Gochar 2024: ଆଜି ବର୍ଷର ପ୍ରଥମ ଦିନ।  ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ବର୍ଷର ପ୍ରଥମ ମାସ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି।  କାହିଁକିନା ଏହି ମାସରେ ୪ଟି ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରିବେ। ଯାହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡି଼ବ।  ୨୦୨୪ ବର୍ଷର ପ୍ରଥମ ମାସରେ ଅର୍ଥାତ୍ ଜାନୁଆରୀରେ, ସୂର୍ଯ୍ୟ, ବୁଧ, ମଙ୍ଗଳ ଏବଂ ଶୁକ୍ର ସେମାନଙ୍କର ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି (4 big planets will transit) । ତେବେ, ଗ୍ରହ ମାନଙ୍କର ଏହି ରାଶି ପରିବର୍ତ୍ତନ ତିନି ରାଶିଙ୍କ ପାଇଁ ବରଦାନ୍ ପାଲଟିବ। ତିନୋଟି ରାଶିର ଲୋକ ଆଶ୍ଚର୍ଯ୍ୟଜନକ ଲାଭ ପାଇବେ। ସେମାନଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଅର୍ଥପ୍ରାପ୍ତିର ଯୋଗ ରହିଛି। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ :  Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ବର୍ଷର ପ୍ରଥମ ଦିନ?


ମେଷ: ବର୍ଷର ପ୍ରଥମ ମାସ ଏହି ରାଶିର ଲୋକଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ବିଶେଷ କରି, କାର୍ଯ୍ୟାଳୟରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ଆୟ ବୃଦ୍ଧି ଘଟିବ। ରୋଜଗାରର ନୂଆ ବାଟ ଖୋଲିବ। ବୈବାହିକ ଜୀବନ ସୁଖମୟ ହେବା ସହିତ ଆପଣଙ୍କ ଲଭ୍ ଲାଇଫରେ ବି ଖୁବ ଭଲ ରହିବ। ନିଜ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ପୈତୃକ ସମ୍ପତିରୁ ଲାଭ ପାଇବେ। ବିଦେଶ ଯାତ୍ରା କରିପାରନ୍ତି। 


କନ୍ୟା: ଗୋଟିଏ ମାସରେ ୪ ଗ୍ରହଙ୍କ ରାଶି ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଅନୁକୂଳ ରହିବ ।  ଜୀବନରେ ଉନ୍ନତି ଆସିବ। ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ବିବାହ ପାଇଁ ଚିନ୍ତିତ ଥିବା ଲୋକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ପୁରୁଣା ବିନିଯୋଗରୁ ଲାଭବାନ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ । ପରିବାରରେ ହସଖୁସିର ମାହୋଲ ରହିବ । ଧାର୍ମିକ କାର୍ଯ୍ୟକଳାପରେ ସମୟ ବିତିବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। କିନ୍ତୁ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ। ଦିର୍ଘ ଦିନର ଇଚ୍ଛା ପୂରଣ ହେବ। ଲଭ୍ ଲାଇଫ୍ ରେ ନିଜ  ପାର୍ଟନରଙ୍କ ସହ ସମୟ ବିତାଇବେ। 


ମକର : ଜାନୁଆରୀ ୨୦୨୪, ମକର ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ପୂର୍ବବର୍ଷ, ଅପେକ୍ଷା ଏ-ବର୍ଷ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ନିଜ ପିଲାମାନଙ୍କ ଠାରୁ କିଛି ଭଲ ଖବର ପାଇ ମନ ଖୁସି ରହିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । ଏହା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ।
 
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)