୁକ୍ର ସକାଳ ୮ଟା ୪୩ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ଦେବଗୁରୁ ବୃହସ୍ପତି-ସୂର୍ଯ୍ୟ-ଶୁକ୍ରଙ୍କ ଚଳନ ତିଗ୍ରାହୀ ଯୋଗ ସୃଷ୍ଟି କରୁଛି । ଏହି ତିଗ୍ରାହୀ ଯୋଗ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ଏହି ତିଗ୍ରାହୀ ଯୋଗ କେଉଁ ରାଶି ପାଇଁ ବରଦାନ ପାଲଟିବ।....


COMMERCIAL BREAK
SCROLL TO CONTINUE READING

ALSO READ: Shash And Malavya Rajyog: ୩୦ ବର୍ଷ ପରେ ଏକା ସାଙ୍ଗରେ ପଡି଼ଛି ୨ ରାଜଯୋଗ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!


ଧନବାନ୍ ହେବେ ଏହି ସବୁ ରାଶି:


ଆର୍ଥିକ ସ୍ଥିତି ମଜବୁତ ହେବ :


ବୃଷ- ଏହି ରାଶିରେ ଗଠନ ହେବାକୁ ଥିବା ତିଗ୍ରାହୀ ଯୋଗ ବୃଷ ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ ଆକସ୍ମିକ ଧନଲାଭର ଯୋଗ ରହିଛି। କଠିନ ପରିଶ୍ରମର ଫଳ ପାଇବେ।  ବିଶେଷ କରି କ୍ୟାରିୟରରେ ଖୁସି ଖବର ପାଇବେ। ଏହି ଅବଧି ମଧ୍ୟରେ କିଛି ଲୋକଙ୍କୁ ବିଦେଶରୁ ଚାକିରି ର ଅଫର ମଧ୍ୟ ମିଳିବାର ସମ୍ଭାବନା ରହିଛି। ପ୍ରତ୍ୟକ କାର୍ଯ୍ୟର ପରିବାର ଲୋକଙ୍କ ସାହାର୍ଯ୍ୟ ସହଯୋଗ ପାଇବେ। କିନ୍ତୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।  କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି।


କର୍ଯ୍ୟାଳୟରେ ପଦୋନ୍ନତି ସହ ଦରମା ବୃଦ୍ଧିର ଯୋଗ :


କନ୍ୟା-ତିଗ୍ରାହୀ ଯୋଗ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବିଶେଷ ପରିବର୍ତ୍ତନ କରିବ। ବିଶେଷକରି, ଏହି ଅବଧି ମଧ୍ୟରେ କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ। ଦରମା ବୃଦ୍ଧି ହେବା ସହ ବ୍ୟାଙ୍କ୍ ବାଲାନ୍ସ ମଧ୍ୟ ବଢିବ। ଆୟର ନୂତନ ଉତ୍ସ ସୃଷ୍ଟି ହୋଇପାରେ। ରାଜନୈତିକ କ୍ଷେତ୍ରରେ ଜଡି଼ତ ବ୍ୟକ୍ତି ବିଶେଷ ଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଯେଉଁମାନେ କୌଣସି ବ୍ୟବସାୟ କରୁଛନ୍ତି। ସେମାନଙ୍କୁ ବହୁତ ଆର୍ଥିକ ଲାଭ ମିଳିବ ।  ଆୟ ବହୁଗୁଣିତ ହେବା। ବିଦେଶ ଯାତ୍ରା କରିପାରନ୍ତି। 


ପ୍ରେମୀଯୁଗଳଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି :


ଧନୁ: ତିଗ୍ରାହୀ ଯୋଗ ଏହି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ  ଲାଭଫଳ ଦେବ । ଏହି ସମୟ ପ୍ରେମୀ ଯୁଗଳଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ । ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ନିଜ ଜୀବନ ସାଥୀଙ୍କ ସହ କୌଣସି  ଏକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନୂଆକରି ବିବାହ ହୋଇଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇ ପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଶୀଘ୍ର ଭୁଲ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ ।  ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ । ଏବଂ ଆପଣ ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ।



(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)