Rajyog: ଦିର୍ଘ ୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ତିନି ରାଜଯୋଗ, ବର୍ଷ ଆରମ୍ଭରୁ ମାଲେମାଲ୍ ହେବେ ଏହି ୪ ରାଶି
Advertisement
Article Detail0/zeeodisha/odisha2031909

Rajyog: ଦିର୍ଘ ୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ତିନି ରାଜଯୋଗ, ବର୍ଷ ଆରମ୍ଭରୁ ମାଲେମାଲ୍ ହେବେ ଏହି ୪ ରାଶି

Gajlakshmi, Gajkesari, kedra Trikon Rajyog: ବର୍ତ୍ତମାନ ବୃହସ୍ପତି ମେଷ ରାଶିରେ ଥିବା ବେଳେ ସେହି ରାଶିକୁ ବୁଧ ଚଳନ ଡିସେମ୍ବର ୩୧ ତାରିଖ ସକାଳ ୮ଟା ୩୫ ମିନିଟ୍ ସମୟରେ ଚଳନ କରିବେ। ଦିର୍ଘ ୫୦ ବର୍ଷ ପରେ ଗୋଟିଏ ରାଶିରେ ବୃହସ୍ପତି ଓ ବୁଧଙ୍କ ମିଳିନ ଯୋଗୁଁ ଗଜଲକ୍ଷ୍ମୀ  , ଗଜକେଶରୀ ଓ କେନ୍ଦ୍ର ତ୍ରିକୋନ୍ ରାଜଯୋଗ (Gajlakshmi, Gajkesari, kedra Trikon Rajyog) ସୃଷ୍ଟି ହେଉଛି। ଏହି କାରଣରୁ କିଛି ରାଶିର ବ୍ୟକ୍ତିଙ୍କୁ ବର୍ଷ ଆରମ୍ଭରୁ ଶୁଭଫଳ ମିଳିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଶୁଭଫଳ ପାଇବେ।..

Rajyog: ଦିର୍ଘ ୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ତିନି ରାଜଯୋଗ, ବର୍ଷ ଆରମ୍ଭରୁ ମାଲେମାଲ୍ ହେବେ ଏହି ୪ ରାଶି

Gajlakshmi, Gajkesari, kedra Trikon Rajyog: ଜ୍ୟୋତିଶ ଶାସ୍ତ୍ର ଅନୁସାରେ , ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ନଅଟି ଗ୍ରହ ମଧ୍ୟରୁ ବୃହସ୍ପତିଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ। ଦେବଗୁରୁ ବୃହସ୍ପତିଙ୍କୁ (Devguru Jupiter)ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧି ଆଦିର କାରକ ବୋଲି ବିବେଚନା କରାଯାଏ। ବୃହସ୍ପତି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ୧୩ ମାସ ସମୟ ନେଇଥାଆନ୍ତି।  ବର୍ତ୍ତମାନ ବୃହସ୍ପତି ମେଷ ରାଶିରେ ଥିବା ବେଳେ ସେହି ରାଶିକୁ ବୁଧ ଚଳନ ଡିସେମ୍ବର ୩୧ ତାରିଖ ସକାଳ ୮ଟା ୩୫ ମିନିଟ୍ ସମୟରେ ଚଳନ କରିବେ। ଦିର୍ଘ ୫୦ ବର୍ଷ ପରେ ଗୋଟିଏ ରାଶିରେ ବୃହସ୍ପତି ଓ ବୁଧଙ୍କ ମିଳିନ ଯୋଗୁଁ ଗଜଲକ୍ଷ୍ମୀ  , ଗଜକେଶରୀ ଓ କେନ୍ଦ୍ର ତ୍ରିକୋନ୍ ରାଜଯୋଗ (Gajlakshmi, Gajkesari, kedra Trikon Rajyog) ସୃଷ୍ଟି ହେଉଛି। ଏହି କାରଣରୁ କିଛି ରାଶିର ବ୍ୟକ୍ତିଙ୍କୁ ବର୍ଷ ଆରମ୍ଭରୁ ଶୁଭଫଳ ମିଳିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଶୁଭଫଳ ପାଇବେ।..

ଧନୀ ହେବେ ଏହି ସବୁ ରାଶି:

ମେଷ: ଗଜଲକ୍ଷ୍ମୀ , ଗଜକେଶରୀ ଓ କେନ୍ଦ୍ର ତ୍ରିକୋନ୍ ରାଜଯୋଗ କାରଣରୁ ଏହି ରାଶିର ଲୋକେ ବର୍ଷ ଆରମ୍ଭରୁ ଶୁଭଫଳ ପାଇବେ। ଦିର୍ଘ ଦିନ ଧରି ଲାଗିଥିବା ସମସ୍ୟାର ଅନ୍ତ ଘଟିବ। ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ସହ ଧାର୍ମିକ ଯାତ୍ରା କରିପାରନ୍ତି।  ଆୟ ବଢିବା ସହ ନିଯୁକ୍ତି ଅଫର ବି ପାଇପାରନ୍ତି।  ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କ ରାଶିର ନବମ ଏବଂ ଦ୍ଵାଦଶ ସ୍ଥାନର ଅଧିପତି ଅଟନ୍ତି ଏହାଯୋଗୁଁ ଭାଗ୍ଯ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବ । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ବଢିବ। 

ଧନୁ: ବର୍ଷ ଆରମ୍ଭରୁ ଏହି ରାଶିର ଲୋକଙ୍କ ଉପରେ ହାତୀ ସୁନା କଳସ ଢାଳିବ। ନିଜ ସନ୍ତାନଙ୍କ ମାନଙ୍କ ଠାରୁ ଖୁସି ଖବର ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମଧ୍ୟ ମିଳିପାରେ। ଆୟ ଦ୍ବିଗୁଣିତ ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ବଡ଼ ଡିଲ୍ ମଧ୍ୟ ଫାଇନାଲ୍ ହୋଇପାରେ। ଏହି ଅବଧି ମଧ୍ୟରେ ଆପଣ ନୂଆ ଗାଡି କିଣିପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ସ୍ବାସ୍ଥ୍ୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦିର୍ଘ ଦିନ ଧରି ଲାଗିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

କର୍କଟ:  ଏକା ସାଙ୍ଗରେ ତିନି ରାଜଯୋଗ କାରଣରୁ ଏହି ରାଶିର ଲୋକେ ମାଲେମାଲ୍ ହେବେ। ଜାନୁଆରୀ ଆରମ୍ଭରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଏହି ଏବଧି ମଧ୍ୟରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଜୀବନସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ । ସମ୍ପର୍କରେ ମଧୁରତା ଆସିବ । ଧନ ଓ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଭ୍ରମଣ ଯୋଗ ରହିଛି । ସନ୍ତାନ ପ୍ରାପ୍ତି ହେବାର ସୁଖ ମଧ୍ୟ ପାଇପାରିବେ । କାର୍ଯ୍ୟାଳୟରେ ପଦୋନ୍ନତିର ସମ୍ଭାବନା ରହିଛି।  ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ।

ସିଂହ:  ଗଜଲକ୍ଷ୍ମୀ , ଗଜକେଶରୀ ଓ କେନ୍ଦ୍ର କେନ୍ଦ୍ର ତ୍ରିକୋନ୍ ରାଜଯୋଗ ସିଂହ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହେବ। ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବିବାହ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବୃହସ୍ପତିଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । ବିଶେଷ କରି ରାଜନୈତିକ ଲୋକଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)