Akshaya Trititya: ସନାତନ ଧର୍ମରେ ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ହିନ୍ଦୁ ପାଞ୍ଜି ଅନୁଯାୟୀ, ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟ ତିଥିରେ ପାଳନ କରାଯାଏ। ସେହିପରି ଶାସ୍ତ୍ର ଅନୁଯାୟୀ, ଏହି ଦିନ ବିବାହ ପାଇଁ ମଧ୍ଯ ବେଶ ଶୁଭ ହୋଇଥାଏ । ଏହା ଛଡ଼ା ଏହି ଦିନ କୌଣସି ବି କାର୍ଯ୍ୟ ଆରମ୍ଭ ପାଇଁ ଶୁଭ ହୋଇଥାଏ । ଅକ୍ଷୟ ତୃତୀୟାରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ସୁକର୍ମା ଯୋଗ ସହ ଅନେକ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ଫଳଦାୟୀ ପ୍ରମାଣିତ ହେବ। ଅକ୍ଷୟ ତୃତୀୟାରେ ସୁନା ଓ ରୂପା କିଣିବା ଦ୍ବାରା ସମୃଦ୍ଧି ଆସିଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅକ୍ଷୟ ତୃତୀୟା କେବେ?


ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥି ଅର୍ଥାତ୍ ମେ ୧୦ ତାରିଖ ଭୋର୍ ୪.୧୭ରୁ ଆରମ୍ଭ ହୋଇ ମେ ୧୧ ତାରିଖ ମଧ୍ଯରାତ୍ର ୨.୫୦ ରେ ଶେଷ ହେବ । ଉଦୟତିଥୀକୁ ଦୃଷ୍ଟିରେ ରଖି ଅକ୍ଷୟ ତୃତୀୟା ପର୍ବ ୧୦ ମେ'ରେ ପାଳନ କରାଯିବ । ପୂଜାର ଶୁଭ ସମୟ ସକାଳ ୫.୩୩ରୁ ମଧ୍ୟାହ୍ନ ୧୨.୧୮ ପର୍ଯ୍ୟନ୍ତ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଶି ପାଇଁ ଶୁଭ ରହିବ ଏହି ଦିନ ।


କେଉଁ ସବୁ ରାଶି ପାଇଁ ଶୁଭ?


ଏହି ଦିନ ମେଷ, ମିଥୁନ, କର୍କଟ, ତୁଳା ଓ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଦାୟୀ ରହିବ । ଏହି ଅବଧି ମଧ୍ଯରେ ଏହିସବୁ ରାଶିର ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଲାଭ ମିଳିବା ସହ ଆର୍ଥିକ ସମସ୍ୟା ଦୂର ହେବ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)