Guru Margi Rajyog: ଜ୍ୟୋତିଷ ଗଣନାରେ ବୃହସ୍ପତି ଗ୍ରହର ବିଶେଷ ଗୁରୁତ୍ୱ ରହିଛି। ଗୁରୁ ବୃହସ୍ପତି ଜ୍ଞାନ, ବୁଦ୍ଧି, ଧର୍ମ, ଶିକ୍ଷା ଏବଂ କର୍ମର କାରକ ବୋଲି ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ବୃହସ୍ପତି ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବୃହସ୍ପତିଙ୍କ ରାଶି ପରିବର୍ତ୍ତନ କିଛି ରାଶି ଉପରେ ପ୍ରଭାବ ପକାଇବ। ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଅଛନ୍ତି। ଆସନ୍ତା ଡିସେମ୍ବର ୩୧ ରେ ବୃଷ ରାଶିକୁ ଚଳନ କରିବେ। ପରେ ବୃହସ୍ପତି ପୁଣିଥରେ ୩ ମେ ୨୦୨୪ରେ ସେହି ରାଶିକୁ ଓଲଟା ଚଳନ କରିବେ। ବୃହସ୍ପତିଙ୍କ ଓଲଟା ଚଳନ ରାଜଯୋଗ (Guru Margi Rajyog) ସୃଷ୍ଟି କରୁଛି । ବୃହସ୍ପତିଙ୍କ ଓଲଟା ଚଳନ କରିବେ ୪ ରାଶିକୁ (zodiac sign) ମାଲେମାଲ୍ କରିବ। 


COMMERCIAL BREAK
SCROLL TO CONTINUE READING

Also Read: Saturn Venus Transit: କୁମ୍ଭ ରାଶିରେ ଶନି-ଶୁକ୍ରଙ୍କ ଚଳନ ବଦଳାଇବ ୩ ରାଶିର ଭାଗ୍ୟ


ମେଷ: ବୃହସ୍ପତି ବର୍ତ୍ତମାନ ଏହି ରାଶିରେ ବିରାଜମାନ ଅଛନ୍ତି। ଫଳରେ ଏହି ରାଶିର ଲୋକେ ଅତ୍ୟନ୍ତ ଶୁଭଫଳ ପାଇବେ। ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ଆଜିଠୁ ମଜବୁତ୍ ହେବ ।  ଫଳରେ ଦିର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଆଜି ସମାଧାନ ହେବ । ଧନପ୍ରାପ୍ତିର ଯୋଗ ମଧ୍ୟ ରହିଛି । କ୍ୟାରିୟରକୁ ନେଇ ଚିନ୍ତିତ ରହୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ ଆସିଛି । ଏହି ସମୟରେ ,ଆପଣଙ୍କୁ ନୂଆ ଚାକିରୀର ଯୋଗ ରହିଛି । ଏବଂ ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ହେବାର ମଧ୍ୟ ସମ୍ଭାବନା ରହିଛି । କେବଳ ସେତିକି ନୁହେଁ, ଆପଣଙ୍କ ଶ୍ରତୃମାନେ ଏହି ସମୟରେ କରୁଥିବା ଆପଣଙ୍କ ବିରୋଧରେ ଯୋଜନା ବିଫଳ ହେବ । 


କର୍କଟ:  ଏହି ରାଶିର ଲୋକଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। କାର୍ଯ୍ୟାଳୟରେ ପଦୋନ୍ନତି ମିଳିବା ସମ୍ଭାବନା ରହିଛି। ନୂଆ ନିଯୁକ୍ତି ଅଫର ବି ଆପଣଙ୍କୁ ମିଳିପାରେ। ଏବଂ ବ୍ୟବସାୟ କରୁଥିବା ଲୋକମାନେ ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ। ଫଳରେ ଆଶାତିତ ସଫଳତା ପାଇପାରିବେ। ଏବଂ ବିବାହ ପାଇଁ ଏହି ରାଶିର ବ୍ୟକ୍ତିଙ୍କ ଯୋଗ ଆଜିଠାରୁ ଫିଟିବାକୁ ଯାଉଛି । ନୂଆ ଗାଡି଼ କିମ୍ବା ଜମି ବି କିଣିବାର ଯୋଗ ରହିଛି। ଅଟକି ରହିଥିବା ଟଙ୍କା ମଧ୍ୟ ଆପଣଙ୍କୁ ମିଳିବ।


ତୁଳା :  ଏହି ରାଶିଙ୍କ ଭାଗ୍ୟ ଚମକିବ। ଆର୍ଥକ୍ ଦୃଷ୍ଟିକୋଣରୁ ବେଶ ଶୁଭଦାୟୀ ରହିବ । ଆୟ ବୃଦ୍ଧି ହେବା ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ୍ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଅଧିକ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।


ଧନୁ :  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗୁରୁ ମାର୍ଗି ହେବା ପରେ ରାଜଯୋଗ କାରଣରୁ ଏହି ରାଶିର ବ୍ୟକ୍ତି ମାଲେମାଲ୍ ହେବେ। ଆସନ୍ତା ଦିନ ଗୁଡିକ ଧନୁ ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଆର୍ଥିକ ସମସ୍ୟା ଦୂର ହେବା । ଏହା ବ୍ୟତୀତ ବ୍ୟବସାୟ ଏବଂ ଚାକିରିରେ ବହୁତ ଅଗ୍ରଗତି ହେବ । ୨୦୨୪ରୁ ଆପଣଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ବେଶ ଅନୁକୂଳ ରହିବ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)