ଗୁଗଲ ମ୍ୟାପ୍ସର ଶାନଦାର ଫିଚର ଯାହା ଆପଣଙ୍କ ଯାତ୍ରାକୁ କରିବ ଅତି ସହଜ
ଗୁଗଲ ମ୍ୟାପ୍ସରେ ଅଫଲାଇନ ଫିଚର ଉପଲବ୍ଧ ଅଛି । ଯଦି ଆପଣ ଥିବା ସ୍ଥାନରେ ନେଟୱର୍କ ନାହିଁ , ତେବେ ଗୁଗୁଲ ମ୍ୟାପ୍ସ ଆପଣଙ୍କୁ ଗାଇଡ୍ କରିପାରିବ । ଆପଣଙ୍କୁ ସଠିକ୍ ରାସ୍ତା ଦେଖାଇବା ପାଇଁ ସାହାଯ୍ୟ କରିପାରିବ ଗୁଗଲ ମ୍ୟାପ୍ସ । ଆପଣଙ୍କୁ କେବଳ ଗୁଗଲ ମ୍ୟାପ୍ସକୁ ଅଫଲାଇନ୍ ଡାଉନଲୋଡ୍ କରିବାକୁ ପଡ଼ିବ ।
ନୂଆଦିଲ୍ଲୀ: କୌଣସି ଦୂର ସ୍ଥାନ ହେଉ ବା କୌଣସି ଅଜଣା ସ୍ଥାନରେ ଆପଣ ରାସ୍ତା ଭୁଲିଗଲେ ଗୁଗଲ ମ୍ୟାପ୍ସ (Google Maps)ର ବ୍ୟବହାର କରନ୍ତି । ଆମ ଭାରତ ଭଳି ଦେଶରେ ଆପଣ ବିନା ଗୁଗଲ ମ୍ୟାପ୍ସରେ ତ କେଉଁ ସ୍ଥାନକୁ ଯିବା ଭାରି ମୁସ୍କିଲ । ଗଳି କନ୍ଦି ସହର ହେଉ ବା ଗାଁ ଗହଳି ରାସ୍ତା ସବୁର ଟିକନିଖ୍ ଦିଗ ଆପଣଙ୍କୁ ଦେଖାଇଥାଏ । ହେଲେ ଗୁଗଲ୍ ମ୍ୟାପ୍ସ କେବଳ ଏ ସ୍ଥାନରୁ ସେ ସ୍ଥାନକୁ ଯିବା ପାଇଁ ନୁହେଁ ବରଂ ଏହି ଆପ୍ ( APP ) ରେ ଆହୁରି ଅନେକ ଫିଚର ରହିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।ଗୁଗଲ ମ୍ୟାପ୍ସ ଆପଣଙ୍କ ଗାଡ଼ି ପାର୍କିଂ ( Car Parking ) ସ୍ଥାନକୁ ବି ମନେ ରଖିପାରିବ । ଏମିତି ଅନେକ ଫିଚର ( Feature ) ଗୁଗଲ ମ୍ୟାପସ୍ ରେ ଉପଲବ୍ଧ ଅଛି । ଯାହାର ବ୍ୟବହାର କରି ଆପଣ ନିଜ ଯାତ୍ରାକୁ ଆହୁରି ସହଜ କରିପାରିବେ ।
ଅଫଲାଇନ ମ୍ୟାପ୍ସ୍ ( Offline Maps )
ଗୁଗଲ ମ୍ୟାପ୍ସରେ ଅଫଲାଇନ ଫିଚର ଉପଲବ୍ଧ ଅଛି । ଯଦି ଆପଣ ଥିବା ସ୍ଥାନରେ ନେଟୱର୍କ ନାହିଁ , ତେବେ ଗୁଗୁଲ ମ୍ୟାପ୍ସ ଆପଣଙ୍କୁ ଗାଇଡ୍ କରିପାରିବ । ଆପଣଙ୍କୁ ସଠିକ୍ ରାସ୍ତା ଦେଖାଇବା ପାଇଁ ସାହାଯ୍ୟ କରିପାରିବ ଗୁଗଲ ମ୍ୟାପ୍ସ । ଆପଣଙ୍କୁ କେବଳ ଗୁଗଲ ମ୍ୟାପ୍ସକୁ ଅଫଲାଇନ୍ ଡାଉନଲୋଡ୍ କରିବାକୁ ପଡ଼ିବ । ସେଥିପାଇଁ ଆପଣଙ୍କୁ ଆପଣଙ୍କ ଫୋନରେ ଥିବା ଗୁଗଲ ମ୍ୟାପ୍ସର ପ୍ରୋଫାଇଲ ପିକଚରକୁ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏହାପରେ ସେଠାରେ ଥିବା ଅଫଲାଇନ ମ୍ୟାପ୍ସକୁ ଯାଆନ୍ତୁ , ଏବେ ଆପଣଙ୍କୁ ଯେଉଁ ସ୍ଥାନକୁ ବା ଯେଉଁ ଅଞ୍ଚଳକୁ ଯାତ୍ରା କରିବାକୁ ଚାହୁଁଛନ୍ତି , ସେଠାକାର ମ୍ୟାପ୍ ଡାଉନଲୋଡ୍ କରିବାକୁ ପଡ଼ିବ । ଧ୍ୟାନ ରଖନ୍ତୁ ଯେ ଆପଣ ଯେତେ ଦୂରତା ଥିବା ଅଞ୍ଚଳର ମ୍ୟାପ୍ ଡାଉନଲୋଡ୍ କରିବେ ଗୁଗଲ ମ୍ୟାପ୍ ଆପଣଙ୍କ ଫୋନ ଷ୍ଟୋରେଜ୍ ର ସେତେ ଅଧିକ ବ୍ୟବହାର କରିବ । ତେବେ ଆପଣ ନିଜ ଯାତ୍ରା ସରିବା ପରେ ସେହି ମ୍ୟାପ୍ କୁ ଡିଲିଟ୍ କରିଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଫୋନରେ ଗୁଗଲ ମ୍ୟାପ୍ସ ବ୍ୟବହାର କରିଥିବା ଷ୍ଟୋରେଜ୍ ଖାଲି ହୋଇଯିବ ।
ପାର୍କିଂ ଲୋକେସନ ( Parking Location ) ମନେ ରଖିବ ଆପ୍
ଯଦି ଆପଣ କୌଣସି ଗହଳି କିମ୍ବା ଭିଡ଼ ସ୍ଥାନରେ ଗାଡ଼ି ପାର୍କ କରିଛନ୍ତି । ହେଲେ ଆପଣ ଯେଉଁଠାରେ ଗାଡ଼ି ପାର୍କ କରିଛନ୍ତି ତାହା ଆପଣ ମନେ ରଖିବା ମୁସ୍କିଲ ହେଉଛି କି , ତେବେ ଏଭଳି କ୍ଷେତ୍ରରେ ଗୁଗଲ ମ୍ୟାପସ୍ ରେ ଥିବା ଫିଚର ଆପଣଙ୍କୁ ସାହାଯ୍ୟ କରିପାରିବ । ତେବେ ଆପଣ ନିଜ ଗାଡ଼ି ପାର୍କ କରିବା ପରେ ତାହାର ଫଟୋ ନିଅନ୍ତୁ । ଏବଂ ଏହା ପରେ ଗୁଗଲ ମ୍ୟାପ୍ସ ଓପନ କରନ୍ତୁ ।ମ୍ୟାପ୍ ରେ ଆପଣଙ୍କୁ ଆପଣଙ୍କ କରେଣ୍ଟ ଲୋକେସନ ଦେଖାଇବ । ଲୋକେସନ ଦେଖାଉଥିବା ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଆଉ ସେଭ୍ କରନ୍ତୁ । ଆପଣ ଲୋକେସନ ଲିଷ୍ଟରେ ଦିଆଯାଇଥିବା ଚାରୋଟି ଅପସନରୁ ଗୋଟିଏରେ ସେଭ୍ କରିପାରିବେ , ନହେଲେ ଅନ୍ୟ ଏକ ନୂଆ ଲିଷ୍ଟ ବନାଇ ପାରିବେ , ଯାହା ଆପଣଙ୍କ ପାର୍କିଂର ଲୋକେସନର ନାମ ଥିବ । ଆଉ ମ୍ୟାପ୍ ଉପରେ କ୍ଲିକ୍ କରିବା ପରେ ଆପଣ ସିଧା ଏବଂ ଖୁବ ସହଜରେ ପାର୍କିଂ ଲୋକେସନରେ ପହଞ୍ଚି ପାରିବେ । ଯଦି ଆପଣ ଏହି ଫିଚରକୁ ବାରମ୍ବାର ବ୍ୟବହାର କରିବାପାଇଁ ଚାହୁଁଛନ୍ତି ତେବେ ଏହାକୁ ଅଟୋମେଟିକଲି ବି କରାଯାଇପାରିବ।ଏଥିପାଇଁ ଆପଣଙ୍କୁ ମ୍ୟାପ୍ସର ସେଟିଂରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ ।ମାପ୍ସ ସେଟିଂର ନେଭିଗେସନକୁ ଯାଇ ସେଠାରେ ଥିବା ସେଭ୍ ପାର୍କିଂ ଲୋକେସନକୁ ଏନାବଲ୍ କରିଦିଅନ୍ତୁ ।
ୱନ୍ ଫିଙ୍ଗର ଜୁମ୍ ( One Finger Zoom )
ଗୁଗଲ ମ୍ୟାପ୍ସ ଉପରେ ଜୁମ୍ ଇନ୍ କରିବା ପାଇଁ ଆପଣ ଦୁଇ ଆଙ୍ଗୁଳିର ବ୍ୟବହାର କରନ୍ତି । ହେଲେ ଗୁଗଲ ମ୍ୟାପ୍ସରେ ଏମିତି ଫିଚର ରହିଛି ଯାହାଦ୍ୱାରା ଆପଣ ଗୋଟିଏ ଆଙ୍ଗୁଳିରେ ଜୁମ୍ ଇନ୍ କରିପାରିବେ । ମ୍ୟାପ୍ ଉପରେ ଡବଲ ଟ୍ୟାପ୍ କରନ୍ତୁ ଏବଂ ସ୍ଲାଇଡ୍ କରି ଚାଲନ୍ତୁ ।
ଓକେ ଗୁଗଲ ଅନ୍ ମ୍ୟାପ୍ସ ( Ok Google On Maps )
ଆପଣ ଜାଣିଛନ୍ତି ଯେ ଗୁଗଲ ମ୍ୟାପ୍ସର ହୋମ ସ୍କ୍ରିନରେ ମାଇକ୍ରୋଫୋନ ଅଛି । ଯାହା ଦ୍ୱାରା ଆପଣ ଭଏସ୍ କମାଣ୍ଡ ଦେଇପାରିବେ । ହେଲେ ଏମିତି କରିବା ପାଇଁ ଆପଣଙ୍କୁ ମାନୁଆଲି ଟଚ୍ କରିବାକୁ ପଡ଼େ । ହେଲେ ଏହି କାମକୁ ଆହୁରି ସହଜ ଭାବେ କରିଦେବ ଆପଣଙ୍କ ଫୋନରେ ଥିବା ଭଏସ୍ ଆସିଷ୍ଟାଣ୍ଟ ଓକେ ଗୁଗଲ । ମ୍ୟାପ୍ସ ର ସେଟିଂସରେ ନାଭିଗେସନ ଭିତରେ ଆପଣଙ୍କୁ ଏହି ଅପସନ ମିଳିବ । ଏହାକୁ ଆପଣ ଏନାବଲ୍ କରିଦିଅନ୍ତୁ । ଏବଂ ଏହାପରେ ଗୁଗଲ କହି ନିଜ ରାସ୍ତା କିମ୍ବା ଯେଉଁ ସ୍ଥାନକୁ ଯିବାକୁ ଚାହୁଁଛନ୍ତି ସେଠାକୁ ଯାଇପାରିବେ ।ଆପଣ ଓକେ ଗୁଗଲ କହି ରିଅଲ ଟାଇମ୍ ଲୋକେସନ ସେୟାର କରିବା ଠାରୁ ଆରମ୍ଭ କରି ଆହୁରି ଅନେକ କିଛି ଫିଚର ବ୍ୟବହାର କରିପାରିବେ ।
ରିମାଇଣ୍ଡର ଫର୍ ୟୁ ( Remindr For You )
ବ୍ୟସ୍ତ ବହୁଳ ଜୀବନରେ ସବୁକିଛି ମନେ ରଖିବା ସମସ୍ତଙ୍କ ପାଇଁ ସହଜ ନୁହେଁ । କେଉଁ ସ୍ଥାନକୁ ଯିବା ପାଇଁ ଆପଣ ପ୍ଲାନ କରିଛନ୍ତି ହେଲେ କାମ ଭିତରେ ଆପଣ ଭୁଲି ଯାଇଛନ୍ତି । ଏମିତି ପରିସ୍ଥିତିରେ ଯଦି ଆପଣ ଥିବେ , ତେବେ ଆପଣଙ୍କୁ ଗୁଗଲ ମ୍ୟାପ୍ସ ସାହାଯ୍ୟ କରିବ । ଆପଣ ଯଦି ଅଫିସ୍ ଯାଉଛନ୍ତି ତେବେ ଆପଣ ମ୍ୟାପ୍ସରେ ନିଜ ଲୋକେସନ ସେଟ୍ କରନ୍ତୁ ଆଉ ଷ୍ଟାର୍ଟ କରିବା ପୂର୍ବରୁ ସ୍କ୍ରଲ କରନ୍ତୁ, ତଳେ ଥିବା ରିମାଇଣ୍ଡ ୟୁ ଟୁ ଲିଭ୍ ଅନ୍ ଟାଇମ ଅପସନକୁ ଏନାବଲ୍ କରିଦିଅନ୍ତୁ । ଲୋକେସନ ସେଟ୍ କରିବା ପରେ ଡାହାଣ ପଟ ଉପରେ ଥିବା ଥ୍ରୀ ଡଟସ୍ ଉପରେ କ୍ଲିକ୍ କଲେ ଏହି ଅପସନ ଦେଖାଯିବ । ଆପଣ ଏହା ସହିତ ଘରୁ ବାହାରିବା ଏବଂ ଅଫିସ ପହଞ୍ଚିବାର ଟାଇମ୍ ବି ସେଟ୍ କରିପାରିବେ । ଏହାପରେ ଗୁଗଲ ମ୍ୟାପ୍ସ ଆପଣଙ୍କୁ ଟ୍ରାଫିକ୍ ନେଇ ନୋଟିଫିକେସନ ପଠାଇବ ।
ପବ୍ଲିକ ଟ୍ରାନ୍ସପୋର୍ଟର ବିବରଣୀ ( Public Transport Details )
ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଆପଣ ପବ୍ଲିକ ଟ୍ରାନ୍ସପୋର୍ଟ ଯଦି ବ୍ୟବହାର କରୁଛନ୍ତି , ତେବେ ଆପଣଙ୍କ କାମକୁ ଆହୁରି ସହଜ କରିଦେବ ଗୁଗଲ ମ୍ୟାପ୍ସ । କେବଳ ଆପଣ ନିଜ ଲୋକେସନ ଆଡ୍ କରନ୍ତୁ ଆଉ ମ୍ୟାପ୍ ର ହୋମ୍ ସ୍କ୍ରିନ ଉପରେ ଦେଖାଯାଉଥିବା ବସ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ । ଟ୍ୟାକ୍ସିରୁ ଆରମ୍ଭ କରି ବସ୍ , ମେଟ୍ରୋ , ଟ୍ରେନର ବିବରଣୀ ଆପଣଙ୍କ ଫୋନ୍ ସ୍କ୍ରିନରେ ଦେଖିବାକୁ ପାଇବେ । ଏପରିକି ଟ୍ରାଭେଲ କରିବା ପାଇଁ କେତେ ଖର୍ଚ୍ଚ ପଡ଼ିବ ସେନେଇ ବି ଆପଣଙ୍କୁ ମ୍ୟାପ୍ସ ସୂଚନା ଦେବ ।
ଗୁଗଲ ପରି ଗୁଗଲ ମ୍ୟାପ୍ସରେ (Google Maps) ବି ବହୁତ ସାରା ଫିଚର ରହିଛି । ଯାହାକୁ ଆପଣ ନିଜ ଦୈନନ୍ଦିନ ଜୀବନରେ ସହଜରେ ବ୍ୟବହାର କରିପାରିବେ ।