ନୂଆଦିଲ୍ଲୀ: Benefits of Garlic: ଯଦି ଆପଣ ଶାରୀରିକ ଦୁର୍ବଳତାର ଶିକାର ତେବେ ଏହି ଖବର ଆପଣଙ୍କ ପାଇଁ କାମ ଆସିପାରେ । ରସୁଣ (Garlic) ଏପରି ଏକ ଜିନିଷ ଯାହା କେବଳ ଖାଦ୍ୟର ସ୍ୱାଦକୁ ବଢାଇବ ନାହିଁ, ବରଂ ଆମକୁ ଅନେକ ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିଥାଏ । ରସୁଣ ଖାଇବା ପୁରୁଷମାନଙ୍କ ପାଇଁ ବିଶେଷ ଲାଭଦାୟକ ବୋଲି ମନେ କରାଯାଏ । ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ, ଯେଉଁମାନେ ଶାରୀରିକ ଦୁର୍ବଳତାର ଶିକାର ହେଉଛନ୍ତି, ସେମାନଙ୍କ ଖାଦ୍ୟରେ ରସୁଣ ସାମିଲ କରିବା ଉଚିତ୍ ।


COMMERCIAL BREAK
SCROLL TO CONTINUE READING

ଯଦି ଆପଣ ରସୁଣ (Garlic) ରେ ମିଳୁଥିବା ଉପାଦାନଗୁଡ଼ିକୁ ଦେଖନ୍ତି, ତେବେ ଏଥିରେ ମୁଖ୍ୟତଃ ମିଳୁଥିବା ମିନେରାଲ୍ସ ଭିଟାମିନ୍-ସି, ଭିଟାମିନ୍-ବି 6, ଫସଫରସ୍, ମାଙ୍ଗାନିଜ୍, ଜିଙ୍କ, କ୍ୟାଲସିୟମ୍ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରସୁଣରେ ଅଳ୍ପ ପରିମାଣର ପ୍ରୋଟିନ୍ ଓ ଥିଏମାଇନ୍ ଏବଂ ପ୍ୟାଣ୍ଟୋଥେନିକ୍ ଏସିଡ୍ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।


ଖାଲି ପେଟରେ ଖାଆନ୍ତୁ ରସୁଣ (eating garlic)


ସକାଳେ ଖାଲି ପେଟରେ ପାଣି ସହିତ କଞ୍ଚା ରସୁଣ ଖାଇବା ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ, ଯାହା ରକ୍ତଚାପର ସମସ୍ୟାକୁ ରୋକିପାରେ । ଏହା ପ୍ରାକୃତିକ ଭାବରେ ରକ୍ତକୁ ପତଳା କରି ରକ୍ତ ଜମାଟ ବାନ୍ଧିବାକୁ ରୋକିଥାଏ, ଯାହାଫଳରେ ଶରୀରରେ ରକ୍ତ ସଠିକ୍ ଭାବରେ ପ୍ରବାହିତ ହୁଏ । ପ୍ରତିଦିନ ଏକ କିମ୍ବା ଦୁଇ କୋଲା କଞ୍ଚା ରସୁଣକୁ ପାଣି ସହ ଖାଆନ୍ତୁ ।


ପୁରୁଷମାନଙ୍କ ପାଇଁ ରସୁଣର ଉପକାର (benefits of garlic for men)


ଆୟୁର୍ବେଦିକ ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ ରସୁଣରେ ବିପୁଳ ପରିମାଣର ଭିଟାମିନ୍ ଓ ସେଲେନିୟମ୍ ମଧ୍ୟ ମିଳିଥାଏ, ଯାହା ଶୁକ୍ରାଣୁର ଗୁଣ ବଢାଇଥାଏ । ଯଦି ପୁରୁଷମାନେ ରାତିରେ କିମ୍ବା ସକାଳେ ଶୋଇବା ପୂର୍ବରୁ ଖାଲି ପେଟରେ ୧ କୋଲା ରସୁଣ ଖାଆନ୍ତି, ତେବେ ଧୀରେ ଧୀରେ ଯୌନ ସ୍ୱାସ୍ଥ୍ୟ ସୁସ୍ଥ ହେବାକୁ ଲାଗେ । ରସୁଣରେ ଆଲିସିନ୍ ନାମକ ଏକ ପଦାର୍ଥ ଥାଏ, ଯାହା ପୁରୁଷଙ୍କ ମେଲ୍ ହରମୋନକୁ ଠିକ୍ ରଖେ । ରସୁଣ ଖାଇବା ଦ୍ୱାରା ପୁରୁଷମାନଙ୍କଠାରେ ଇରେକ୍ଟାଇଲ୍ ଡିସଫଙ୍କସନ ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ ।


ଏହା ବି ପଢ଼ନ୍ତୁ:-ତେବେ କ'ଣ ବିଗିଡ଼ି ଯିବ ଦ୍ରୌପଦୀ ମୁର୍ମୁଙ୍କ ଖେଳ? ନିର୍ବାଚନ ପ୍ରଚାର ସମୟରେ ଯଶୱନ୍ତ ସିହ୍ନା କଲେ ବଡ଼ ଦାବି


ରସୁଣର ଅନ୍ୟାନ୍ୟ ଉପକାରିତା (benefits of garlic)


ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ ଅନୁଯାୟୀ କଞ୍ଚା ରସୁଣ ଖାଇବା ଦ୍ୱାରା ରକ୍ତରେ ଗ୍ଲୁକୋଜ ସ୍ତର କମିଯାଏ, ଏହା ଦ୍ୱାରା ସୁଗାର ଲେଭଲ ନିୟନ୍ତ୍ରଣ ହୋଇଥାଏ ଏବଂ ଏହିପରି ମଧୁମେହ ହେବାର ଆଶଙ୍କା କମିଯାଏ ।


ରସୁଣ ସହିତ ପାଣି ପିଇବା ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଯଥା ଥଣ୍ଡା ଓ ଶ୍ୱାସରୋଗକୁ ରୋକିଥାଏ । ଏହି ସମସ୍ୟାର ଚିକିତ୍ସା ପାଇଁ ରସୁଣ ଏକ ସାଧାରଣ ପ୍ରତିକାର ହୋଇଥାଏ ।


ରସୁଣ ଖାଇବା ଦ୍ୱାରା ବେଡ୍ କୋଲେଷ୍ଟ୍ରଲ କମିଯାଏ ଓ ହୃଦୟକୁ ହୃଦ୍ ରୋଗରୁ ରକ୍ଷା କରିଥାଏ ।


ରସୁଣ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକର କାର୍ଯ୍ୟରେ ମଧ୍ୟ ସୁଧାର  ଆଣିଥାଏ ଓ ଏହିପରି ବ୍ୟକ୍ତିର ଆୟୁ ବଢାଇଥାଏ ।


ରସୁଣ ନିୟମିତ ଖାଇବା ଦ୍ୱାରା ହଜମ ସମସ୍ୟା ପ୍ରକ୍ରିୟା ମଧ୍ୟ ଦୂରେଇ ରହିଥାଏ ।  ଆହୁରି ମଧ୍ୟ ଏହି ପଦ୍ଧତି ଓଜନ ହ୍ରାସ କରିବାରେ ମଧ୍ୟ ଲାଭଦାୟକ ।