ସାଧାରଣତଃ କିଛି ଲୋକଙ୍କ ଓଠ କଳା ହୋଇଥିବା ବେଳେ ପିଗମେଣ୍ଟସନ୍ ହେତୁ ଅଧିକ କଳା ହୋଇଥାଏ। ଏହା ସହ ଅତ୍ୟଧିକ କ୍ୟାଫୈନ ଗ୍ରହଣ କରିବା, ଧୂମ୍ରପାନ ଏବଂ ସୂର୍ଯ୍ୟକିରଣ କାରଣରୁ ଅନେକ ଲୋକଙ୍କ ଓଠର ରଙ୍ଗ କଳା ହୋଇଯାଏ। ରାସାୟନିକ ପଦାର୍ଥରୁ ନିର୍ମିତ ଲିପଷ୍ଟିକ ଏବଂ ଲିପ୍ ବାମ୍ ମଧ୍ୟ ଓଠର ରଙ୍ଗକୁ କଳା କରିଥାଏ । ତେଣୁ ଏପରି ସ୍ଥିତିରେ ଆମେ କିଛି ଘରୋଇ ଉପଚାର ସାହାଯ୍ୟରେ ଓଠକୁ ଗୋଲାପି କରିପାରିବା । ଆସନ୍ତୁ ଜାଣିବା କିଛି ଘରୋଇ ଉପାୟ ବିଷୟରେ । 


COMMERCIAL BREAK
SCROLL TO CONTINUE READING


 
୧- ଓଠରେ ନଡିଆ ତେଲ ଲଗାଇଲେ ଶୁଷ୍କତା ଦୂର ହୋଇଥାଏ ଏବଂ ଓଠ ନରମ ହୋଇଯାଏ । ପ୍ରତିଦିନ ଓଠରେ ନଡ଼ିଆ ତେଲ ଲଗାଇଲେ ଓଠର କଳାପଣ ଦୂର ହୋଇଥାଏ । 



୨- ଚିନି ସହିତେ ଏକ ସ୍କ୍ରବ ତିଆରି କରି ଆପଣ ନିଜ ଓଠର ଡେଡ୍ ସ୍କିନକୁ ବାହାର କରିପାରିବେ । ପ୍ରଥମେ ଚିନିରେ ଲେମ୍ବୁ ମିଶାଇ ଏକ ସ୍କ୍ରବ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଓଠରେ ଲଗାଇ ହାଲୁକା ଭାବରେ ଘଷନ୍ତୁ । ଏପରି କରିବା ଦ୍ବାରା ଓଠରେ ଥିବା ମୃତ ଚର୍ମ ଦୂର ହୋଇଥାଏ । ଏପରି କରିବା ଦ୍ବାରା ଓଠର ରଙ୍ଗ ଗୋଲାପି ଦେଖାଯିବା ଆରମ୍ଭ କରିଥାଏ । 



୩- ଲେମ୍ବୁ ଏକ ଭଲ ବ୍ଲିଚିଂ ଏଜେଣ୍ଟ ରହିଥାଏ । ତେଣୁ ଲେମ୍ବୁ ରସରେ ମହୁ ମିଶାଇ  ଓଠରେ ଲଗାଇଲେ ଓଠର କଳା ରଙ୍ଗ ହାଲୁକା ଭାବେ କମ ହୋଇଥାଏ । ଏହି ମିଶ୍ରଣକୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଓଠରେ ଲଗାଇ ରଖିବା ପରେ ପୋଛି ନିଅନ୍ତୁ । ଦେଖିବେ ଆପଣଙ୍କ ଓଠର ରଙ୍ଗ ଧୀରେ ଧୀରେ ଗୋଲାପି ହେବା ଆରମ୍ଭ ହୋଇଥାଏ । 



୪- ଅନେକ ପ୍ରକାରର ଲିପ୍ ବାମ ତିଆରି କରିବା ପାଇଁ ଷ୍ଟ୍ରବେରୀର ବ୍ୟବହାର କରାଯାଏ । ଷ୍ଟ୍ରବେରୀକୁ ଗ୍ରାଇଣ୍ଡ କରନ୍ତୁ ସେଥିରେ କିଛି ବେକିଙ୍ଗ ସୋଡା ମିଶାନ୍ତୁ । ଏହି ମିଶ୍ରଣକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଓଠରେ ଲଗାଇ ରଖନ୍ତୁ । ଦେଖିବେ ଧୀରେ ଧୀରେ ଓଠର ରଙ୍ଗର ଗୋଲାପୀ ହୋଇଥାଏ । 



୫- ବିଟ୍ ର ରଙ୍ଗ ଗୋଲାପୀ ହୋଇଥାଏ । ଏହାକୁ ଯଦି ଆପଣ କାଟି ଓଠରେ ଘଷନ୍ତି ତେବେ ଦେଖିବେ ଏହାର ହାଲୁକା ମାଲିସରେ ହିଁ ଓଠର ରଙ୍ଗ ଗୋଲାପୀ ହୋଇଥାଏ । ଏହା ପ୍ରାକୃତିକ ଉପାୟରେ ଓଠକୁ ଗୋଲାପୀ ରଙ୍ଗ ଦେଇଥାଏ । ଆପଣ ପ୍ରତିଦିନ ବିଟ୍ କୁ ବ୍ୟବହାର କରିପାରିବେ ।