Saturn Retrograde Effects: ଯଦିଓ ଶନି ଦେବଙ୍କୁ ଯେ କୌଣସି ଦିନରେ ପୂଜା କରାଯାଇପାରିବ, କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଜୁନ ମାସ ୧୭ ତାରିଖରେ ନ୍ୟାୟର ଦେବତା ଶନି ଦେବ ଓଲଟା ଚଳନ କରିବେ। ଶନି ଦେବଙ୍କ ନକାରାତ୍ମକ ପ୍ରଭାବ ଜୀବନରେ ଅଶାନ୍ତି ସୃଷ୍ଟି କରିଥାଏ । ଶନିଙ୍କ ଓଲଟା ଚଳନ ସମସ୍ତ ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କୁମ୍ଭ ରାଶିରେ ଶନିଙ୍କ ଓଲଟା ଚଳନ ୩ଟି ରାଶିକୁ ଅଶୁଭ ଫଳ ପ୍ରଦାନ କରିବା ସହ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନ ଉପରେ ଅନେକ ଖରାପ ପ୍ରଭାବ ପକାଇବ। ବର୍ତ୍ତମାନ ଶନି କୁମ୍ଭ ରାଶିରେ ଉପସ୍ଥିତ ଅଛନ୍ତି । ଆସନ୍ତା ଜୁନ୍ ମାସ ୧୭ ତାରିଖରେ ରାତି ୧୦:୪୮ରେ ଶନି କୁମ୍ଭ ରାଶିରୁ ଓଲଟା ଚଳନ କରିବେ। ୪ ନଭେମ୍ବରରେ ସକାଳ ୦୮: ୨୬ ପର୍ଯ୍ୟନ୍ତ ଶନି ଏହି ଅବସ୍ଥାରେ ସ୍ଥିର ରହିବେ । ଫଳରେ ଏହାର ନକରାତ୍ମକ ପ୍ରଭାବ ଏହି ୩ଟି ରାଶି ଉପରେ ପଡ଼ିବ ।


COMMERCIAL BREAK
SCROLL TO CONTINUE READING

ମେଷ ରାଶି - ଶନିଙ୍କ ଓଲଟା ଚଳନ ଫଳରେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିରର୍ତ୍ତନ ଆଣିବ । ଏହି ସମୟରେ ବିଭିନ୍ନ ସମସ୍ୟାମାନ ଲାଗି ରହିବ । ଧନ ହାନୀ ନେଇ ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେବ । ପରିବାରରେ ଅଶାନ୍ତି ଲାଗି ରହିବ । ବ୍ୟବସାୟରେ କ୍ଷତି ହେବ । କାର୍ଯ୍ୟରେ ବାଧ୍ଯା ଉପୁଜିବ । ବାଦ ବିବାଦ ବଢିପାରେ । ଏହି ସମୟରେ ସାବଧାନ ହେବାର ଆବଶ୍ୟକତା ଅଛି।


କର୍କଟ ରାଶି- କର୍କଟ ରାଶିର ବ୍ୟକ୍ତି ବିଶେଷ ବର୍ତ୍ତମାନ ଶନିଙ୍କ ପ୍ରଭାବରେ ଅଛନ୍ତି । ଏହି କାରଣରୁ, ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଅର୍ଥହାନୀ ନେଇ ସମ୍ଭବନା ରହିଛି । ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଅନେକ ସମସ୍ୟାର ପଡିପାରନ୍ତି। ଚାକିରି କ୍ଷେତ୍ରରେ ବାଧ୍ୟା ଉପୁଜିବ । ବ୍ୟବସାୟରେ କ୍ଷତି ହେବ ।


କୁମ୍ଭ ରାଶି - ଶନିଙ୍କ ଓଲଟା ଚଳନ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପକାଇବ । ଏହି ସୟରେ ଶାରୀରିକ ଓ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡି଼ପାରେ । ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଦେବ । ପରିବାରିକ ବିବାଦ ଉପୁଜିପାରେ । ଅଶାନ୍ତି ଲାଗି ରହିବ । କ୍ୟାରିୟର ବିଷୟରେ ସଚେତନ ରୁହନ୍ତୁ । ନିଜକୁ ସକାରାତ୍ମକ ରଖନ୍ତୁ ।


ଏହା ମଧ୍ୟ ପଢନ୍ତୁ- Guru Rahu Yuti: ୩୬ ବର୍ଷ ପରେ ମେଷ ରାଶିରେ ଗୁରୁ-ରାହୁ ସଂଯୋଗ, ଏହି ୭ଟି ରାଶି ଉପରେ ପଡ଼ିବ ବଡ଼ ପ୍ରଭାବ!


Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।