Fennel Seeds Health Benefits: ଆମର ଦୈନନ୍ଦିନ ଜୀବନରେ ପାନମଧୁରୀର ବ୍ୟବହାର ଖୁବ୍‌ ସାଧାରଣ।ଆମେ ପାନ ମଧୁରୀକୁ ମସଲା ଭାବରେ ବ୍ୟବହାର କରିଥାଉ ଓ ଖାଲିରେ ଚୋବାଇ କିମ୍ବା ପାନରେ ଦେଇ ଖାଇଥାଉ । ପୁଣି ଏହା ତରକାରୀକୁ ସ୍ୱାଦିଷ୍ଟ କରିବା ପାଇଁ ବ୍ୟବହାର କରିଯାଇଥାଏ । ପାନ ମଧୁରୀର ଔଷଧୀୟ ଗୁଣ ବି ରହିଛି।  ଏହା ଖାଇବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ । ପାନମଧୁରୀରେ ଭିଟାମିନ୍ ସି, ଭିଟାମିନ୍ ଏ, ଫାଇବର, ପୋଟାସିୟମ୍, ମାଙ୍ଗାନିଜ୍, ଜିଙ୍କ୍, ଆଇରନ୍ ଏବଂ କ୍ୟାଲସିୟମ୍, ଫେନେଲରେ ପଲିଫେନୋଲ୍ ଯଥା ରୋସମାରିନିକ୍ ଏସିଡ୍, କ୍ଲୋରୋଜେନିକ୍ ଏସିଡ୍, କ୍ୟୁରେସିଟିନ୍ ଏବଂ ଆପେଜିନ୍ ଥାଏ । ଏହା ବ୍ୟତୀତ ଫେନେଲରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି।  ଯାହା ଅନେକ ରୋଗକୁ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ପାନ ମଧୁରୀ ଖାଇବା ଦ୍ବାରା ଶରୀରକୁ କଣ ସବୁ ଫାଇଦା ମିଳିଥାଏ । 


COMMERCIAL BREAK
SCROLL TO CONTINUE READING

ପାନମଧୁରୀର ଉପକାରିତା :


ଦୃଷ୍ଟି ଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ : ପାନମଧୁରୀ ଦୃଷ୍ଟିଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ ବୋଲି ଏକ ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଛି।  କନଜୁଣ୍ଟିଭାଇଟିସ୍ ଭଳି ଆଖି ସଂକ୍ରମଣରୁ ମଧ୍ୟ ମୁକ୍ତି ଦେଇଥାଏ। ଆଖି ରୋଗରେ ପୀଡିତ ଥିବା ବ୍ୟକ୍ତିମାନେ କିଛି ପାନ ମଧୁରୀକୁ ଚୋବେଇ କରି ଖାଇବା ଉଚିତ୍ । ଏହା ଦ୍ବାରା ଦୃଷ୍ଟିଶକ୍ତି ବଢିଥାଏ । ପାନ୍ ମଧୁରୀରେ ଥିବା ପ୍ରୋଟିନ୍ ଆଖିର ଲେନ୍ସକୁ ମଧ୍ୟ ସୁସ୍ଥ ରଖିଥାଏ । ତେଣୁ ଯେଉଁମାନଙ୍କର ମୋତିଆବିନ୍ଦୁ ସମସ୍ୟା ଥାଏ। ସେହି ରୋଗୀମାନେ ମଧ୍ୟ ପାନମଧୁରୀ ପ୍ରତିଦିନ ସେବନ କରିପାରିବେ।


ହଜମ କରିବାରେ ମଧ୍ୟ ସହାୟକ ହୋଇଥାଏ : ପାନମଧୁରୀ ମଧ୍ୟ ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ ।  ଏନଜାଇମ୍ ଏବଂ ହଜମକାରୀ ରସର ସ୍ରୋତକୁ ଉତ୍ସାହିତ କରିବା ପାଇଁ ପାନମଧୁରୀ କାର୍ଯ୍ୟ କରିଥାଏ, ଯାହା ଆମ ହଜମ ପ୍ରକ୍ରିୟାକୁ ସୁଗମ କରିଥାଏ । ପାନମଧୁରୀରେ ଥିବା  ଆଣ୍ଟିସ୍ପାସମୋଡିକ୍ ଏବଂ କାର୍ମିନାଟିଭ୍ ଫ୍ଲାଟୁଲେନ୍ସ ହୃଦଘାତର ଆଶଙ୍କାକୁ ମଧ୍ୟ କମ୍ କରିଥାଏ । ପାନମଧୁରୀରେ ଡାଏଟାରୀ ଫାଇବର ମିଳିଥାଏ, ଯାହା ଅନ୍ତନଳୀ ଗତି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। କୋଷ୍ଠକାଠିନ୍ୟ ଏବଂ ଏସିଡିଟି ସମସ୍ୟା ମଧ୍ୟ ଦୂର କରିଥାଏ ।


ଏହାବି ପଢନ୍ତୁ : Quick White Hair Remedy: ଗୋଟିଏ ଦିନରେ ଧଳା କେଶ ହେବ ସବୁଦିନ ପାଇଁ କଳା, ଘରେ ପ୍ରସ୍ତୁତ କରନ୍ତୁ ଏହି ପ୍ରାକୃତିକ ତେଲ


ଏହାବି ପଢନ୍ତୁ : Broccoli: ଏହି ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ ବ୍ରୋକୋଲି, ଖାଇବା ପୂର୍ବରୁ ଜାଣିରଖନ୍ତୁ ଏହି ବଡ଼ କଥା


ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ : ହଜମ ପ୍ରକ୍ରିୟାକୁ ସୁଗମ କରିବା ବ୍ୟତିତ ପାନମଧୁରୀ ଶରୀରରେ ମେଟାବୋଲିଜିମ୍ ବୃଦ୍ଧି ପାଇଁ କାର୍ଯ୍ୟ କରିଥାଏ। ଯାହା ଓଜନ ହ୍ରାସ କରିବା ସହଜ କରିଥାଏ। ଏହା ଆପଣଙ୍କୁ ଭୋକ ଲାଗିବାକୁ ଦିଏ ନାହିଁ। ଏହା ଶରୀରରୁ ବିଷାକ୍ତ ଏବଂ ଅତିରିକ୍ତ ତରଳ ପଦାର୍ଥ ମଧ୍ୟ ବାହାର କରିଥାଏ ।


ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ : ପାନମଧୁରୀରେ ପୋଟାସିୟମ୍ ଭରପୂର ମାତ୍ରାରେ ଥାଏ ।  ଏହା ହୃଦସ୍ପନ୍ଦନକୁ ନିୟନ୍ତ୍ରଣରେ ରଖେ ଏବଂ ରକ୍ତବାହୀକୁ ବିସ୍ତାର କରିବାରେ ମଧ୍ୟ ସାହାଯ୍ୟ କରେ। ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। 


ଅନିୟମିତ ଋତୁସାବ୍ରକୁ ଠିକ୍ କରିବାରେ ସହାୟକ ହୁଏ : ପାନମଧୁରୀ ଫାଇଟୋଷ୍ଟ୍ରୋଜେନରେ ଭରପୂର ଅଟେ । ଅନିୟମିତ ଭାବେ ହେଉଥିବା ମାସିକ ଋତୁସାବ୍ରକୁ ମଧ୍ୟ ସଠିକ୍ ସମୟରେ କରାଇବାରେ ସହାୟକ ହୋଇଥାଏ । 



ଚର୍ମରେ ଚମକ ଆଣେ: ପାନମଧୁରୀ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଅଟେ ।  ସେଥିପାଇଁ ଏହା ଚର୍ମ ପାଇଁ ମଧ୍ୟ ବେଶ ହିତକର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଚର୍ମରେ କୁଞ୍ଚନ ଆସେ ନାହିଁ । ଏବଂ ସ୍କ୍ରିନରେ ମଧ୍ୟ ଚମକ ବଢିଥାଏ ।


କେମିତି ଖାଇବେ ପାନମଧୁରୀ : ପାନମଧୁରୀକୁ ଆପଣ ଶୁଖିଲା ଚୋବେଇ ଖାଇବା ସହ  ୨ ଚାମଚ ପାନ ମଧୁରୀକୁ ଏକ କପ୍ ପାଣିରେ ଫୁଟେଇ ପିଇ ପାରିବ। ମନେ ରଖିବେ ଯେ, ଏହାର ସେବନ ରାତିରେ ନୁହେଁ ଦିନରେ କରନ୍ତୁ । କାହିଁକିନା ପାନମଧୁରୀର ଏହି ଫୁଟା ପାଣିକୁ ରାତିରେ ପିଇଲେ ଆପଣ ଥଣ୍ତା ଓ ସର୍ଦ୍ଦିରେ ପଡିବାର ସମ୍ଭାବନା ରହିଛି ।


ଏହି ରୋଗୀମାନେ ଖାଆନ୍ତୁ ନାହିଁ ପାନମଧୁରୀ : ଯେଉଁମାନେ କ୍ୟାନସର ଓ ଆଲର୍ଜିରେ ପୀଡିତ ଅଛନ୍ତି । ଅଥବା କ୍ୟାନସରରୁ ସୁସ୍ଥ ହୋଇଥିବା ଲୋକେ ପାନମଧୁରୀ ସେବନ କରିବା ଉଚିତ୍ ନୁହେଁ । 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)