Sunday Remedies: ଜାତକରେ ଗ୍ରହ ମାନଙ୍କର ସ୍ଥିତିକୁ ନେଇ ମଣିଷ ଜୀବନରେ ଶୁଭ ଓ ଅଶୁଭ ଫଳାଫଳ ଦେଖିବାକୁ ମିଳିଥାଏ । ଜାତକର ଖରାପ ପ୍ରଭାବ ହେତୁ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡି଼ଥାଏ । ସନାତନ ଧର୍ମରେ, ସୂର୍ଯ୍ୟଦେବଙ୍କୁ ଏକମାତ୍ର ବିଦ୍ୟମାନ ଦେବତା ଭାବେ ବିବେଚନା କରାଯାଇଛି। ଯେଉଁ ବ୍ୟକ୍ତିର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ଥାଏ ସେହି ବ୍ୟକ୍ତିର ଜୀବନରେ ସୁଖ, ଶାନ୍ତି, ଧନ, ଯଶ ଓ ଖାତି ବୃଦ୍ଧି ପାଇଥାଏ । ସେହିପରି ରାଶିରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି଼ଥାଏ । ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ ରହିଛି । ତେବେ ରବିବାର ଦିନ ଏହି ଉପାୟ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ରବିବାର ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ । ଯଦି ଆପଣ ମଧ୍ୟ ଜୀବନରେ ଧନ ଓ ଖ୍ୟାତି ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଏହିସବୁ ଉପାୟ କରନ୍ତୁ ।


COMMERCIAL BREAK
SCROLL TO CONTINUE READING

ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା


ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ସେ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ରବିବାର ଦିନ ସକାଳୁ ଉଠି ଓମ୍ ସୂର୍ଯ୍ୟୟା ନମଃ, ଓମ୍ ଆଦିତ୍ୟାୟ ନମଃ, ବା ଓମ୍ ନାମୋ ଭାସ୍କର ନମଃ” ଆଦି ମନ୍ତ୍ର ଜାପ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ଶୁଭ ଫଳ ମିଳିବା ସହ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।  ଜୀବନରେ ଉନ୍ନତି ଆସେ ।


ଘିଅ ଦୀପ ଜାଳନ୍ତୁ


ହିନ୍ଦୁ ଧର୍ମରେ ଦୀପ ଜାଳିବାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଶୁଭ ମନା ଯାଇଥାଏ । ଏହି କାରଣରୁ ସକାଳ ଓ ସନ୍ଧ୍ୟାରେ ପୂଜା ସମୟରେ ଘିଅ ଦୀପ ଜଳାଯାଇଥାଏ । ସୂର୍ଯ୍ୟ ଦେବତାଙ୍କୁ ଖୁସି କରିବା ପାଇଁ ଘରର ଉଭୟ ପାର୍ଶ୍ୱରେ ଦେଶୀ ଘିଅର ଦୀପ ଜଳାନ୍ତୁ । ଏପରି ଦ୍ବାରା ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହୋଇଥାଏ । ଏହା ଦ୍ବାରା ମାଆ ଲକ୍ଷ୍ମୀ ମଧ୍ଯ ପ୍ରସନ୍ନ ହୋଇଥାଆନ୍ତି । ଜୀବନରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ବ୍ୟବସାୟରେ ଲାଭ ମିଳିଥାଏ । ଅଭାବ ଅନଟନ ଦୂର ହୋଇଥାଏ ।


ର୍ଥାଭାବ ଦୂର ନେଇ


ଅର୍ଥର ଅଭାବ ଦୂର କରିବାକୁ ଚାହୁଁଥିଲେ ରବିବାର ଦିନ ସକାଳେ ଓସ୍ତ ଗଛ ତଳେ ଏକ ଦୀପ ଜାଳନ୍ତୁ । କିନ୍ତୁ ମନେ ରଖନ୍ତୁ, ଦୀପରେ ଆପଣ ରାଶି ତେଲ ବଦଳରେ ସୋରିଷ ତେଲ ବ୍ୟବହାର କରିବେ। ଏଭଳି ୫ଟି ରବିବାର କରିବା ଦ୍ବାରା ଅର୍ଥାଭାବ ଦୂର ହୋଇଥାଏ ।


ମନୋସ୍କାମନା ପୂରଣ ପାଇଁ


ନିଜର ମନୋସ୍କାମନା ପୂରଣ ପାଇଁ ରବିବାର ଦିନ ବର ଗଛର ଏକ ପତ୍ର ଆଣି ସେଥିରେ ନିଜ ମନ କଥା ଲେଖନ୍ତୁ । ଏହା ପରେ ପତ୍ରକୁ ନିକଟସ୍ଥ ନଦୀ ବା ଜଳାଶୟରେ ଭସାଇ ଦିଅନ୍ତୁ ।


ରବିବାର ଦିନ କରନ୍ତୁ ଦାନ


ଦାନ ଧର୍ମ ପାଇଁ ରବିବାର ଦିନ ସର୍ବୋତ୍ତମ ଅଟେ । ଏହି ଦିନ ଦାନ କରିବା ଦ୍ବାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ରବିବାର ଦିନ ଗୁଡ଼, କ୍ଷୀର, ଚାଉଳ ଓ ପୋଷାକ ଦାନ କରିବା ଦ୍ବାରା ବିଶେଷ ଲାଭ ମିଳିଥାଏ । ଏହି ପ୍ରତିକାର କରିବା ଦ୍ବାରା କାର୍ଯ୍ୟରେ ଆସୁଥିବା ବାଧା ଦୂର ହୋଇଥାଏ । କ୍ୟାରିୟରେ ସଫଳତା ମିଳିଥାଏ । ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ ।


ଚନ୍ଦନ ତିଲକ ଲଗାନ୍ତୁ


ରବିବାର ଦିନ ଘରୁ ବାହାରକୁ ଯିବା ସମୟରେ ଚନ୍ଦନ ତିଲକ ଲଗାଇବା ଉଚିତ୍ । ବିଶ୍ୱାସ କରାଯାଏ ଯେ, ଏପରି କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସିଦ୍ଧ ହେବା ସହ କାର୍ଯ୍ୟରେ ସଫଳତା ମିଳିଥାଏ । ରବିବାର ଦିନ ନାଲି ରଙ୍ଗର କପଡା଼ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଇଥାଏ ।


କାର୍ଯ୍ୟରେ ବାଧ୍ୟା ଆସୁଥିଲେ


ଯଦି ଆପଣଙ୍କର କୌଣସି କାମ ଦୀର୍ଘ ସମୟ ଧରି ଅଟକି ରହିଛି  । ତାହାଲେ ରବିବାର ଦିନ ଚାଉଳ ଓ ଗୁଡ଼ ମିଶ୍ରଣ କରି ଜଳରେ ପ୍ରବାହିତ କରନ୍ତୁ । ଏହି ପ୍ରତିକାର ଦ୍ବାରା ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହ କାର୍ଯ୍ୟରେ ଲାଗି ରହିଥିବା ପ୍ରତିବନ୍ଧକ ଦୂର ହୋଇଥାଏ


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)