Guru Rahu Yuti: ୩୬ ବର୍ଷ ପରେ ମେଷ ରାଶିରେ ଗୁରୁ-ରାହୁ ସଂଯୋଗ, ଏହି ୭ଟି ରାଶି ଉପରେ ପଡ଼ିବ ବଡ଼ ପ୍ରଭାବ!
Advertisement
Article Detail0/zeeodisha/odisha1666814

Guru Rahu Yuti: ୩୬ ବର୍ଷ ପରେ ମେଷ ରାଶିରେ ଗୁରୁ-ରାହୁ ସଂଯୋଗ, ଏହି ୭ଟି ରାଶି ଉପରେ ପଡ଼ିବ ବଡ଼ ପ୍ରଭାବ!

Guru Rahu Yuti: ଧନ ଓ ସୌଭାଗ୍ୟର କାରକ ବୃହସ୍ପତି ଏପ୍ରିଲ ୨୨ ତାରିଖରେ ମେଷ ରାଶିରେ ପ୍ରବେଶ କରିଛନ୍ତି । ଜ୍ୟୋତିଷଙ୍କ ଅନୁଯାୟୀ, ମେଷ ରାଶିରେ ଦେବ ଗୁରୁ ବୃହସ୍ପତି ଓ ରାହୁଙ୍କ ସଂଯୋଗ ପୂରା ୩୬ ବର୍ଷ ପରେ ହୋଇଛି । ଗୁରୁ ଓ ରାହୁଙ୍କ ଏହି ସଂଯୋଗ ମେଷ, ମିଥୁନ, ସିଂହ, ତୁଳା, ଧନୁ, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ବିଶେଷ ମାନେ ଅଧିକ ଲାଭବାନ ହେବେ ।

ସୌ(ସୋସିଆଲ ମିଡିଆ)

Guru Rahu Yuti: ଧନ ଓ ସୌଭାଗ୍ୟର କାରକ ବୃହସ୍ପତି ଏପ୍ରିଲ ୨୨ ତାରିଖରେ ମେଷ ରାଶିରେ ପ୍ରବେଶ କରିଛନ୍ତି । ବୃହସ୍ପତିଙ୍କ ପ୍ରବେଶ ଏହି ରାଶି ପରିବର୍ତ୍ତନରେ ମଧ୍ୟମ ଫଳ ପ୍ରଦାନ କରିବ । ବୃହସ୍ପତଙ୍କର ରାହୁଙ୍କ ସହ ଏକ ସଂଯୋଗ ଗଠନ ହୋଇଛି । ଏହି ସଂଯୋଗ ଫଳରେ ଶନିଙ୍କର ପ୍ରଭାବ ମଧ୍ୟ ରହିବ। ଜ୍ୟୋତିଷଙ୍କ ଅନୁଯାୟୀ, ମେଷ ରାଶିରେ ଦେବ ଗୁରୁ ବୃହସ୍ପତି ଓ ରାହୁଙ୍କ ସଂଯୋଗ ପୂରା ୩୬ ବର୍ଷ ପରେ ହୋଇଛି । ଗୁରୁ ଓ ରାହୁଙ୍କ ଏହି ସଂଯୋଗ ମେଷ, ମିଥୁନ, ସିଂହ, ତୁଳା, ଧନୁ, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ବିଶେଷ ମାନେ ଅଧିକ ଲାଭବାନ ହେବେ ।

ମେଷ ରାଶି- ମେଷ ରାଶିରେ ବୃହସ୍ପତି ଓ ରାହୁ ସଂଯୋଗ ହୋଇଛି । ଏହି ସଂଯୋଗ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ। କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆସିବ । ସନ୍ତାନ ଲାଗି ଆଶା ରଖିଥିବା ଦମ୍ପତ୍ତିଙ୍କୁ ଲାଗି ସମୟ ବେଶ ଭଲ ରହିବ । ଅବିବାହିତଙ୍କ ଲାଗି ବିବାହ ନେଇ ଯୋଗ ସୃଷ୍ଟି ହେବ । ଶୁଭଫଳ ଲାଗି ପ୍ରତ୍ୟେକ ଦିନ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ ।

ବୃଷ ରାଶି- ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ ଏହି ସମୟରେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁ୍ଅନ୍ତୁ, ମକଦ୍ଦମା, କାରାଗାର ଓ ଅପମାନରୁ ଦୂରେଇ ରୁହନ୍ତୁ । ସନ୍ତାନ ସନ୍ତତିଙ୍କ ବିଶେଷ ଧ୍ଯାନ ରଖନ୍ତୁ । ବୈବାହିକ ଜୀବନ ପ୍ରତି ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ ଦିନ ବୃହସ୍ପତିଙ୍କ ମନ୍ତ୍ର ଜାପ କରନ୍ତୁ ।

ସିଂହ- ବିବାହ  ସ୍ଥିର ହେବା ନେଇ ଯୋଗ ରହିଛି । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ସନ୍ତାନ ସନ୍ତାତି ଲାଗି ଆଶା ରଖିଥିବା ଦମ୍ପତ୍ତିଙ୍କ ଲାଗି ଏହି ସମୟ ବେଶ ଅନୁକୂଳ ରହିବ । ବ୍ୟବସାୟରେ ଲାଭ ମିଳିବ । ନିନ୍ଦା ଅପମାନଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ ଶୁଭଫଳ ଲାଗି ଭଗବାନଙ୍କ ଆରାଧନା କରନ୍ତୁ ।

ତୁଳା- ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଲାଗି ରହିଥିବା ଦୀର୍ଘ ଦିନର ସମସ୍ୟା ଦୂର ହେବ । ବିବାହ ଲାଗି ସମୟ ଅନୁକୂଳ ଅଟେ । ଏହି ସମୟ ବ୍ୟବସାୟ ଲାଗି ସଠିକ୍ ସମୟ ନୁହେଁ । ଭାବି ଚିନ୍ତି ଅର୍ଥ ବିନିଯୋଗ କରନ୍ତୁ । ପ୍ରତିଦିନ ମନ୍ଦିର ଯାଆନ୍ତୁ ।

ଧନୁ – ଏହି ରାଶିର ଲୋକମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ । କ୍ୟାରିୟରକୁ ନେଇ ଶୁଭଫଳ ମିଳିପାରେ । ସ୍ବାସ୍ଥ୍ୟା କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । ସନ୍ତାନ ଓ ବିବାହ କ୍ଷେତ୍ରରେ ବିଳମ୍ବ ହେବ । ଗୁରୁଙ୍କ ମନ୍ତ୍ର ଜାପ କରିବା ସହ ଶବଙ୍କ ଉପାସନା କରନ୍ତୁ ।

କୁମ୍ଭ- ମାନସିକ ସ୍ଥିତିରେ ସୁଧାର ଆସିବ । ମାଆଙ୍କୁ ନେଇ ଚିନ୍ତିତ ରହିବେ । ସ୍ବାସ୍ଥ୍ୟ ପ୍ରତି ଧ୍ଯାନ ଦିଅନ୍ତୁ । ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ବ୍ୟବସାୟରେ ଲାଭ ମିଳିବ। ଭାବିଚିନ୍ତି ଅର୍ଥ ଖର୍ଚ୍ଚ କରନ୍ତୁ ।

ମୀନ- ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ଲାଭ ମିଳିବ । କ୍ୟାରିୟରେ ସଫଳତା ମିଳିବ । ବୈହାବିକ ଜୀବନ ସୁଖମୟ ହେବ । ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ନେଇ ଯୋଗ ରହିଛି ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।