Venus Transit: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଓ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ ଅବସ୍ଥା ଖରାପ ହୁଏ, ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ । ତେବେ, ଏହି କ୍ରମରେ ଆଜି ସକାଳ ୮ଟା ୫୧ ମିନିଟ୍ ସମୟରେ ଶୁକ୍ର ବୃଷ ରାଶିକୁ ଚଳନ କରିବେ । ଶୁକ୍ରଙ୍କ ଏହି ଚଳନ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ତେବେ, ଆସନ୍ତୁ ଜାଣିବା ଶୁକ୍ର କେଉଁ ସବୁ ରାଶିଙ୍କ ଉପରେ ଧନ ବର୍ଷା କରିବାକୁ ଯାଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଖୁସି ଖବର ସହ ଶୁଭଫଳ ପାଇବେ ଏହି ସବୁ ରାଶି , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?



ମାଲେମାଲ୍ ହେବେ ଏହି ସବୁ ରାଶି:


ବୃଷ: ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ।  ବିଶେଷକରି, ବୃଷ ରାଶିରେ ଶୁକ୍ର ଚତୁର୍ଥ ଘରେ ଗୋଚର କରିବେ । ଯାହା ଦ୍ବାରା ଏହି ରାଶିର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏହି ଅବଧି ମଧ୍ୟରେ କ୍ୟାରିୟରରେ ଅଗ୍ରଗତି କରିବେ। କାର୍ଯ୍ୟାଳୟରେ ପଦୋନ୍ନତି ମିଳିବା ସହ ଦରମା ବଢିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବା ସହ ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ। ସେହିପରି, ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।  ଏ-ହି ସମୟ ମଧ୍ୟରେ କୌଣସି ବଡ଼ ଡିଲ୍ ପାଇନାଲ୍ କରିପାରନ୍ତି। ଯାହା ଆପଣଙ୍କୁ ବିଶେଷ ଭାବେ ଲାଭ ଦେବ। 


କର୍କଟ:  ଶୁକ୍ରଙ୍କ ଗୋଚର ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ହେବ। ଆୟର ନୂତନ ଉତ୍ସ ସୃଷ୍ଟି ହେବେ। ଏହି ଅବଧି ମଧ୍ୟରେ କର୍ମକ୍ଷେତ୍ରରେ ଭଲ ଫଳାଫଳ ମିଳିବ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରସଂଶା କରିବା ସହ ପ୍ରଦୋନ୍ନତି ହେବାର ଯୋଗ ରହିଛି। ବେକାରୀମାନେ ଚାକିରି ପାଇବେ।  ଶୁକ୍ରଙ୍କ କୃପାରୁ ଆକସ୍ମିକ ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇବ । ନିଜ ଜୀବନ ସାଥୀଙ୍କ ସହ କୌଣସି ଦୂର ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ପ୍ରେମୀ ଯୁଗଳଙ୍କ ପାଉଁ ଏହି ସମୟ ଅତ୍ୟନ୍ତ ଖାସ୍ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାର।


ମକର: ଶୁକ୍ରଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବ । ସମାଜରେ ମାନ- ସମ୍ମାନ ବଢିବା ସହ ଆତ୍ମବିଶ୍ୱସରେ ବୃଦ୍ଧି ଘଟିବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି।  ବ୍ୟବସାୟ ଓ ବାଣିଜ୍ୟରେ ବିଶେଷ ଲାଭ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସମୟ ଖୁବ୍ ଭଲ ରହିଛି। ଅଧା ରହିଥିବା କାର୍ଯ୍ୟ ପୂରା ହେବ। ବାକି ପଡି଼ଥିବା ଟଙ୍କା ଫେରସ୍ତ ପାଇବେ। ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ। ଏହି ଅବଧି ମଧ୍ୟରେ ନୂଆ ଗାଡ଼ି ଓ ଜମି କିଣିବାର ସୁଯୋଗ ବି ରହିଛି । ଯେଉଁମାନେ ଅବିବାହିତ ଅଛନ୍ତି ,ସେମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 


(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)