ବଜାରରେ ଭଳିକିଭଳି ଚା' ମିଳୁଛି । କେଉଁ ଚା'ର ସ୍ୱାଦ ଲୋକଙ୍କୁ ଆକର୍ଷଣ କରୁଥିବାବେଳେ ଆଉ ସ୍ୱାସ୍ଥ୍ୟଗତ ଉପକାରିତା ଯୋଗୁ କେଉଁ ଚା'ର ଚାହିଦା ବଢୁଛି । ଆପଣ ନିଶ୍ଚିତ ଭାବରେ ମସାଲା ଚା, ବ୍ଲାକ ଟି' ଓ ଗ୍ରୀନ ଟି'ର ନାମ ଶୁଣିଥିବେ। ଏବେ ଚା ତାଲିକାରେ ବ୍ଲୁ ଟି'ର ନାମ ଯୋଡି ହୋଇଛି । ଅନ୍ୟ ସମସ୍ତ ଚା'ଠାରୁ ବ୍ଲୁ ଟି'ର ସ୍ୱାଦ ଭଲ ରହିବା ସହ ଏହାର ଗୁଣ ସମସ୍ତଙ୍କୁ ଆକର୍ଷିତ କରୁଛି । ସ୍ୱାସ୍ଥ୍ୟ ଉପକାରିତା ଏବଂ ଟେଷ୍ଟ ବିଷୟରେ କହିବାକୁ ଗଲେ ବ୍ଲୁ ଟି' ଏବେ ଆଗରେ ରହିଛି । ସମ୍ପୂର୍ଣ୍ଣ ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଏହି ଚା'ରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ସେପ୍ଟିକ୍ ଗୁଣ ଭରି ରହିଛି ଯାହା ବହୁ ପ୍ରକାର ଶାରୀରିକ ଯନ୍ତ୍ରଣାକୁ ଦୂର କରିପାରୁଛି ।


COMMERCIAL BREAK
SCROLL TO CONTINUE READING

ବ୍ଲୁ ଟି'ର ଉପକାରିତା


  • ମାଇଗ୍ରେନ୍‌ ସହ ଅନେକ ସମସ୍ୟାକୁ ଦୂର କରୁଥିବା ବ୍ଲୁ ଟି' ଅପରାଜିତା ଫୁଲରୁ ତିଆରି ହୋଇଥାଏ । ତେଣୁ ଏହାର ରଙ୍ଗ ନୀଳ ବର୍ଣ୍ଣ ହୋଇଥାଏ । ଆୟୁର୍ବେଦ ଅନୁଯାୟୀ, ଅପରାଜିତା ଫୁଲରେ ଅନେକ ଔଷଧୀୟ ଗୁଣ ରହିଛି । ବ୍ଲୁ ଟି' ପିଇବା ଦ୍ୱାରା ବହୁ ସ୍ୱାସ୍ଥ୍ୟ ଉପକାରିତା ମିଳୁଛି ।

  • ଗ୍ରୀନ୍ ଟି ଅପେକ୍ଷା ବ୍ଲୁ ଟି'ରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।

  • ବ୍ଲୁ ଟି'ରେ ପଲିଫେନୋଲ ଉପାଦାନ ରହିଥିବାରୁ ଏହା ଓଜନ ହ୍ରାସରେ ସାହାଯ୍ୟ କରେ ।

  • ଟାଇପ୍- ୧ ଡାଇବେଟିସ୍ ରୋଗୀଙ୍କ ପାଇଁ ବ୍ଲୁ ଟି ମଧ୍ୟ ଏକ ଭଲ ଔଷଧ ।

  • ପ୍ରତିଦିନ ବ୍ଲୁ ଟି ପିଇବା ଦ୍ୱାରା କର୍କଟ ରୋଗରେ ଉପଷମ ମିଳିଥାଏ ।

  • ମାଇଗ୍ରେନ୍‌ ରୋଗୀଙ୍କ ପାଇଁ ମଧ୍ୟ ବ୍ଲୁ ଟି ପିଇବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଏହାଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ଆସିବା ସହ ଯନ୍ତ୍ରଣାରୁ ଉପଷମ ମିଳିଥାଏ ।


Also Read: ମଦ୍ୟପାନ କରୁଥିଲେ ସାବଧାନ! ଧରାପଡିଲେ ତଣ୍ଡ ଓ ଦଣ୍ଡ, ସରକାର ଆଣିଲେ କଠୋର ନିୟମ


କିପରି ପ୍ରସ୍ତୁତ କରିବେ ବ୍ଲୁ ଟି?


  • ପ୍ରଥମେ ଗରମ ପାଣିରେ କିଛି ସମୟ ପାଇଁ ଅପରାଜିତା ଫୁଲକୁ ବୁଡ଼ାଇ ରଖନ୍ତୁ ।

  • ୧୦ରୁ ୧୫ ମିନିଟ ବୁଡ଼ାଇ ରଖିବା ପରେ ପାଣି ଛାଣି ନିଅନ୍ତୁ ।

  • ଆପଣଙ୍କ ପସନ୍ଦ ଅନୁସାରେ ସ୍ୱାଦ ପାଇଁ ଲେମ୍ବୁ କିମ୍ବା ମହୁ ମିଶାନ୍ତୁ ।


ଅନ୍ୟ ସମସ୍ତ ଚା'କୁ ଖାଲି ପେଟରେ ପିଇବାକୁ ବାରଣ କରାଯାଉଥିବାବେଳେ ବ୍ଲୁ ଟି'କୁ ଆପଣ ଖାଲି ପେଟରେ ମଧ୍ୟ ପିଇ ପାରିବେ । ସାଧାରଣ ଚା ଆପଣଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବା ସହିତ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । କେବଳ ସେତିକି ନୁହେଁ, ଏହି ଅଭ୍ୟାସ ଆପଣଙ୍କ ମେଟାବୋଲିଜିମକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । କିନ୍ତୁ ନିୟମିତ ବ୍ଲୁ ଟି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥାଏ ।