Mangal Rashi Parivartan Prediction: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ମଙ୍ଗଳଙ୍କୁ (Mangal)ରକ୍ତ, କ୍ରୋଧ, ସମ୍ପତ୍ତି ଏବଂ ସାହସର କାରକ ବୋଲି ବିବେଚନା କରାଯାଏ।  ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକରାତ୍ମକ ହୋଇଥାଏ । ଏହି କ୍ରମରେ ଆଜି, ମଙ୍ଗଳ ରାତି ୧୨ଟା ୩୬ ମିନିଟ୍ ସମୟରେ ଧନୁ ରାଶିରେ ପ୍ରବେଶ କରିବେ। ଏବଂ ଫେବୃଆରୀ ୪ ପର୍ଯ୍ୟନ୍ତ ସେହି ରାଶିରେ ଅବସ୍ଥାନ କରିବେ। ଏଭଳି ସ୍ଥିତିରେ ମଙ୍ଗଳଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ: Rajyog: ଦିର୍ଘ ୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ତିନି ରାଜଯୋଗ, ବର୍ଷ ଆରମ୍ଭରୁ ମାଲେମାଲ୍ ହେବେ ଏହି ୪ ରାଶି


ସିଂହ:  ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ।  ଏହି ସମୟ ମଧ୍ୟରେ ଆପଣଙ୍କୁ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ଆୟ ବୃଦ୍ଧି ପାଇବ। ରାଜନୀତିରେ ସକ୍ରିୟ ଥିବା ଲୋକଙ୍କ ପାଇଁ ଏହି ସମୟ ଶୁଭ ରହିବ । ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟୀମାନେ ଉପକୃତ ହେବେ। ଏବଂ ପରିବାର ଲୋକଙ୍କ ସହଯୋଗ ମିଳିବ ।


ମକର :  ମଙ୍ଗଳଙ୍କ ରାଶି ପରିବର୍ତ୍ତନ କନ୍ୟା ରାଶି ପାଇଁ ବରଦାନ ସଦୃଶ ହେବ। ଏହି ସମୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ବିଶେଷ କରି କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ପଦୋନ୍ନତି ମିଳିପାରେ। ନୂତନ ଚାକିରି ନେଇ ଅଫର୍ ମିଳିବ । ଜମି ସମ୍ବନ୍ଦୀୟ କୋର୍ଟ କଚେରୀରେ ଲାଗିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।  ବିଶେଷ କରି ପ୍ରେମ ଜୀବନରେ ବି ମଧୁରତା ଆସିବ। ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । କିନ୍ତୁ ନିଜ କ୍ରୋଧରୁ ନିୟନ୍ତ୍ରଣରେ ରଖନ୍ତୁ ନଚେତ ହେବାକୁ ଥିବା କାର୍ଯ୍ୟ ମଧ୍ୟ ବିଗିଡିଯିବ।


କୁମ୍ଭ:  ମଙ୍ଗଳଙ୍କ ଚଳନ ଏହି ରାଶି ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଯେହେତୁ, କୁମ୍ଭର ପ୍ରଭୁ ଶନି ଅଟନ୍ତି ଏବଂ ମଙ୍ଗଳ ଏବଂ ଶନି ମଧ୍ୟରେ ବନ୍ଧୁତ୍ୱର ଭାବନା ଅଛି । ଏଭଳି ପରିସ୍ଥିତିରେ ମଙ୍ଗଳଙ୍କ ଚଳନ ଏହି ରାଶି ଭାଗ୍ୟରେ ବିରାଟ୍ ପରିବର୍ତ୍ତନ ଆଣିବ। ଦୀର୍ଘ ଦିନର ସ୍ୱପ୍ନ ସାକାର ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଲାଭବାନ ହେବା । ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ଏହି ମାସ ଶୁଭଦାୟୀ ରହିବ । ଚାକିରିରେ ପଦୋନ୍ନତି ଯୋଗ ରହିଛି । ଅସଂପୂର୍ଣ୍ଣ ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହ ସଂପର୍କ ମଧୁର ହେବ ।



(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)