ଅଧିକାଂଶ ଲୋକେ ପିତା କାରଣରୁ କଲରା ଖାଇବାକୁ ଭଲ ପାଆନ୍ତି ନାହିଁ କିନ୍ତୁ ଏହା ଶରୀର ପାଇଁ ଅନେକ ଲାଭ ଦେଇଥାଏ । ଆପଣଙ୍କୁ ଜଣାଇବାକୁ ଚାହିଁବୁ କି କଲରାରେ କପର,ଭିଟାମିନ୍-ବି,ଅନସେଞ୍ଚୁରେଟେଡ୍ ଫ୍ୟାଟି ଏସିଡ ବ୍ୟତୀତ ଅନେକ ପୋଷକ ତତ୍ତ୍ବ ରହିଛି । ଏଥିରେ ଆଣ୍ଟି ଭାଇରାଲ,ଏବଂ ଆଣ୍ଟି ବାୟୋଟିକ୍ ଗୁଣ ଥିବାରୁ ବଦଳୁଥିବା ଋତୁରେ ସମସ୍ତ ରୋଗଠାରୁ ରକ୍ଷା କରିଥାଏ । କଲରାରେ ଆଇରନ୍,ମ୍ୟାଗ୍ନେସିୟମ,ପୋଟାସିୟମ ଏବଂ ଭିଟାମିନ-ସି ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଏହା କେବଳ ସଂକ୍ରମଣ ଠାରୁ ଦୂରରେ ରଖେ ତାହା ନୁହେଁ ଅନେକ ପ୍ରକାରର ଆଲର୍ଜିରୁ ମଧ୍ୟ ମୁକ୍ତି ଦେଇଥାଏ । ଯଦି ଆପଣ ଏହାର ଜୁସ ପିଅନ୍ତି ତେବେ ଆପଣଙ୍କୁ ଅନେକ ଲାଭ ମିଳିଥାଏ । 
କଲରାର ଉପକାରିତା-
୧-କଲରା ମଧୁମେହ ରୋଗୀଙ୍କ ପାଇଁ ରାମବାଣ । ଏହା ଶରୀରରେ ଇନସୁଲିନର ସ୍ତରକୁ ବଜାୟ ରଖେ । ଏହା ସୁଗର ଲେବଲକୁ ନିୟନ୍ତ୍ରଣ କରିଥାଏ । କଲରା ରସ ପିଇବା ଦ୍ବାରା ରକ୍ତରେ ଥିବା ଅନବାଶ୍ୟକ ତତ୍ତ୍ବ ଶରୀରରୁ ବାହାରି ଯାଏ ଏବଂ ଶରୀର ସମ୍ପୂର୍ଣ୍ଣ ଡିଟକ୍ସ ହୋଇଥାଏ । ଏହା ଶରୀରରେ ଆଇରନର ଅଭାବକୁ ଦୂର କରିଥାଏ । 


COMMERCIAL BREAK
SCROLL TO CONTINUE READING

Also Read ; ଶୀତଦିନରେ କେବଳ ଗୋଟିଏ କଦଳୀ ଖାଆନ୍ତୁ, ଅନେକ ଲାଭ ସହ ହଜାରେ ଟଙ୍କା ସଞ୍ଚୟ କରନ୍ତୁ
୨-ଶରୀରରେ ବଢୁଥିବା ଚର୍ବିକୁ ନେଇ ଚିନ୍ତିତ କି ତେବେ କଲରାର ରସ ସେବନ ଦ୍ବାରା ଯଥା ଶୀଘ୍ର ଚର୍ବି ତରଳିବାରେ ସାହାଯ୍ୟ କରିଥାଏ । ଏହା ଶରୀରରେ ବଢୁଥିବା ମୋଟାପଣକୁ କମ କରିଥାଏ । ଏହା ସହ ମେଟାବୋଲିଜମ ହାରକୁ ଉନ୍ନତ କରିଥାଏ ଏବଂ ଲିଭର ପାଇଁ ବୁଷ୍ଟର ଭାବେ କାମ କରିଥାଏ । ବଦଳୁଥିବା ଋତୁରେ ଆପଣ କଲରା ରସ ସେବନ କରିବେ ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ସଂକ୍ରମଣ ରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ । 
୩- ଶୀତଦିନରେ ଅଧିକାଂଶ ଲୋକଙ୍କର ଚର୍ମ ରୋଗ ସମସ୍ୟା ଦେଖାଯାଏ । କଲରାରେ ଅନେକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ ଥାଏ ଯାହା ଚର୍ମରେ କୁଞ୍ଚନ ହେବାକୁ ଦିଏ ନାହିଁ ଏହା ବ୍ୟତୀତ ବ୍ରଣ,ଦାଗକୁ ଦୂର କରିଥାଏ ।