Lucky Zodiac Signs in 2024: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ବୃହସ୍ପତିଙ୍କୁ ଦେବଗୁରୁ ବୋଲି ବିବେଚନା କରାଯାଏ। ବୃହସ୍ପତିଙ୍କୁ ଜ୍ଞାନ, ବୁଦ୍ଧି, ଧର୍ମ, ଧନ, ଆଧ୍ୟାତ୍ମିକତା, ଶିକ୍ଷା ଓ କର୍ମର କାରକ ବୋଲି ବିବେଚନା କରାଯାଏ। ବୃହସ୍ପତି ରାଶି ପରିବର୍ତ୍ତନ କରିବା ପାଇଁ ବର୍ଷେ ସମୟ ନେଇଥାଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ଅଛନ୍ତି । ବୃହସ୍ପତି  ୨୦୨୩ ଡିସେମ୍ବର ୩୧ରେ ସେହି ରାଶିକୁ ଅର୍ଥାତ୍ ମେଷ ରାଶିକୁ ଓଲଟା ଚଳନ କରିବେ ବା ମାର୍ଗି ହେବେ। ତେବେ, ବୃହସ୍ପତିଙ୍କ ଏହି ଓଲଟା ଚଳନ (Kendra Trikon Rajyog) କେନ୍ଦ୍ର ତ୍ରିକୋଣ ରାଜଯୋଗ ସୃଷ୍ଟି କରୁଛି।  କେନ୍ଦ୍ର ତ୍ରିକୋଣ ରାଜଯୋଗ କାରଣରୁ ୧୨ଟି ରାଶି ମଧ୍ୟରୁ ତିନୋଟି ରାଶିକୁ (Zodiac Signs) ଶୁଭଫଳ ମିଳିବ। ତେବେ, ଆସନ୍ତୁ ଜାଣିବା କେଉଁ କେଉଁ ରାଶିଙ୍କ ପାଇଁ ନୂଆ ବର୍ଷ ଏକ ନୂଆ ପରିବର୍ତ୍ତନ ଆଣିବାକୁ ଯାଉଛି। 


COMMERCIAL BREAK
SCROLL TO CONTINUE READING

Also Read: Shani Favourite Zodiac: ଏହି ରାଶିଙ୍କ ଉପରେ କେବେବି ପଡେନି ଶନିଙ୍କ କୋପ ଦୃଷ୍ଟି


ବୃହସ୍ପତି କରିବେ ଧନୀ :


ମେଷ: (Kendra Trikon Rajyog)କେନ୍ଦ୍ର ତ୍ରିକୋଣ ରାଜଯୋଗ କାରଣରୁ ଏହି ରାଶିଙ୍କ ଭାଗ୍ୟ ଫିଟିବାକୁ ଯାଉଛି । ଏହି  ଲୋକଙ୍କ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବାକୁ ଯାଉଛି। ଆତ୍ମବିଶ୍ବାସ ବୃଦ୍ଧି ହେବା ସହିତ ଲାଗି ରହିଥିବା ଜମିଜମା ବିବାଦରୁ ମୁକ୍ତି ମିଳିବ। ବୈବାହିକ ଜୀବନ ସୁଖମୟ ହେବ। ଧାର୍ମିକ କାର୍ଯ୍ୟ କଳାପରେ ସମୟ ବିତିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ ନୂଆ ଘର ବା ଗାଡି଼ କିଣି ପାରନ୍ତି। ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଚାକିରିରେ ପଦୋନ୍ନତି ସାଙ୍ଗକୁ ବ୍ୟବସାୟରେ ଅଗ୍ରଗତି ହେବ। ପୁରୁଣା ବିନିଯୋଗରୁ ଲାଭ ମିଳିବ।


ତୁଳା: କେନ୍ଦ୍ର ତ୍ରିକୋଣ ରାଜଯୋଗ ଏହି ରାଶିର ବ୍ୟକ୍ତିଙ୍କୁ ମାଲେମାଲ୍ କରିବ। ୨୦୨୪ ଏହି ରାଶିର ଲୋକଙ୍କ ପାଇଁ ଖୁବ୍ ଭଲ ହେବାକୁ ଯାଉଛି। ଶୁଭକାର୍ଯ୍ୟ ଆରମ୍ଭ ପାଇଁ ସମୟ ଅନୂକୁଳ ରହିଛି। ବିଦେଶରୁ ଚାକିରି ଅଫର ଆପଣଙ୍କୁ ମିଳିପାରେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଯଦି କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଆଶାୟୀଙ୍କୁ ସରକାରୀ ଚିକିରି ମିଳିବାର ସମ୍ଭାବନା ରହିଛି। ତେବେ, ଏହି ସମୟରେ କାର୍ଯ୍ୟକାରୀ କରନ୍ତୁ ଶୁଭଫଳ ପାଇବେ। ଅକସ୍ମିକ ଧନଲାଭର ଯୋଗ ବି ରହିଛି । ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗକୁ ମୁକ୍ତି ମିଳିବ। ଆର୍ଥିକ ଅବସ୍ଥା ଭଲ ରହିବ। ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଶୁଭ ଫଳ ମିଳିବ। ଅବିବାହିତଙ୍କ ପାଇଁ ବିବାହ ଠିକ୍ ହୋଇପାରେ।


ଧନୁ:  ଏହି ରାଶିଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଇଛି। ଏହି ଅବଧି ମଧ୍ୟରେ କ୍ୟାରିଅରରେ ଅତୁଳନୀୟ ସଫଳତା ପାଇବେ। ଆୟ ବୃଦ୍ଧି ପାଇବ। ବିଦେଶରୁ ଚାକିରିର ଅଫର ମିଳିପାରେ। ବିଶେଷ କରି, ବ୍ୟବସାୟରେ ଭଲ ଲାଭ ହେବା ସହ ଅଗ୍ରଗତି ହେବ । ପରିଶ୍ରମର ଫଳ ଆପଣଙ୍କୁ ମିଳିବ । ଯେଉଁମାନେ ଏକ ନୂତନ ଘର କିମ୍ବା ଗାଡି଼ କିଣିବାକୁ ଯୋଜନା କରିଛନ୍ତି ।  ସେମାନଙ୍କର ଇଚ୍ଛା ପୂରଣ ହୋଇପାରିବ । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମ ଜୀବନରେ ଆପଣ ସଫଳତା ପାଇପାରିବେ। ଏହି ସମୟରେ ସନ୍ତାନ ପ୍ରାପ୍ତିର ଇଚ୍ଛା ପୂରଣ ହୋଇପାରେ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)