Banana Fact: କଦଳୀ (Banana) ଏନେର୍ଜିରେ ଭରପୂର ଏକ ଫଳ, ଯାହା ପ୍ରାୟ ପ୍ରତ୍ୟେକ ଋତୁରେ ବିକ୍ରି ହୁଏ । କଦଳୀ ମଧ୍ୟ ଏତେ ଶସ୍ତା ଯେ ସମସ୍ତେ ଏହାକୁ କିଣି ପାରନ୍ତି । କିନ୍ତୁ ଆପଣ କେବେ ଏହାର ଗଠନକୁ ଯତ୍ନର ସହ ଦେଖିଛନ୍ତି କି? ଏହି ପ୍ରଶ୍ନ ଆପଣଙ୍କ ମନରେ କେବେ ଆସିଛି ଯେ ଏହା କାହିଁକି ବଙ୍କା ହୋଇଥାଏ? କ'ଣ କଦଳୀ ସିଧା ହୋଇପାରିବ ନାହିଁ କି? ପ୍ରକୃତରେ ଏହା ପଛରେ ଏକ ବୈଜ୍ଞାନିକ କାରଣ ଅଛି । ଆମେ ଆପଣଙ୍କୁ ଏହା ବିଷୟରେ ଆଜି ସୂଚନା ଦେବାକୁ ଯାଉଛୁ...


COMMERCIAL BREAK
SCROLL TO CONTINUE READING

ଏଥିପାଇଁ କଦଳୀ ହୋଇଥାଏ ବଙ୍କା...


ଗଛରେ କଦଳୀ ହୋଇଥାଏ । ଏହାର ଫୁଲ ପ୍ରଥମେ ଆସେ । ଫୁଲ ଭିତରେ  ଛୋଟ କଦଳୀ ଧାଡ଼ି ଧାଡ଼ି ହୋଇ ବଢ଼ିବାକୁ ଲାଗେ । ଥରେ ସେଗୁଡ଼ିକ ଯେତେବେଳେ ଆକାରରେ ବହୁତ ବଡ ହୋଇଯାଏ ତ କଦଳୀ ଏକ ପ୍ରକ୍ରିୟା ଦେଇ ଗତି କରିଥାଏ । ଯାହାକୁ ନେଗେଟିଭ୍ ଜିୟୋଟ୍ରୋପିଜ୍ମ (Negative Geotropism) କୁହାଯାଇଥାଏ । ଯାହାର ମୂଳ ଅର୍ଥ ହେଉଛି କ୍ରମାଗତ ଭାବରେ ଭୂମି ଆଡକୁ ଯିବା ପରିବର୍ତ୍ତେ ସେଗୁଡ଼ିକ ସୂର୍ଯ୍ୟ କିରଣ ପାଇଁ ସୂର୍ଯ୍ୟ ଆଡକୁ ବୁଲିବା ଆରମ୍ଭ କରନ୍ତି । ଏପରି ସ୍ଥାନରେ କଦଳି ବଢ଼ିଥାଏ, ଯେଉଁଠାରେ ସୂର୍ଯ୍ୟ କିରଣ କମ୍ ଥାଏ । ଏହି ପ୍ରବୃତ୍ତି ହେତୁ ପରେ କଦଳୀ ଉପରକୁ ବଢ଼ିବାକୁ ଲାଗେ, ଯେଉଁ କାରଣରୁ କଦଳୀ ଆକୃତି ବଙ୍କା ହୋଇଯାଏ । ସୂର୍ଯ୍ୟମୁଖୀ ମଧ୍ୟ ସମାନ ଗଛ, ଯେଉଁଥିରେ ନେଗେଟିଭ୍ ଜିୟୋଟ୍ରୋପିଜ୍ମ (Negative Geotropism) ର ପ୍ରବୃତ୍ତି ଥାଏ ।


