PM Kisan: ପିଏମ କିସାନର କିସ୍ତି ଆସିବା ପୂର୍ବରୁ ଆସିଲା ଖୁସି ଖବର, ଅମିତ ଶାହଙ୍କ ଏହି ପଦକ୍ଷେପରୁ ଖୁସିରେ ନାଚି ଉଠିବେ ଚାଷୀ!
Advertisement

PM Kisan: ପିଏମ କିସାନର କିସ୍ତି ଆସିବା ପୂର୍ବରୁ ଆସିଲା ଖୁସି ଖବର, ଅମିତ ଶାହଙ୍କ ଏହି ପଦକ୍ଷେପରୁ ଖୁସିରେ ନାଚି ଉଠିବେ ଚାଷୀ!

PM Kisan: ବର୍ତ୍ତମାନ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଏହି କିସ୍ତି କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ବୋଲି ଆଶା କରାଯାଉଛି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହି ଏମଓୟୁ  ଅଧୀନରେ ସାଧାରଣ ସେବା କେନ୍ଦ୍ର ଦ୍ୱାରା ପ୍ରଦାନ କରାଯାଇଥିବା ସେବାଗୁଡିକ ବର୍ତ୍ତମାନ ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି ମଧ୍ୟ ପ୍ରଦାନ କରାଯିବ ।

PM Kisan: ପିଏମ କିସାନର କିସ୍ତି ଆସିବା ପୂର୍ବରୁ ଆସିଲା ଖୁସି ଖବର, ଅମିତ ଶାହଙ୍କ ଏହି ପଦକ୍ଷେପରୁ ଖୁସିରେ ନାଚି ଉଠିବେ ଚାଷୀ!

PM Kisan Samman Nidhi: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧ (PM Kisan Samman Nidhi) ର ୧୩ତମ କିସ୍ତିର ଅପେକ୍ଷା ଦେଶର କୋଟି କୋଟି ଚାଷୀ ଦୀର୍ଘ ସମୟ ଧରି କରୁଛନ୍ତି । ତେବେ ବର୍ତ୍ତମାନ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଏହି କିସ୍ତି କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ବୋଲି ଆଶା କରାଯାଉଛି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ବର୍ତ୍ତମାନ ସହଯୋଗ ମନ୍ତ୍ରଣାଳୟ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ନାବାର୍ଡ ଏବଂ CSC ଇ-ଗଭର୍ନାନ୍ସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଏକ ଏମଓୟୁ (MoU) ସ୍ୱାକ୍ଷରିତ ହୋଇଛି ।

ଏହି ଏମଓୟୁ (MoU) ଅଧୀନରେ ସାଧାରଣ ସେବା କେନ୍ଦ୍ର ଦ୍ୱାରା ପ୍ରଦାନ କରାଯାଇଥିବା ସେବାଗୁଡିକ ବର୍ତ୍ତମାନ ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି (PACS) ମଧ୍ୟ ପ୍ରଦାନ କରାଯିବ । ଏକ ବୟାନ ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରୀ (Union Home  Minister) ଅମିତ ଶାହ (Amit Shah) ଓ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnav) ଙ୍କ ଉପସ୍ଥିତିରେ ଏମଓୟୁ (MoU) ସ୍ୱାକ୍ଷରିତ ହୋଇଛି । ଅମିତ ଶାହ କହିଛନ୍ତି ଯେ, ଏମଓୟୁ  (MoU) ଅନୁଯାୟୀ ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି (PACS) ବର୍ତ୍ତମାନ ସାଧାରଣ ସେବା କେନ୍ଦ୍ର (CAC) ଭାବରେ କାର୍ଯ୍ୟ କରିପାରିବ ।

ଏହା ସହିତ PACS ର ୧୩ କୋଟି ସଦସ୍ୟଙ୍କ ସମେତ ଗ୍ରାମାଞ୍ଚଳର ଲୋକଙ୍କୁ ୩୦୦ରୁ ଅଧିକ ସେବା ଉପଲବ୍ଧ ହେବ । ଏହା PACS ର ବ୍ୟବସାୟିକ କାର୍ଯ୍ୟକଳାପକୁ ବଢ଼ାଇବ ଓ ଏଥିରୁ ଆତ୍ମନିର୍ଭରଶୀଳ ଅର୍ଥନୈତିକ ଅନୁଷ୍ଠାନ ହେବାକୁ ସାହାଯ୍ୟ କରିବ । ନାଗରିକମାନଙ୍କୁ CSC ଯୋଜନାର ଡିଜିଟାଲ ସେବା ପୋର୍ଟାଲରେ ତାଲିକାଭୁକ୍ତ ସମସ୍ତ ସେବା ଯୋଗାଇବାରେ PACS ସକ୍ଷମ ହେବ ବୋଲି ଅମିତ ଶାହ (Amit Shah) କହିଛନ୍ତି ।

ଅଧିକ ପଢ଼ନ୍ତୁ:-୨୭ ବର୍ଷୀୟ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଲା କୋଚ୍, ପରେ ଫଟୋ ଭାଇରାଲ୍ କରିବାକୁ ଧମକ

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବେ ଏହି ଘାତକ ବୋଲର! ହଠାତ୍ ସାମ୍ନାକୁ ଆସିଲା ବଡ଼ ସୂଚନା

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ଖତରନାକ୍ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

 

ଏଥିରେ ବ୍ୟାଙ୍କିଙ୍ଗ୍, ବୀମା, ଆଧାର ନାମଲେଖା / ଅପଡେଟ୍, ଆଇନ ସେବା, କୃଷି ଉପକରଣ, ପାନ୍ କାର୍ଡ ଏବଂ ଆଇଆରସିଟିସି, ରେଳ, ବସ୍ ଏବଂ ବିମାନ ଯାତ୍ରା ଟିକେଟ୍ ସମ୍ବନ୍ଧୀୟ ସେବା ଅନ୍ତର୍ଭୁକ୍ତ ଅଛି । ଅମିତ ଶାହ (Amit Shah) କହିଛନ୍ତି ଯେ,  PACS ବର୍ତ୍ତମାନ କମ୍ପ୍ୟୁଟରୀକରଣ ପାଇଁ କେନ୍ଦ୍ରୀୟ ପ୍ରାୟୋଜିତ ସ୍କିମ୍ ଅଧୀନରେ ବିକଶିତ ଜାତୀୟ ସଫ୍ଟୱେର୍ ବ୍ୟବହାର କରି CSC ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହେବ ।