Lifestyle News: ଅସନ୍ତୁଳିତ ଜୀବନ ଶୈଳୀ କାରଣରୁ ଅଧିକାଂଶ ଲୋକଙ୍କୁ ରାତିରେ ଠିକ୍ ଭାବରେ ନିଦ ହୁଏନାହିଁ। ଏଥିପାଇଁ ବିଭିନ୍ନ ଶାରିରୀକ ସମସ୍ୟା ଦେଖାଦେଇଥାଏ ।  ହେଲେ ଏସବୁ ସମସ୍ୟାକୁ ଚୁଟକିରେ ଦୂର କରାଯାଇପାରିବ । କେବଳ ନିଦ ପାଇଁ ନୁହେଁ, ବରଂ ଶୀତଦିନେ ଜୁଆଣୀ ସେବନ କରିବା ସ୍ବାସ୍ଥ୍ୟ ପାଇଁ ଅତି ଲାଭଦାୟକ ବୋଲି ବିବେଚନା କରାଯାଇଥାଏ । ସେଥିପାଇଁ ଗ୍ରୀଷ୍ମ ଅପେକ୍ଷା ଶୀତଦିନେ ଲୋକେ ଅଧିକ ଜୁଣାଣୀକୁ ବ୍ୟବହାର କରିଥାନ୍ତି । ଏହାର କାରଣ ହେଉଛି ଜୁଆଣୀ ଅଧିକ ଗରମ ସାମଗ୍ରୀ। ଏପରି ପରିସ୍ଥିତିରେ, ଯଦି ଆପଣ ଶୀତଦିନେ ଏହାକୁ ବ୍ୟବହାର କରନ୍ତି  ତେବେ ଆପଣ ଥଣ୍ଡା, ଜ୍ବର ଏବଂ ଗଳା ଯନ୍ତ୍ରଣା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ । ଏଠାରେ ଆମେ ଆପଣଙ୍କୁ କହିବୁ ଜୁଆଣୀ ସେବନ କରିବା ଦ୍ବାରା କ'ଣ ସବୁ ଫାଇଦା ମିଳିଥାଏ । 


COMMERCIAL BREAK
SCROLL TO CONTINUE READING

ଉଷୁମ ପାଣିରେ ଜୁଆଣୀ ଗୁଣ୍ତ ମିଶ୍ରଣ କରି ପିଇଲେ ମିଳିଥାଏ ଏହି ସବୁ ବଡ ଫାଇଦା :


ପେଟ ସମସ୍ୟାରୁ ଆରାମ ମିଳିଥାଏ :


ପ୍ରତିଦିନ ରାତିରେ ଉଷୁମ ପାଣିରେ ଜୁଆଣୀ ଗୁଣ୍ତ( ଜୁଆଣୀ ପାଉଡର) ମିଶାଇ ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କର ଗ୍ୟାସ୍ ଏବଂ  ପେଟ ଜନିତ ସମସ୍ୟା ଥାଏ । ତେବେ, ଆପଣ ପ୍ରତିଦିନ ଏହି ମିଶ୍ରଣକୁ ପିଇ ପାରିବେ।  ଏହାକୁ ପ୍ରତିଦିନ ରାତିରେ କରିବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଯାଏ ।


ଏହାବି ପଢନ୍ତୁ : Banana Health Benefits: ମଧୁମେହ ରୋଗୀଙ୍କ ପାଇଁ ରାମବାଣ ହେଉଛି କଦଳୀ, ଜାଣନ୍ତୁ କେମିତି ?


ଏହାବି ପଢନ୍ତୁ :Cinnamon Health Benefits: ପିରିୟଡ ସମୟରେ ପେଟ ଯନ୍ତ୍ରଣାରୁ ଆରାମ ଦେବ ଡାଲଚିନ୍, ଜାଣନ୍ତୁ କେମିତି କରିବେ ବ୍ୟବହାର ?


ଭୋକ ବଢାଏ :


ଅଧିକାଂଶ ଲୋକଙ୍କୁ ଭୋକ ଲାଗି ନ ଥାଏ ।  ଏପରି ପରିସ୍ଥିତିରେ, ଆପଣ କିଛି ଜୁଆଣୀକୁ ଥଣ୍ତା ପାଣିରେ ମିଶ୍ରଣ କରି ପ୍ରତିଦିନ ପଇଲେ । ଏଥିରୁ ଅନେକ ଫାଇଦା ମିଳିଥାଏ । ବିଶେଷ କରି, ଭୋକ ନ ଲାଗିଲେ , ଆପଣ ରାତିରେ ଜୁଆଣୀକୁ ଖାଇ ପାରିବେ। ଏଭଳି ପ୍ରତିଦିନ ରାତିରେ ଜୁଆଣୀ ଖାଇବା ଦ୍ବାରା ଭୋକ ଲାଗିବା ଆରମ୍ଭ ହୋଇଥାଏ । 



ଭଲ ନିଦ ପାଇଁ ରାମବାଣ ହେଉଛି ଜୁଆଣୀ :
ଆଜିକାଲି ଅଧିକାଂଶ ଲୋକେ ନିଦ୍ରା ଅଭାବ ଜନିତ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ଚାପ, ଚିନ୍ତା ଦ୍ୱାରା ଅଧିକାଂଶ ଲୋକଙ୍କୁ ରାତିରେ ଠିକ୍ ଭାବରେ ନିଦ ହୋଇ ନ ଥାଏ । ଯଦି ଆପଣଙ୍କ କ୍ଷେତ୍ରରେ ଏହା ଘଟୁଥାଏ । ତେବେ, ଆପଣ ଶୋଇବା ପୂର୍ବରୁ ରାତିରେ ଉଷୁମ ପାଣି ସହ କିଛି ଜୁଆଣୀ ଗୁଣ୍ତ ମିଶାଇ ପିଇବା ଉଚିତ୍ ।  ଏହା କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଶାନ୍ତ ରହିଥାଏ ଏବଂ ଆପଣଙ୍କୁ ରାତିସାରା ଭଲ ନିଦ ମଧ୍ୟ ହୋଇଥାଏ ।