Sunday Remedies: ଜାତକରେ ଗ୍ରହମାନଙ୍କର ସ୍ଥିତି ମଣିଷ ଜୀବନ ଉପରେ ଶୁଭ ଓ ଅଶୁଭ ଫଳ ପକାଇଥାଏ । ଗ୍ରହମାନଙ୍କ ସ୍ଥିତି ସଠିକ୍ ସ୍ଥାନରେ ନଥିଲେ ଏହାର ନକରାତ୍ମକ ପ୍ରଭାବ ଫଳରେ ବ୍ୟକ୍ତକୁ ତା ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡି଼ଥାଏ । ସନାତନ ଧର୍ମ ଅନୁଯାୟୀ, ସୂର୍ଯ୍ୟ ଦେବ ଏକମାତ୍ର ବିଦ୍ୟମାନ ଦେବତା ଅଟନ୍ତି। ଯେଉଁ ବ୍ୟକ୍ତିମାନଙ୍କ ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସଠିକ୍ ସ୍ଥାନରେ ରହିଥାଏ ସେମାନଙ୍କ ଜୀବନରେ ସୁଖ, ଶାନ୍ତି, ଧନ, ଯଶ ଓ ଖାତିର କୌଣସି ଅଭାବ ନଥାଏ। ସେହିପରି ସୂର୍ଯ୍ୟ ଦେବଙ୍କ ସ୍ଥିତି ସଠିକ୍ ସ୍ଥାନରେ ନଥିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି଼ଥାଏ ।


COMMERCIAL BREAK
SCROLL TO CONTINUE READING

ତେଣୁ ବିଦ୍ୟମାନ ଦେବତା ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ରବିବାର ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ, ତେଣୁ ଏହି ଦିନ ଏହିସବୁ ଉପାୟ କରିବା ଦ୍ବାରା ଶୁଭଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି ।


ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା


ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ସେ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ରବିବାର ଦିନ ସକାଳୁ ଉଠି “ଓମ୍ ସୂର୍ଯ୍ୟୟା ନମଃ, ଓମ୍ ଆଦିତ୍ୟାୟ ନମଃ, ବା ଓମ୍ ନାମୋ ଭାସ୍କର ନମଃ” ଆଦି ମନ୍ତ୍ର ଜାପ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ଶୁଭ ଫଳ ମିଳିବା ସହ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।  ଜୀବନରେ ଉନ୍ନତି ଆସେ ।


ଜାଳନ୍ତୁ ଘିଅ ଦୀପ


ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଘରର ଉଭୟ ପାର୍ଶ୍ୱରେ ଦେଶୀ ଘିଅର ଦୀପ ଜଳାନ୍ତୁ । ଏପରି ଦ୍ବାରା ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହେବା ସହ ମାଆ ଲକ୍ଷ୍ମୀ ମଧ୍ଯ ପ୍ରସନ୍ନ ହୋଇଥାଆନ୍ତି । ଫଳରେ ଜୀବନରେ ଲାଗି ରହିଥିବା ଆର୍ଥିକ୍ ସମସ୍ୟା ଓ ଦୂର ହୋଇଥାଏ ।


ମନୋସ୍କାମନା ପୂରଣ ପାଇଁ


ନିଜର ମନୋସ୍କାମନା ପୂରଣ ପାଇଁ ରବିବାର ଦିନ ବର ଗଛର ଏକ ପତ୍ର ଆଣି ସେଥିରେ ନିଜ ମନ କଥା ଲେଖନ୍ତୁ । ଏହା ପରେ ପତ୍ରକୁ ନିକଟସ୍ଥ ନଦୀ ବା ଜଳାଶୟରେ ଭସାଇ ଦିଅନ୍ତୁ ।


 ଦାନ କରନ୍ତୁ ଏହିସବୁ ଜିନିଷ


ଦାନ ଧର୍ମ ପାଇଁ ରବିବାର ସର୍ବୋତ୍ତମ ଅଟେ । ତେଣୁ ଏହି ଦିନ ଗୁଡ଼, କ୍ଷୀର, ଚାଉଳ ଓ ପୋଷାକ ଦାନ କରିବା ଦ୍ବାରା ବିଶେଷ ଲାଭ ମିଳିଥାଏ । ଏହି ପ୍ରତିକାର କଲେ କାର୍ଯ୍ୟରେ ଆସୁଥିବା ବାଧା ଦୂର ହୋଇଥାଏ । କ୍ୟାରିୟରେ ସଫଳତା ମିଳିଥାଏ ।


ଚନ୍ଦନ ତିଲକ ଲଗାନ୍ତୁ


ରବିବାର ଦିନ ଘରୁ ବାହାରକୁ ଯିବା ସମୟରେ ଚନ୍ଦନ ତିଲକ ଲଗାଇବା ଉଚିତ୍ । ବିଶ୍ୱାସ କରାଯାଏ ଯେ, ଏପରି କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସିଦ୍ଧ ହେବା ସହ ସଫଳତା ମିଳିଥାଏ ।


କାର୍ଯ୍ୟରେ ବାଧ୍ୟା ଆସୁଥିଲେ


ଯଦି କୌଣସି କାମ ଦୀର୍ଘ ସମୟ ଧରି ଅଟକି ରହିଛି, ତାହାଲେ ରବିବାର ଚାଉଳ ଓ ଗୁଡ଼ ମିଶ୍ରଣ କରି ଜଳରେ ପ୍ରବାହିତ କରନ୍ତୁ । ଏପର କରିବା ଦ୍ବାରା ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କାର୍ଯ୍ୟରେ ଲାଗି ରହିଥିବା ସମସ୍ୟା ଓ ପ୍ରତିବନ୍ଧକ ଦୂର ହୋଇଥାଏ ।


ଅର୍ଥାଭାବ ଦୂର ନେଇ


ଅର୍ଥର ଅଭାବ ଦୂର ନେଇ ରବିବାର ସକାଳେ ଓସ୍ତ ଗଛ ତଳେ ସୋରିଷ ତେଲର ଦୀପ ଜାଳନ୍ତୁ । ଏଭଳି ୫ଟି ରବିବାର କରିବା ଦ୍ବାରା ଅର୍ଥର ଅଭାବ ଦୂର ହୋଇଥାଏ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)