Saturn And Venus Transit: ଶନିଦେବଙ୍କୁ (Shani dev) ନ୍ୟାୟର ଦେବତା ବୋଲି କୁହାଯାଏ। ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ସେ ଏହି ରାଶିରେ  ଆସନ୍ତା ୨୦୨୫ ପର୍ଯ୍ୟନ୍ତ ରହିବେ। ଏହି କ୍ରମରେ ଆସନ୍ତାକାଲି (ରବିବାର) ସେହି ରାଶିରେ ଶୁକ୍ର ପ୍ରବେଶ କରିବାକୁ ଯାଉଛନ୍ତି ।  ଆସନ୍ତାକାଲି ଶୁକ୍ର କୁମ୍ଭ ରାଶିରେ (Aquarius) ସକାଳ ୫ଟା ୩୫ ମିନିଟ୍ ସମୟରେ ପ୍ରବେଶ କରିବେ। ଗୋଟିଏ ରାଶିରେ (Saturn Planet) ଶନି-ଶୁକ୍ରଙ୍କ (Venus) ମିଳନ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କାରଣରୁ ତିନି ରାଶିଙ୍କ (zodiac sign) ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ସେମାନଙ୍କ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହେବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...


COMMERCIAL BREAK
SCROLL TO CONTINUE READING

Also Read: Today Horoscope: ଏହି ସବୁ ରାଶି ଉପରେ ହେବ ଧନର ବର୍ଷା! ଜାଣନ୍ତୁ କେମିତି କଟିବ ଆଜିର ଦିନ?


କୋଟିପତି ହେବେ ଏହି ତିନି ରାଶି:


କୁମ୍ଭ: କୁମ୍ଭରେ ଶନି -ଶୁକ୍ରଙ୍କ ସ୍ଥିତି ଏହି ରାଶିର ବ୍ୟକ୍ତିଙ୍କୁ ମାଲେମାଲ୍ କରିବ।  ଏହି ରାଶିର ଲୋକେ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ। ବିଦେଶ ଭ୍ରମଣ କରିବାର ସୁଯୋଗ ମିଳିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି । ତେବେ, ସେଥିରୁ ପ୍ରଚୁର ପରିମାଣରେ ଲାଭ ପାଇବେ। ଖାସ୍ କରି ଆକସ୍ମିକ ଧନଲାଭର ଯୋଗ ରହିଛି। ଚାକିରିରେ ପଦୋନ୍ନତି ମିଳିବା ସହ ନୂତନ ନିଯୁକ୍ତି ବି ମିଳିପାରେ। 


ତୁଳା : ଶନି ଓ ଶୁକ୍ରଙ୍କ କୃପା ଏହି ରାଶି ଉପରେ ଧନ ବର୍ଷା କରିବ । ଫଳରେ ଆସନ୍ତାକାଲି ଠାରୁ ଏହି ରାଶିର ଭାଗ୍ୟ ଫିଟିବ।  ଏହି ସମୟରେ ଆପଣଙ୍କୁ ଧନ, ଖ୍ୟାତି ଏବଂ ଯଶ ପ୍ରାପ୍ତି ହେବ। ଆପଣ ନିଜ ପିଲାମାନଙ୍କଠାରୁ ଭଲ ଖବର ପାଇପାରନ୍ତି । ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପ୍ରେମ ସଂପର୍କ ଏହି ସମୟରେ ମଜବୁତ୍ ହେବ। ଏପରିକି, ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇପାରେ । ଏହି ସମୟରେ ଗାଡି଼ କିମ୍ବା ଜମି ଆପଣ କ୍ରୟ କରିପାରନ୍ତି।


ବୃଷ: ଏହି ରାଶିର ଲୋକମାନେ ବ୍ୟବସାୟ ଓ ଚାକିରିରେ ଅପାର ସଫଳତା ପାଇବେ । ଏହା ସହ ବିପୁଳ ଧନ ଲାଭ ମଧ୍ୟ ହୋଇପାରେ । ଆପଣ ନିଜ କ୍ୟାରିଅରରେ ଆଗକୁ ବଢ଼ିବେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ। ନୂଆ ଆୟର ଉତ୍ସ ମଧ୍ୟ ସୃଷ୍ଟି ହେବ। ପୌତୃକ ସମ୍ପତ୍ତିରୁ ଲାଭ ମିଳିବ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)