ଆପଣମାନଙ୍କ ମଧ୍ୟରୁ ଅନେକେ ଜାଣନ୍ତି ନାହିଁ ଯେ, ସୂର୍ଯ୍ୟମୁଖୀ ଫୁଲ ସବୁବେଳେ ସୂର୍ଯ୍ୟ ଉଦୟ ଦିଗରେ ଥାଏ । ସନ୍ଧ୍ୟାବେଳେ ସୂର୍ଯ୍ୟ ଏହାର ଦିଗ ପରିବର୍ତ୍ତନ କଲାବେଳେ ସୂର୍ଯ୍ୟମୁଖୀ ଫୁଲ ମଧ୍ୟ ଏହାର ଦିଗ ପରିବର୍ତ୍ତନ କରିଥାଏ । ଏହି କାରଣରୁ ଏହି ଫୁଲର ନାମ ସୂର୍ଯ୍ୟମୁଖୀ, ଯାହାର ଅର୍ଥ ସୂର୍ଯ୍ୟ ଆଡକୁ ମୁହଁ ।


ଅଧିକ ପଢ଼ନ୍ତୁ:-ପିଏମ କିସାନର କିସ୍ତି ଆସିବା ପୂର୍ବରୁ ଆସିଲା ଖୁସି ଖବର, ଅମିତ ଶାହଙ୍କ ଏହି ପଦକ୍ଷେପରୁ ଖୁସିରେ ନାଚି ଉଠିବେ ଚାଷୀ!


ଅଧିକ ପଢ଼ନ୍ତୁ:-୨୭ ବର୍ଷୀୟ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଲା କୋଚ୍, ପରେ ଫଟୋ ଭାଇରାଲ୍ କରିବାକୁ ଧମକ


ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବେ ଏହି ଘାତକ ବୋଲର! ହଠାତ୍ ସାମ୍ନାକୁ ଆସିଲା ବଡ଼ ସୂଚନା


କଦଳୀର ଇତିହାସ 


କଦଳୀର ବଟାନିକାଲ୍ ଇତିହାସ ଅନୁଯାୟୀ, କଦଳୀ ଗଛ ପ୍ରଥମେ ରେନ୍ଫରେଷ୍ଟ ମଝିରେ ଜନ୍ମ ହୋଇଥିଲା । ବହୁତ କମ୍ ସୂର୍ଯ୍ୟ କିରଣ ସେଠାରେ ପହଞ୍ଚେ । ସେଥିପାଇଁ ବୃକ୍ଷଗୁଡ଼ିକ ବଢ଼ିବା ପାଇଁ ସମାନ ପରିବେଶ ଅନୁଯାୟୀ ନିଜକୁ ଅନୁକୂଳ କଲେ । ସେଥିପାଇଁ ଯେତେବେଳେ ବି ସୂର୍ଯ୍ୟ କିରଣ ଆସେ, କଦଳୀ ସୂର୍ଯ୍ୟ ଆଡକୁ ମୁହାଁବାକୁ ଲାଗେ । ସେଥିପାଇଁ ପ୍ରଥମେ ଭୂମି ଆଡକୁ ପରେ ଆକାଶ ଆଡକୁ ବଢ଼ିବା ଯୋଗୁଁ କଦଳୀ ଆକୃତି ବଙ୍କା ହୋଇଥାଏ ।


ଧାର୍ମିକ ଦୃଷ୍ଟିକୋଣରୁ କଦଳୀ ଗଛକୁ ଅତ୍ୟନ୍ତ ପବିତ୍ର ଫଳ ଭାବରେ ବିବେଚନା କରାଯାଏ । ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରେ କଦଳୀ ଗଛ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଅଜନ୍ତା-ଏଲୋରାର କଳାକୃତିରେ କଦଳୀ ଚିତ୍ର ମଧ୍ୟ ଦେଖିବାକୁ ମିଳେ । ସେଥିପାଇଁ କଦଳୀ ଇତିହାସ ବହୁତ ପୁରୁଣା । ବିଶ୍ୱାସ କରାଯାଏ ଯେ ପ୍ରାୟ ୪,୦୦୦ ବର୍ଷ ପୂର୍ବେ ମାଲେସିଆରେ କଦଳୀ ପ୍ରଥମେ ଚାଷ କରାଯାଇଥିଲା । ପରେ ଏହା ସମଗ୍ର ବିଶ୍ୱରେ ବ୍ୟାପିଛି । ଆଜି ଅବସ୍ଥା ଏପରି ଯେ ବିଶ୍ୱର ପ୍ରାୟ ୫୧ ପ୍ରତିଶତ କଦଳୀ କେବଳ ଜଳଖିଆରେ ଖିଆଯାଏ ।