ଭ୍ୟାକ୍ସିନ ଲଗାଇବା ପରେ ମଧ୍ୟ କୋରୋନା ସଂକ୍ରମିତ ହେଲେ ପରେଶ ରାୱଲ
ଶୁକ୍ରବାର ପରେଶ ରାୱଲ କହିଛନ୍ତି ଯେ, ତାଙ୍କୁ କୋରୋନା ଭାଇରସ ସଂକ୍ରମିତ କରିଛି । ସେ ଟ୍ୱିଟର ମାଧ୍ୟମରେ ନିଜକୁ ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଛନ୍ତି ଏବଂ ତାଙ୍କ ସହ ଯୋଗାଯୋଗ କରୁଥିବା ଲୋକଙ୍କୁ ଯାଞ୍ଚ କରିବାକୁ ଅପିଲ କରିଛନ୍ତି ।
ନୂଆଦିଲ୍ଲୀ: ଦେଶରେ ପୁଣି କୋରୋନା ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ବଲିଉଡ ମଧ୍ୟ କୋରୋନା ବିପଦରୁ ରକ୍ଷା ପାଇନାହିଁ । ନିକଟ ଅତୀତରେ ଆମୀର ଖାନ (Aamir Khan) ଓ କାର୍ତ୍ତିକ ଆର୍ଯ୍ୟନ (Karthik Aryan) ଙ୍କ କୋରୋନା ରିପୋର୍ଟ ପଜିଟିଭ (Coronavirus Positive) ଆସିଥିବାର ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ବଲିଉଡର ଭେଟେରାନ ଅଭିନେତା ପରେଶ ରାୱଲ (Paresh Rawal) ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିବା ଖବର ପ୍ରକାଶ ପାଇଛି ।
ଶୁକ୍ରବାର ପରେଶ ରାୱଲ କହିଛନ୍ତି ଯେ, ତାଙ୍କୁ କୋରୋନା ଭାଇରସ ସଂକ୍ରମିତ କରିଛି । ସେ ଟ୍ୱିଟର ମାଧ୍ୟମରେ ନିଜକୁ ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଛନ୍ତି ଏବଂ ତାଙ୍କ ସହ ଯୋଗାଯୋଗ କରୁଥିବା ଲୋକଙ୍କୁ ଯାଞ୍ଚ କରିବାକୁ ଅପିଲ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ପାଇଁ ଖୁସି ଖବର!
ପରେଶ ରାୱଲ ଟ୍ୱିଟ୍ କରି କହିଛନ୍ତି ଯେ, "ଦୁର୍ଭାଗ୍ୟବଶତଃ ମୁଁ କୋରୋନା ସଂକ୍ରମିତ ହୋଇଯାଇଛି । ଗତ ଦଶ ଦିନ ମଧ୍ୟରେ ଯେଉଁମାନେ ମୋ ସହିତ ଯୋଗାଯୋଗ କରିଥିଲେ ମୁଁ ସେମାନଙ୍କୁ ଯାଞ୍ଚ କରିବାକୁ ଅନୁରୋଧ କରୁଛି ।"
ମାର୍ଚ୍ଚ ୯ରେ ୬୫ ବର୍ଷୀୟ ଅଭିନେତା ପରେଶ ରାୱଲ କୋଭିଡ-19 ଟିକା (COVID-19 Vaccine) ଲଗାଇଥିଲେ । ଟିକା ନେବା ପରେ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଥିଲେ ।