ଯଦି ପିଆଜରେ ଆପଣ ଭିନେଗାର ମିଶାନ୍ତି ତେବେ ଏହା ଶରୀର ପାଇଁ ଦ୍ବିଗୁଣ ଲାଭ ପ୍ରଦାନ କରିଥାଏ । ଏମିତିରେ ପିଆଜ ସେବନ ଆପଣଙ୍କ ହୃଦୟ ଠାରୁ ଆରମ୍ଭ କରି ହଜମ ଜନିତ ସମସ୍ୟା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ରୋଗରେ ପିଆଜ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ଭିନେଗାର ମିଶା ପିଆଜରେ ଭିଟାମିନ୍ ଅଧିକ ପରିମାଣରେ ମିଳିଥାଏ । ଏଥିରେ ସୋଡିୟମ୍ , ପୋଟାସିୟମ୍ , କ୍ୟାଲସିୟମ୍ ଏବଂ ଆଇରନ୍ ପରି ଖଣିଜ ପଦାର୍ଥ ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଫଳପ୍ରଦ । ଭିନେଗାର-ପିଆଜରେ  ପ୍ରୋଟିନ୍ , ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ । 


COMMERCIAL BREAK
SCROLL TO CONTINUE READING


ଭିନେଗାର-ପିଆଜ ତିଆରି କରିବା ପାଇଁ  ପ୍ରଥମେ ଆପଣ ପିଆଜକୁ କାଟି ସେଥିରେ ଭିନେଗାର ଏବଂ କିଛି ପାଣି ମିଶାଆନ୍ତୁ । କିଛି ସମୟ ପରେ ଏଥିରେ ଲୁଣ ମିଶାଇ ଖାଆନ୍ତୁ ଭିନେଗାର ସହିତ ପିଆଜ ସ୍ବାଦିଷ୍ଟ ଏବଂ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । 



ଭିନେଗାର-ପିଆଜ ଖାଇବା  ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବ୍ୟାଡ୍ କୋଲେଷ୍ଟ୍ରଲକୁ କମ୍ କରିଥାଏ ଏବଂ ଗୁଡ୍ କୋଲେଷ୍ଟ୍ରଲକୁ ବୃଦ୍ଧି କରିବାରେ କାମ କରିଥାଏ  ଭିନେଗାର-ପିଆଜ। ଏଥିରେ ଭିଟାମିନ -B9,ଫୋଲେଟ୍ ଥାଏ ଯାହା ହୃଦୟରୋଗର ଆଶଙ୍କାକୁ ହ୍ରାସ କରିଥାଏ । 



ଏକ ଅନୁସନ୍ଧାନ ଅନୁଯାୟୀ ଭିନେଗାରରେ ବୁଡାଯାଇଥିବା ପିଆଜ ଖାଇବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା କମିଥାଏ। ଏପରି ପିଆଜ ଖାଇବା ଦ୍ବାରା ପ୍ରୋଷ୍ଟେଟ,ସ୍ତନ ଏବଂ ପେଟ କର୍କଟ ହେବାର ଆଶଙ୍କାକୁ ବହୁ ପରିମାଣରେ କମ ରହିଥାଏ । 



ଯଦି ଆପଣ ନିରୋଗ ରହିବାକୁ ଚାହାନ୍ତି , ସମସ୍ତ ରୋଗର ମୁକାବିଲା ସହ ଶକ୍ତି ବୃଦ୍ଧି କରିବାକୁ ଚାହାନ୍ତି , ତେବେ ଭିନେଗାର-ପିଆଜ ଖାଇବା ଆରମ୍ଭ କରନ୍ତୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ । ଏହାକୁ ନିୟମିତ ଖାଇଲେ ଆପଣଙ୍କୁ ଥଣ୍ଡା ଏବଂ ଜ୍ବର ଶୀଘ୍ର ହେବା ଆଶଙ୍କାକୁ ଦୂରରେ କରିଥାଏ । ସମସ୍ତ ରୋଗରୁ ଲଢିବା ପାଇଁ ଶକ୍ତି ମିଳିଥାଏ ଯେଉଁ କାରଣରୁ ଆପଣ ଶୀଘ୍ର ସୁସ୍ଥ ହୋଇଥାଆନ୍ତି । 



ଭିନେଗାର-ପିଆଜରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ଥାଏ ଯାହା ହଜମଶକ୍ତିକୁ ଭଲ କରିଥାଏ । ଏହି ପିଆଜ ଖାଇବା ଦ୍ବାରା ଡାଇରିଆ,କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । 



ଭିନେଗାର-ପିଆଜ ଖାଇବା ଦ୍ବାରା ରକ୍ତରେ ଗ୍ଲୁକୋଜ ସ୍ତରକୁ ହ୍ରାସ କରିଥାଏ । ଯେଉଁ କାରଣରୁ ସୁଗର ସ୍ତର ନିୟନ୍ତ୍ରଣ ରହିଥାଏ । ଭିନେଗାର ସହିତ ପିଆଜ ଖାଇବା ଦ୍ବାରା ମଧୁମେହ ରୋଗ ନିୟନ୍ତ୍ରଣ ରହିଥାଏ ।