Rahu Ketu Rashi Parivartan 2023: ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଶୁଭ ତ ଆଉ କେତେକ ରାଶି ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଚଳିତ ମାସ ଗ୍ରହ ମାନଙ୍କ ଚଳନ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । କାରଣ ଅନେକ ଗ୍ରହ ଏହି ମାସରେ ସେମାନଙ୍କର ଗତିବିଧି ବା ଚଳନରେ ପରିବର୍ତ୍ତନ କରିଥିବା ବେଳେ ଆଉ କେତେକ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଚଳିତ ମାସରେ କେତୁ ଓ ମଙ୍ଗଳ ମଧ୍ଯ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । 


COMMERCIAL BREAK
SCROLL TO CONTINUE READING

ଶାସ୍ତ୍ର ଅନୁଯାୟୀ, ରାହୁ-କେତୁଙ୍କ ଗୋଚର ବା ରାଶି ପରିବର୍ତ୍ତନକୁ (Rahu Ketu Gochar 2023) ଅଶୁଭ ବୋଲି ବିବେଚନା କରାଯାଇଥାଏ । ରାହୁ-କେତୁଙ୍କ ଗୋଚର ଫଳରେ ରାଶିର ଭାଗ୍ୟରେ ଅନ୍ଧକାର ଘୋଟି ଆସିଥାଏ (Rahu Ketu Gochar 2023) । ବର୍ତ୍ତମାନ  ରାହୁ ମେଷ ଓ କେତୁ ତୁଳା ରାଶି ବିରାଜମାନ ଅଛନ୍ତି । ଅକ୍ଟୋବର ୩୦ ତାରିଖରେ ଏହି ଦୁଇ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରାହୁ ମୀନ ଓ କେତୁ କନ୍ୟାରେ ପ୍ରବେଶ କରିବାକୁ ଯାଉଛନ୍ତି।  ତେବେ, ଦୁଇ ଗ୍ରହଙ୍କ ଗୋଟିଏ ଦିନରେ ରାଶି ପରିବର୍ତ୍ତନ ୪ଟି ରାଶିଙ୍କୁ (zodiac sign ) ଶୁଭଫଳ ପ୍ରଦାନ କରିବ । ଫଳରେ ଏହି ସମୟ ମଧ୍ୟରେ, ଚାକିରି ଓ ବ୍ୟବସାୟରେ ଅଗ୍ରଗତି ସହ ଆକସ୍ମିକ୍ ଧନଲାଭ ନେଇ ଯୋଗ ରହିଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ....


ମେଷ ରାଶି


ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଗ୍ରଗତି । ଦୂରସ୍ଥାନକୁ ଯାତ୍ରା ଲାଭଦାୟୀ ପ୍ରମାଣିତ ହେବ । ଜମି ଜମା ଓ ଯାନ କ୍ରୟ ନେଇ ଯୋଗ ରହିଛି । ସୁଖ ଓ ସମୃଦ୍ଧତା ବୃଦ୍ଧି ପାଇବ । ଏହି ସମୟରେ ଗରିବଙ୍କୁ ଦାନ କରିବା ଦ୍ବାରା ସୌଭାଗ୍ୟ ପ୍ରାପ୍ତି ହେବ ।


କର୍କଟ ରାଶି


ରାହୁ-କେତୁଙ୍କ ଏହି ରାଶି ପରିବର୍ତ୍ତନ କର୍କଟ ରାଶିର ଲୋକଙ୍କ ପାଇଁ ଶୁଭ ପ୍ରମାଣିତ ହେବ । ଫଳରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବା ନେଇ ଯୋଗ ରହିଛି । ଆର୍ଥିକ୍ ସ୍ଥିତି ମଜଭୁତ ହେବ । ପରିବାର ସଦସ୍ୟଙ୍କଠାରୁ ଆର୍ଥିକ୍ ସହଯୋଗ ମିଳିବ। ବ୍ୟବସାୟୀମାନେ ଲାଭବାନ ହେବେ ।


ସିଂହ ରାଶି


ବୈବାହିକ ଜୀବନରେ ମଧୁରତା ଆସିବ । ରାହୁ-କେତୁଙ୍କ ଶୁଭ ଛାୟା ଯୋଗୁଁ ବ୍ୟବସାୟ ଓ ଚାକିରିରେ ଅଗ୍ରଗତି ହେବ । ଧନ ଲାଭ ନେଇ ସମ୍ଭାବନା ରହିଛି । କୋଟ କଚେରୀ ମାମଲାରେ ସଫଳତା ମିଳିବ । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭ ରହିବ ।


କୁମ୍ଭ ରାଶି


ଏହି ସଂଯୋଗ କୁମ୍ଭ ରାଶି ପାଇଁ ମଧ୍ଯ ଅତ୍ୟନ୍ତ ଶୁଭଦାୟୀ ରହିବ । ଅନେକ ଉତ୍ସରୁ ଆର୍ଥିକ୍ ଲାଭ ମିଳିବ । ଚାକିରି ଓ ବ୍ୟବସାୟରେ ଅଗ୍ରଗତି ହେବ । ଜୀବନସାଥୀଙ୍କ ସହ ଚାଲିଥିବା ବିବାଦର ସମାଧାନ ହେବ । ଘରେ ସମୃଦ୍ଧତା ଆସିବ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)